ସାରୁଅ ବିବାଦ: ପୂର୍ବତନ ବେଗୁନିଆ ତହସିଲଦାର ନିଲମ୍ୱିତ

1 min read

ଖୋର୍ଦ୍ଧା: ସାରୁଅ ବିବାଦ ମୁଣ୍ଡ ଟେକିବା ପରଠୁ ଜଗି-ଜୟଙ୍କର ଗୋଟିଏ ଗୋଟିଏ ଦୁର୍ନୀତି କାରନାମା ଆପେ ଆପେ ଖୋଲିବାର ଲାଗିଛି । ତେବେ ଏସବୁ ମୂଳରେ ଥିଲା ସାରୁଅ । ଜମି କାରବାରରେ ହେରଫେର ହୋଇଥିବାର ଅଭିଯୋଗ ଓ ଏହା ପଛରେ ଥିବା ସତ୍ୟାସତ୍ୟ ଏବେ ଓଟିଭି ପରିଚାଳନା ନିର୍ଦ୍ଦେଶକଙ୍କୁ ହରଡ଼ଘଣାରେ ପକାଇଛି । ଘଟଣାର ତଦନ୍ତ ଆରମ୍ଭ ହେବା ପରେ ସରକାରୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି । ଏହି କ୍ରମରେ ଆଜି ସାରୁଅ ବିବାଦ ସହ ଯୋଡ଼ି ହୋଇଥିବା ବେଗୁନିଆର ପୂର୍ବତନ ତହସିଲଦାର ବିବେକାନନ୍ଦ ପରିଡ଼ାଙ୍କୁ ନିଲମ୍ୱିତ କରାଯାଇଛି ।

ଏନେଇ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ବାବଦକୁ ତାଙ୍କୁ ବଦଳି ମଧ୍ୟ କରାଯାଇଥିଲା । ବିବେକାନନ୍ଦ ପରିଡ଼ାଙ୍କୁ ବଦଳି କରି କଟକ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ କୁହାଯାଇଥିଲା । ତାଙ୍କ ବଦଳରେ ବେଗୁନିଆରେ ପୃଥ୍ୱୀରାଜ ମଣ୍ଡଳ ଦାୟିତ୍ୱ ନେଇଥିଲେ । ସୂଚନାଯୋଗ୍ୟ ଯେ, ତାଙ୍କ ବିରୋଧରେ ଗ୍ରାମବାସୀ ଓ ଜମି ହରାଇଥିବା ଲୋକେ କ୍ଷମତାର ଅପବ୍ୟବହାର ଓ ପକ୍ଷପାତିତାର ଆରୋପ ଲଗାଇଥିଲେ । ଏହା ପରେ ସରକାରଙ୍କ ପ୍ରାଥମିକ ତଦନ୍ତ ପରେ  ବଦଳି ଓ ଏବେ ନିଲମ୍ୱିତ ହୋଇଛନ୍ତି ।

Leave a Reply