କିଲର ଲେଡିର ହେବ ମନସ୍ତାତ୍ତ୍ୱିକ ପରୀକ୍ଷା

ଭୁବନେଶ୍ୱର(ଅରୁଣ ସାହୁ): ଖଣ୍ଡଗିରି ରାଜୀବ ନଗର ସାଇରାମ ପାତ୍ର ହତ୍ୟା ମାମଲା । ସାତ ଦିନ ପରେ ହତ୍ୟାକାଣ୍ଡର କାରଣ ଜାଣି ପାରୁନି ଖଣ୍ଡଗିରି ପୋଲିସ । ତଦନ୍ତକୁ ଆଗକୁ ବଢେଇବା ପାଇଁ ମନସ୍ତତ୍ତ୍ୱବିତ୍ ସହ ଆଲୋଚନା କରିଛନ୍ତି । ପୋଲିସର ଗିରଫ କବଳରୁ ବଞ୍ଚିବା ପାଇଁ ଲେଡି କିଲର ରଚି ଚାଲିଛନ୍ତି ଅସୁସ୍ଥ ଡ୍ରାମା । ତନୁଶ୍ରୀଙ୍କୁ ଆଇସିୟୁରୁ ଡିସଚାର୍ଜ ପରେ ମନସ୍ତତ୍ତ୍ୱବିତ୍ ବିଭାଗରେ ଭର୍ତ୍ତି କରାଯାଇଛି । ତନୁଶ୍ରୀ ପୂର୍ବରୁ ତାଙ୍କର ମୁଣ୍ଡ ଖରାପ ଓ ମାନସିକ ସ୍ଥିତି ଭଲ ନଥିବା ନେଇ ଔଷଧ ଖାଉଥିଲେ । ପ୍ରକୃତରେ ତାଙ୍କର ମନସ୍ତତ୍ତ୍ୱବିତ୍ ବିଭାଗରେ ଚିକିତ୍ସା କରାଯିବ । ନା ଚିକିତ୍ସା ଆଳରେ ହସ୍ପିଟାଲରୁ ଖସିବାର ବାଟ ବାହାର କରିବେ ତନୁଶ୍ରୀ ।

ସତରେ ତାଙ୍କର ମୁଣ୍ଡ ଖରାପ ଅଛି ନା, ପୋଲିସ ଗିରଫରୁ ବର୍ତ୍ତିବା ପାଇଁ ତନୁଶ୍ରୀ ଓ ତାଙ୍କର ସ୍ୱାମୀଙ୍କ ଗୋଟିଏ ଷଡ଼ଯନ୍ତ୍ର । ଅନ୍ୟପଟେ ପୋଲିସକୁ ଦେଖିଲେ ତନୁଶ୍ରୀ ବିରକ୍ତ ଓ ଉତ୍ତେଜିତ ହେଉଥିବା ନେଇ ଏମ୍ସର ଡାକ୍ତର କହିଛନ୍ତି । ଏ ସବୁ କାରଣରୁ ପୋଲିସର ତଦନ୍ତ ଆଗକୁ ବଢି ପାରିନି । ଅନ୍ୟପେଟ ସମୀର ପାତ୍ର ଓ  ତାଙ୍କ ପରିବାର ୫ ବର୍ଷର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି । ହତ୍ୟାକାରୀ ତନୁଶ୍ରୀ ଚିକିତ୍ସା ଆଳ ଦେଖାଇ ଖସିବାକୁ ଯୋଜନା କରୁଛି । ତାଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ରାଜୀବ ନଗର ବାସିନ୍ଦା ।

ପୋଲିସ ହସ୍ପିଟାଲ ବାହାରେ ପହରା ଦେଇ ବସିଛି । ହତ୍ୟାକାରୀ ତନୁଶ୍ରୀ ପରମାଣିକ ହସ୍ପିଟାଲରୁ କେବେ ଡିସଚାର୍ଜ ହେବ ଜଗି ବସିଛି ପୋଲିସ । ପୋଲିସ ଚାହିଁଲେ ଏଭଳି ସମ୍ବେଦନଶୀଳ ମାମଲାରେ ଡାକ୍ତରଙ୍କ ସହ ଆଲୋଚନା କରି ହତ୍ୟାକାଣ୍ଡର ତଦନ୍ତକୁ ତ୍ୱରାନ୍ୱିତ କରିପାରିବ । ଗତ ୩ ତାରିଖରେ ସାଇରାମକୁ ତନୁଶ୍ରୀ ଗୋଟିଏ ଦିନରେ ୩ ଥର ଖେଳିବା ପାଇଁ ଡାକିଥିଲେ । ତାଙ୍କ ଝିଅ ଖେଳୁଥିବା ବେଳେ ସାଇରମକୁ ତଣ୍ଟି ଚିପି ହତ୍ୟା କରିଥିଲେ ।

ମମତା ଏମିତି, ୫ ବର୍ଷର ଛୁଆକୁ ତଣ୍ଟିଚିପି ମାରିଦେଲା…

Leave a Reply