ପୁରୀରେ ଗଣଦୁଷ୍କର୍ମ ଘଟଣା, ଜୀତେନ୍ଦ୍ର ସେଠୀଙ୍କ ସମେତ ୩ ଅଟକ, ଯୁବତୀ କହିଲେ, ମୁଁ ହୋଟେଲରେ ଖାଉଥିଲି…

1 min read

ଭୁବନେଶ୍ୱର : ନିମାପଡ଼ା ଛକରୁ ଆଣି ପୁରୀରେ ଗଣଦୁଷ୍କର୍ମ ଅଭିଯୋଗ ପ୍ରସଙ୍ଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଛି ପୁରୀ ପୋଲିସ । ଏ ଘଟଣାରେ ଜଣେ ବହିସ୍କୃତ ପୋଲିସ କନେଷ୍ଟବଳଙ୍କ ସହ ୩ ଜଣଙ୍କୁ ଧରିଛି ପୋଲିସ । ସେପଟେ ପୀଡିତା ମୁଁହ ଖୋଲିଛନ୍ତି । କୁମ୍ଭାରପଡ଼ା ଥାନାରେ  ସେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ସେ ଭୁବନେଶ୍ୱରରେ ରୁହନ୍ତି । ୩ ଦିନ ତଳେ ସେ କାକଟପୁର ଘରକୁ ଫେରୁଥିଲେ । ନିମାପଡ଼ାରେ ଖାଉଥିବା ବେଳେ ତାଙ୍କର ବସ୍ ମିସ୍ ହୋଇଯାଇଥିଲା ।

https://nandighoshatv.comgang-rape-in-puri-fir-lodged-at-kumbharpada-ps/

ଏହାପରେ ସେ କାକଟପୁର ଯିବାକୁ ନିମାପଡ଼ା ଛକରେ ଅପେକ୍ଷା କରିଥିଲେ । ଏହି ସମୟରେ ୪ ଜଣ ଯୁବକ ତାଙ୍କୁ ଲିଫ୍ଟ ଦେବାକୁ କହିଥିଲେ । ସେ ପ୍ରଥମେ ରାଜି ହୋଇନଥିଲେ । ସେମାନେ ତାଙ୍କୁ ଘରେ ଛାଡ଼ିଦେବାକୁ କହିବା ସବ ବାଧ୍ୟ କରି ଗାଡ଼ିରେ ନେଇଥିଲେ ।

ଏହାପରେ ପୁରୀର ପୋଲିସ୍ ଲାଇନ୍ କ୍ୱାଟରରେ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି । ୨ ଜଣ ଏଥିରେ ସଂପୃକ୍ତ ଥିବା ପୀଡିତା ଏତଲାରେ ଦର୍ଶାଇଛନ୍ତି । ଜଣେ ବ୍ୟକ୍ତିଙ୍କର ପର୍ସକୁ ରଖିଦେଇଥିଲେ ପୀଡିତା । ବହିସ୍କୃତ ପୋଲିସ କନେଷ୍ଟବଳ ଜିତେନ୍ଦ୍ର ସେଠୀ ବୋଲି ଜଣାପଡ଼ିଛି । ପୁରୀ ଏସପି କହିଛନ୍ତି ଘଟଣାକୁ ଗୁରୁତର ସହ ନିଆଯାଇଛି । ଘଟଣାକୁ ସବୁ ଦିଗରୁ ତଦନ୍ତ କରାଯାଉଛି । ପୋଲିସ ପ୍ରାଥମିକ ଭାବେ ଅଭିଯୁକ୍ତ ଜିତୁ ସେଠୀକୁ ଉଠାଇ ନେଇଥିଲା ପରେ ଆଉ ୩ ଜଣଙ୍କୁ ଧରିଥିଲା ।

ପୀଡିତାଙ୍କର ଡାକ୍ତରୀ ମାଇନା କରାଯାଇଥିବା ଜଣାପଡ଼ିଛି । ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଛି ପୁରୀ ପୋଲିସ ।

Leave a Reply