Sushant Singh Rasjput Case: ରିୟାଙ୍କ କବଜାରେ ସୁଶାନ୍ତଙ୍କ ଲାପଟପ,ଇଡି ଖୋଜିବ ଖିଅ

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତାଙ୍କ ଭଉଣୀ ମିତୁ ବଡ କଥା କହିଛନ୍ତି । ବିହାର ପୋଲିସକୁ ମିତୁ ଓ ସୁଶାନ୍ତଙ୍କ ବନ୍ଧୁ ମହେଶ କୃଷ୍ଣ ସେଟ୍ଟି ବୟାନ ଦେଇଛନ୍ତି । ବୟାନରେ ସୁଶାନ୍ତଙ୍କ ଭଉଣୀ କହିଛନ୍ତି ଯେ,ରିୟା ସୁଶାନ୍ତଙ୍କୁ ନିଜ ନିୟନ୍ତ୍ରଣରେ ରଖିଥିଲେ । ଭୁତ ପ୍ରେତ କାହାଣୀ ଶୁଣାଇ ରିୟା ସୁଶାନ୍ତଙ୍କୁ ଘର ବଦଳାଇବା ପାଇଁ ବାଧ୍ୟ କରିଥିଲେ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ବିହାର ପୋଲିସ ଗୁରୁବାର ଦିନ ସୁଶାନ୍ତଙ୍କ ବ୍ୟାଙ୍କ ଖାତା ଯାଂଚ କରୁଛି । ଏହା ଭିତରେ ସୁଶାନ୍ତଙ୍କ ଲାପଟପ୍ ଓ ଫୋନକୁ ନେଇ ବଡ ତଥ୍ୟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ଲାପଟପ୍ ଓ ଗୋଟିଏ ମୋବାଇଲ ରିୟାଙ୍କ ପାଖରେ ଅଛି । ସେହି ଲାପଟପରୁ ବହୁତ ତଥ୍ୟ ମିଳିବ ବୋଲି ବିହାର ପୋଲିସ ସନ୍ଦେହ କରୁଛି ।

ବିହାର ପୋଲିସ ଅନୁସାରେ ରିୟା ଚକ୍ରବର୍ତ୍ତି ସୁଶାନ୍ତଙ୍କ ଲାପଟପ,ମୋବାଇଲ ଓ ଗୋଟିଏ ହାର୍ଡଡିସ୍କ ନେଇ ଚାଲିଯାଇଛନ୍ତି । ଲାପଟପ,ମୋବାଇଲ ଓ ହାର୍ଡଡିସ୍କରେ ସୁଶାନ୍ତଙ୍କ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବ ବୋଲି ବିହାର ପୋଲିସ ଅନୁମାନ କରୁଛି । ପୋଲିସ ଅନୁସାରେ ଲାପଟପରେ ରିୟାଙ୍କ ବିରୋଧରେ ଅନେକ ପ୍ରମାଣ ଥାଇପାରେ । ଏମିତିରେ ପାଟନା ପୋଲିସର ମୁଖ୍ୟ ଲକ୍ଷ୍ୟ ବର୍ତ୍ତମାନ ହେଉଛି ଲାପଟପ୍,ମୋବାଇଲ ଓ ହାର୍ଡଡିସ୍କ ଉଦ୍ଧାର କରିବା ।

ମୁମ୍ବାଇ ପୋଲିସର ସହଯୋଗ ମିଳୁନି ?

ବିହାରର ଯେଉଁ ଟିମ୍ ତଦନ୍ତ ପାଇଁ ମୁମ୍ବାଇ ଯାଇଛି ସେହି ଟିମକୁ ମୁମ୍ବାଇ ପୋଲିସର ସହଯୋଗ ମିଳୁନି ବୋଲି ଚର୍ଚ୍ଚା ହେଉଛି । ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲ ଅନୁସାରେ ତଦନ୍ତକାରୀ ଟିମର ଜଣେ ସଦସ୍ୟ ଏଭଳି ସଂକେତ ଦେଇଛନ୍ତି ।  ଏପର୍ଯ୍ୟନ୍ତ ପାଟନା ପୋଲିସ କେବଳ ସୁଶାନ୍ତଙ୍କ ରୋଷେୟା ଅଶୋକ,ବନ୍ଧୁ ମହେଶ ସେଟ୍ଟି ଓ ଭଉଣୀ ନୀତୁ ସିଂହଙ୍କର ହିଁ ବୟାନ ରେକର୍ଡ କରି ପାରିଛନ୍ତି ।  ଏହା ସହ ସୁଶାନ୍ତଙ୍କ ସହାୟକ ଦିପେଶ ମରିଣ୍ଡାଙ୍କୁ ମଧ୍ୟ ପୋଲିସ ପଚରା ଉଚରା କରିଛି ।

ଭଉଣୀ କହିଲେ ସୁଶାନ୍ତ ରିୟାକୁ ଭୟ କରୁଥିଲେ

ସୁଶାନ୍ତଙ୍କ ଭଉଣୀ ନିତୁଙ୍କ ଅନୁସାରେ ସେ ସଂପୂର୍ଣ୍ଣ ଭାବେ ରିୟାଙ୍କ ନିୟନ୍ତ୍ରଣରେ ଥିଲେ । ରିୟା ତାଙ୍କୁ ପରିବାର ଲୋକଙ୍କଠାରୁ ଦୁରେଇ ଦେଇଥିଲେ । ଭୁତପ୍ରେତ ଭୟ ଦେଖାଇ ରିୟା ତାଙ୍କୁ ପୁରୁଣା ଘର ଛାଡିବାକୁ ବାଧ୍ୟ କରିଥିଲେ । ଏହାସହ ସୁଶାନ୍ତଙ୍କ ମ୍ୟାନେଜର ଦିଶାଙ୍କ ଆତ୍ମହତ୍ୟାରେ ତାଙ୍କୁ ଫସାଇ ଦିଆଯିବ ବୋଲି ସେ ଆଶଙ୍କା କରୁଥିଲେ । ଦିଶାଙ୍କୁ ରିୟା ହିଁ ସୁଶାନ୍ତଙ୍କ ମ୍ୟାନେଜର କରାଇଥିଲେ । ବିହାର ପୋଲିସକୁ ଅନ୍ୟ କିଛି ସୂତ୍ରରୁ ମଧ୍ୟ ମିଳିଥିବା ସୂଚନା ଏହି ତଥ୍ୟକୁ ପ୍ରମାଣିତ କରୁଛି । ରିୟା ସୁଶାନ୍ତଙ୍କ ବ୍ଲାକମେଲ୍ କରୁଥିବାରୁ ସେ ତାଙ୍କୁ ଭୟ କରୁଥିଲେ ବୋଲି ବିହାର ପୋଲିସ ଜାଣିବାକୁ ପାଇଛି ।

sushant riya

ଅଙ୍କିତା ଲୋଖଣ୍ଡେଙ୍କ ପାଖରେ ଅଛି ଚାଟ୍ ସ୍କ୍ରିନ୍ ସଟ୍ !

ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ ମଧ୍ୟ ରିୟାଙ୍କ ଆଡକୁ ଆଙ୍ଗୁଳି ଉଠାଇଛନ୍ତି । ଅଙ୍କିତା ସୁଶାନ୍ତଙ୍କ ମୃତ୍ୟୁ ପରେ ଦୁଇଥର ପାଟନା ଯାଇ ପରିବାରକୁ ଭେଟି ରିୟା ଓ ସୁଶାନ୍ତଙ୍କ ମଧ୍ୟରେ ସବୁକିଛି ଠିକ୍ ନଥିବା କଥା କହିଥିବା ଶୁଣାଯାଉଛି । ଏହାପରେ ସୁଶାନ୍ତଙ୍କ ପରିବାର ଏତଲା ଦେଇଥିଲେ ବୋଲି ଅନୁମାନ କରାଯାଉଛି । ମଣିକର୍ଣ୍ଣିକା ଫିଲ୍ମ ପ୍ରମୋଶନ କାଳରେ ସୁଶାନ୍ତ ଅଙ୍କିତାଙ୍କୁ ମେସେଜ୍ କରିଥିଲେ । ଯେଉଁଥିରେ ସେ ରିୟାଙ୍କ ସହ ସଂପର୍କକୁ ନେଇ ଅସନ୍ତୁଷ୍ଟ ଥିବା ଉଲ୍ଲେଖ କରିଥିଲେ । ଅଙ୍କିତା ଏହି କଥା ସୁଶାନ୍ତଙ୍କ ପରିବାରକୁ ଜଣାଇଛନ୍ତି ।

ଇଡି ଖୋଜିବ ଖିଅ

ଏଣେ ପ୍ରବରତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ତଦନ୍ତ ମାମଲ ମଧ୍ୟକୁ ପ୍ରବେଶ କରିଛି । ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ରିୟାଙ୍କ ଆକାଉଣ୍ଟକୁ ଯାଇଥିବା ନେଇ ତାଙ୍କ ପରିବାର ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆସିବା ପରେ ଇଡି ନିଜ ପକ୍ଷରୁ ମାମଲାର ତଦନ୍ତ କରିବାକୁ ଆଗଭର ହୋଇଛି । ଏନେଇ ଇଡି ବିହାର ପୋଲିସକୁ ପତ୍ର ଲେଖି ବିସ୍ତୃତ ବିବରଣୀ ମାଗିଥିଲା । ଯାହା ଇଡିକୁ ଦିଆଯାଇଥିବା ଜଣା ପଡିଛି ।

riya

ସୁପ୍ରିମକୋର୍ଟରେ ପରିବାର

ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି । ଅନ୍ୟପକ୍ଷରେ ଗୁରୁବାର ଦିନ ପରିବାର ପକ୍ଷରୁ ମାମଲାର ସିବିଆଇ ତଦନ୍ତ ପାଇ ସର୍ବୋଚ୍ଚ ଅଦାଲତରେ ନିବେଦନ କରାଯାଇଛି ।

ରାଜନୈତିକ ବୟାନବାଜୀ

ସେପଟେ ସୁଶାନ୍ତ ସିଂହ ରାଜପୁତ ମାମଲା ଭିତରକୁ ପ୍ରାୟ ସବୁ ଦଳ ଲମ୍ଫ ମାରିଛନ୍ତି । ବିଏସପି ସୁପ୍ରିମୋ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସର ଭୂମିକାକୁ ନେଇ ବିହାର ରାଜନୀତିରେ ଆରମ୍ଭ ହୋଇଯାଇଛି ବୟାନବାଜୀ । ବିହାର କଂଗ୍ରେସ ଏହାର ସିବିଆଇ ତଦନ୍ତ ଦାବି କରୁଥିବା ବେଳେ ମହାରାଷ୍ଟ୍ର କଂଗ୍ରେସ ସିବିଆଇ ଯାଂଚକୁ ନେଇ ସ୍ପଷ୍ଟ ଭାବେ କିଛି କହୁନାହିଁ । ଯାହାକୁ ନେଇ ବିଜେପି,ଜେଡିୟୁ,ପପୁ ଯାଦବଙ୍କ ଦଳ ସମସ୍ତଙ୍କ ନିଶାନାରେ ଅଛି କଂଗ୍ରେସ । ଏଣେ ବିହାର ମୁଖ୍ୟମନ୍ତ୍ରୀ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିପାରନ୍ତି ବୋଲି କୁହାଯାଉଛି । ବିହାରରେ ସୁଶାନ୍ତଙ୍କ ମୃତ୍ୟୁ ନେଇ ମାମଲା ରୁଜ ହୋଇଥିବାରୁ ଆଇନଗତ ଦୃଷ୍ଟିରୁ ବିହାର ସରକାର ଏଭଳି କରିପାରିବେ ।

Leave a Reply