ରାକ୍ଷୀ ପୂର୍ଣ୍ଣିମାରେ ସୁଶାନ୍ତଙ୍କ ଫଟୋ ସେୟାର କଲେ ଭଉଣୀ, କହିଲେ ଆମେ ତୁମକୁ ବହୁତ ଭଲ ପାଉ

1 min read

ନୂଆଦିଲ୍ଲୀ: ସାରା ଦେଶରେ ରାକ୍ଷୀ ପୂର୍ଣ୍ଣିମା ଧୁମଧାମରେ ପାଳନ କରାଯାଉଛି । ଏହି ଉତ୍ସବରେ ସାନଭାଇ ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ ତାଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଏକ ଫଟୋ ସେୟାର କରିଛନ୍ତି। ଶ୍ୱେତା ସିଂ କୀର୍ତ୍ତୀଙ୍କ ଏହି ପୋଷ୍ଟରେ ଚାରି ଭଉଣୀ ସାନଭାଇ ସୁଶାନ୍ତ ସିଂ ରାଜପୁତଙ୍କୁ ସ୍ନେହର ସହ ରାକ୍ଷୀ ବାନ୍ଧୁଥିବାର ନଜର ଆସିଛନ୍ତି। ଏହି ଫଟୋ ଶେୟାର କରି ଶ୍ୱେତା ସିଂ କିର୍ତ୍ତୀ କହିଛନ୍ତି ଯେ ଆମେ ତୁମକୁ ବହୁତ ଭଲପାଉ ଏବଂ ଏହା ସର୍ବଦା କରିବୁ। ବିଶେଷ କଥା ହେଉଛି ଅଙ୍କିତା ଲୋଖଣ୍ଡେ ମଧ୍ୟ ଶ୍ୱେତା ସିଂ କିର୍ତ୍ତୀଙ୍କ ଏହି ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି।

https://www.instagram.com/p/CDakTgGlVmj/?utm_source=ig_embed

ଶ୍ୱେତା ସିଂ କିର୍ତ୍ତୀଙ୍କ ଏହି ଫଟୋରେ, ଯେଉଁଥିରେ ସାନ ଭାଇ ସୁଶାନ୍ତ ସିଂ ରାଜପୁତ ଏକ ଚେୟାରରେ ବସିଥିବାର ନଜର ଆସିଛନ୍ତି, ତାଙ୍କ ଭଉଣୀମାନେ ଠିଆ ହୋଇ ରାକ୍ଷୀ ବାନ୍ଧୁଥିବାର ନଜର ଆସିଛନ୍ତି। ଏହି ଫଟୋକୁ ସେୟାର କରି ଶ୍ୱେତା ସିଂ କୀର୍ତ୍ତୀ ଲେଖିଛନ୍ତି, “ହାପି ରାକ୍ଷୀ ପୂର୍ଣ୍ଣିମା ମୋର ସ୍ନେହର ସାନ ଭାଇ । ଆମେ ତୁମକୁ ବହୁତ ଭଲପାଉ, ଏବଂ ସର୍ବଦା କରିବୁ। ତୁମେ ଆମ ସମସ୍ତଙ୍କର ଗର୍ବ ଥିଲ ଏବଂ ସର୍ବଦା ରହିବ।” ଏହି ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଅଙ୍କିତା ଲୋଖଣ୍ଡେ ଲେଖିଛନ୍ତି, ” ଦିଦି …” ଏହା ସହିତ ଅଙ୍କିତା ଏକ ହୃଦୟ ଆକୃତିର ଇମୋଜି ମଧ୍ୟ ସେୟାର କରିଛନ୍ତି। ଶ୍ୱେତା ସିଂ କିର୍ତ୍ତୀଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ବହୁତ କମେଣ୍ଟ କରୁଛନ୍ତି, ଏଥିରେ ୫୮ ହଜାରରୁ ଅଧିକ ଲାଇକ୍ ମଧ୍ୟ ରହିଛି ।

ଶ୍ୱେତା ସିଂ କୀର୍ତ୍ତୀ ନିଜ ଭାଇଙ୍କୁ ସ୍ମରଣ କରି ଅନେକ ସମୟରେ ତାଙ୍କ ଫଟୋ ସେୟାର କରନ୍ତି । ଜଣାଇ ରଖୁଛୁ ଯେ, ସୁଶାନ୍ତ ସିଂ ରାଜପୁତ 34 ବର୍ଷ ବୟସରେ ଆମ ସମସ୍ତଙ୍କୁ ବିଦାୟ ଦେଇ ଆରପାରିକୁ ଚାଲିଯାଇଛନ୍ତି । ଜୁନ୍ ୧୪ ତାରିଖରେ ଅଭିନେତାଙ୍କୁ ତାଙ୍କ ଘରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ କେବଳ ବଲିଉଡ ଇଣ୍ଡଷ୍ଟ୍ରି ନୁହେଁ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଚକିତ କରିଛି । ତାଙ୍କ ଷ୍ଟାଇଲ ଏବଂ କାର୍ଯ୍ୟ ସହିତ ଲୋକଙ୍କ ହୃଦୟ ଜିତିବା ପାଇଁ ସୁଶାନ୍ତ ସିଂ ରାଜପୁତ କୌଣସି ମଉକା ଛାଡି ନଥିଲେ। ନିକଟରେ ତାଙ୍କ ଫିଲ୍ମ ଦିଲ ବେଚାରା ମୁକ୍ତିଲାଭ କରିଛି ଯେଉଁଥିରେ ଅଭିନେତ୍ରୀ ସଞ୍ଜନା ସାଙ୍ଗୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

Leave a Reply