କରୋନା ସନ୍ଦିଗ୍ଧ କାନାଡ଼ା ଫେରନ୍ତା ଦମ୍ପତି ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର: ଭାରତରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଚିନ୍ତା ବଢ଼ିଛି । ରାଜ୍ୟରେ ବର୍ତ୍ତମାନ ଯାଏଁ କୌଣସି କରୋନା ପଜିଟିଭ୍ କେସ୍ ଜଣାପଡ଼ିନାହିଁ । ଅନ୍ୟପଟେ କରୋନା ସନ୍ଦେହରେ ଦମ୍ପତିଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି । ଦମ୍ପତି ଗତ ୧୧ ତାରିଖରେ ସମ୍ପର୍କୀୟଙ୍କ ଶୁଦ୍ଧିକ୍ରିୟା ପାଇଁ କାନାଡ଼ାରୁ ଫେରିଥିଲା ।

ଶୁଦ୍ଧିକ୍ରିୟା ପାଇଁ ଟିଟିଲାଗଡ଼ ଆସିଥିଲେ । ଥଣ୍ଡା, କାଶ ଲାଗି ରହିଥିବାରୁ ସ୍ୱାମୀ, ସ୍ତ୍ରୀଙ୍କୁ ସ୍ଥାନୀୟ ପ୍ରଶାସନ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଛି । ଦମ୍ପତିଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱର ଆରଏମଆରସିକୁ ପଠାଯାଇଛି । ପରୀକ୍ଷା ରିପୋର୍ଟ ଆସିବା ପରେ ଚିତ୍ର ସ୍ପଷ୍ଟ ହେବ ।

ଉଭୟଙ୍କୁ ବଲାଙ୍ଗିର ମେଡିକାଲର ସ୍ୱତନ୍ତ୍ର ଆଇସୋଲେସନ୍ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ଏକ ଡାକ୍ତରୀ ଟିମ୍ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲରେ ୨ ଜଣ କରୋନା ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇଛି ।

କରୋନା ଭାଇରସକୁ ନେଇ ମିଛ ଖବର ଦେଉଥିଲେ, ଧରାପଡ଼ି ଜେଲ ଗଲେ ଯୁବକ

Leave a Reply