SSR Row: AIIMSର ରିପୋର୍ଟରେ ମର୍ଡର ଥିଓରୀକୁ ଖାରଜ, ସୁଇସାଇଡ ଉପରେ ଲାଗିଲା ମୋହର

1 min read

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ତିନି ମାସରୁ ଅଧିକ ସମୟ ବିତିଯାଇଥିବାବେଳେ ଏବେବି କିଛି ମୌଳିକ ପ୍ରଶ୍ନର ଉତ୍ତର ମିଳିପାରିନାହିଁ । ସୁଶାନ୍ତ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଥିଲା ? ଯଦି ହତ୍ୟା ହୋଇଛି ତେବେ ହତ୍ୟାକରୀ କିଏ ଏବଂ ଯଦି ସେ ଆତ୍ମହତ୍ୟା କରିଛନ୍ତି ତେବେ ଏହା ପଛର କାରଣ ଣ ଥିଲା ? ତାଙ୍କୁ ଆତ୍ମହତ୍ୟା କରିବାକୁ କେହି ଉସକାଇଥିଲେ କି? ଦେଶର ତିନୋଟି ବୃହତ ଅନୁସନ୍ଧାନକାରୀ ସଂସ୍ଥା ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଏବଂ ବର୍ତ୍ତମାନ ଏହି ପ୍ରଶ୍ନର ଗୋଟିଏ ଉତ୍ତର ପ୍ରକାଶ ପାଇଛି ।

ଆତ୍ମହତ୍ୟା କରିଥିଲେ ସୁଶାନ୍ତ ସିଂହ ରାଜପୁତ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଫରେନସିକ ରିପୋର୍ଟରେ ହତ୍ୟା କଥାକୁ ଖାରଜ କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ଯେଉଁ ପରିସ୍ଥିତରେ ଅଭିନେତା ଜଣଙ୍କର ମୃତ୍ୟୁ ହୋଇଛି ସେଥିରେ କୌଣସି ଫାଉଲ ପ୍ଲେ ହୋଇଥିବା ଦେଖିବାକୁ ମିଳିନି ଏବଂ ଏହା ଏକ ଆତ୍ମହତ୍ୟା ମାମଲା ଅଟେ । AIIMS ମେଡିକାଲ ବୋର୍ଡ ସୋମବାର ସିବିଆଇଙ୍କୁ ନିଜ ଯାଞ୍ଚ ରିପୋର୍ଟ ଦେଇଛି । କୁପର ହସ୍ପିଟାଲ ଦ୍ୱାରା ଦିଆଯାଇଥିବା ରିପୋର୍ଟ ସମେତ ଏହି ରିପୋଟ ଦିଆଯାଇଛି ।

AIIMS ର ରିପୋର୍ଟ ପାଇବା ପରେ, ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ସିବିଆଇ ବର୍ତ୍ତମାନ ଏହି ମାମଲାର ଯାଞ୍ଚ କରିବ । ଅର୍ଥାତ ଏବେ ଆଗାମୀ ଦିନରେ ଏହି ପ୍ରଶ୍ନର ଉତ୍ତର ଖୋଜାଯିବ ଯେ ଯଦି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି, ତେବେ ଏହାର କାରଣ କ’ଣ ? ତାଙ୍କୁ ଆତ୍ମହତ୍ୟା କରିବାକୁ କେହି ଉସକାଇଥିଲେ କି ?

ଏକ ଲାପଟପ୍, ହାର୍ଡ ଡିସ୍କ, କାନନ୍ କ୍ୟାମେରା ଏବଂ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି, ଯାହାର ତଦନ୍ତ ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସରିଥିବା ଯାଞ୍ଚ ବିଷୟରେ କହିବାକୁ ଗଲେ, ଏହି ମାମଲାରେ ୨୦ରୁ ଅଧିକ ଅଭିଯୁକ୍ତଙ୍କୁ ସିବିଆଇ ପ୍ରଶ୍ନ କରିସାରିଛି ।

ସୂଚନା ଅନୁଯାୟୀ, ଯଦି ହତ୍ୟାକାଣ୍ଡ ଦିଗକୁ ଦେଖାଯାଏ ତେବେ ଆଇପିସିର ଧାରା ୩୦୨କୁ ମଧ୍ୟ ଏଥିରେ ଯୋଡାଯାଇପାରେ । ଯାହା ଇଚ୍ଛାକୃତ ହତ୍ୟା ପାଇଁ ଲାଗୁ କରାଯାଏ । ତେବେ ଗତ ୫୭ ଦିନର ଯାଞ୍ଚରେ ଏପରି କୌଣସି ତଥ୍ୟ ଦେଖାଯାଇ ନାହିଁ ଯାହା ଦର୍ଶାଉଛି ଯେ ଅଭିନେତାଙ୍କୁ ହତ୍ୟା କରାଯାଇଛି । ସେପଟେ ଏହି ଘଟଣା ପରେ ସୁଶାନ୍ତଙ୍କ ପରିବାର ଉପରେ ବର୍ଷିଛନ୍ତି ରିୟାଙ୍କ ଓକିଲ ବକାଶ ଗୁପ୍ତା । ସୁଶାନ୍ତଙ୍କ ପରିବାର ଜାଣିଶୁଣି ରିୟାଙ୍କ କ୍ୟାରିୟର ବରବାଦ କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।

ଫରେନସିକ ରିପୋର୍ଟ ଫାଇନାଲ, ଏବେ CBI କରିବ ନିଜ କାମ

ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ଜୁନ୍ ୧୪ ତାରିଖ ଦିନ ମୁମ୍ବାଇର ନିଜ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଫୋରେନସିକ୍ ରିପୋର୍ଟ ନିଜ କାମ କରିସାରିଛି, ବର୍ତ୍ତମାନ ଏହି ମାମଲାକୁ କିଛି ଯୁକ୍ତିଯୁକ୍ତ ଫଳାଫଳକୁ ନେବା ତଦନ୍ତକାରୀ ସଂସ୍ଥାର ଦାୟିତ୍ୱ ଅଟେ ।

Leave a Reply