ସୁଶାନ୍ତଙ୍କ ଡାଏରୀର ସେହି ୧୫ପୃଷ୍ଠାରେ ଏମିତି କଣ ଲେଖା ଅଛି ଯେ, ଯାହାକୁ ନେଇ ଏତେ ପ୍ରଶ୍ନ ? ଜାଣନ୍ତୁ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁକୁ ନେଇ ଯେତେ ଖୋଲତାଡ଼ ହେଉଛି ସେତେ ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ କହିଥିଲେ ଯେ ଅଭିନେତା ଡାଏରୀ ଲେଖନ୍ତି ଏବଂ ତାଙ୍କ ଜୀବନର ପ୍ରତ୍ୟେକ ଯୋଜନା ବିଷୟରେ ନିଜ ଡାଏରୀରେ ଲେଖୁଥିଲେ । ୨୦୨୦ ପାଇଁ ପୁରା ଯୋଜନା ମଧ୍ୟ ସୁଶାନ୍ତ ଲେଖିଥିଲେ। ସୁଶାନ୍ତଙ୍କ ଡାଏରୀର ୧୫ଟି ପୃଷ୍ଠା ସାମ୍ନାକୁ ଆସିଛି । ଯେଉଁଥିରେ ସେ ତାଙ୍କ କ୍ୟାରିୟରଛଠାରୁ ଆରମ୍ଭ କରି ଜୀବନ ପର୍ଯ୍ୟନ୍ତ ସବୁକୁ ନେଇ ଯୋଜନା କରିଛନ୍ତି । ବଲିଉଡ ପରେ ହଲିଉଡ଼ରେ କାମ କରିବାକୁ ନେଇ ଯୋଜନା କରିଥିଲା । ଏହି ପୃଷ୍ଠାଗୁଡ଼ିକରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ନାଁ ମଧ୍ୟ ରହିଛି । 

ସୁଶାନ୍ତଙ୍କ ପରିବାର ବୁଧବାର (ଅଗଷ୍ଟ ୧୨)ରେ ଏକ ୯ ପୃଷ୍ଠାର ବୟାନ ଜାରି କରିଛନ୍ତି। ଏହି ବୟାନ ପରେ ହିଁ ସୁଶାନ୍ତଙ୍କ ଡାଏରୀର ୧୫ ପୃଷ୍ଠା ସାମ୍ନାକୁ ଆସିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଜଣେ ବ୍ୟକ୍ତି ଯିଏ ବର୍ଷସାରା ଯୋଜନା କରୁଛି ଏବଂ ସେ କିପରି ଡିପ୍ରେସନରେ ରହିପାରିବ ? ଡାଏରୀର ପୃଷ୍ଠାଗୁଡ଼ିକରୁ ଜଣାପଡିଛି ଯେ ତାଙ୍କ କ୍ୟାରିୟର ଏବଂ ଜୀବନ ପାଇଁ ତାଙ୍କର ଏକ ଦୃଢ ଯୋଜନା ଥିଲା । ସୁଶାନ୍ତ ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ତାଙ୍କର ୨୦୨୦ ପାଇଁ ମଧ୍ୟ ଯୋଜନା ଥିଲା। ରିପୋର୍ଟ ଅନୁଯାୟୀ ସୁଶାନ୍ତ ଗୋଟିଏ ପୃଷ୍ଠାରେ ଲେଖିଛନ୍ତି ଯେ, ‘ମୁଁ ଚାହେଁ ଲୋକମାନେ ମୋତେ ବୁଝନ୍ତୁ’।

ସୁଶାନ୍ତଙ୍କ ଡାଏରୀର ଏହି ପୃଷ୍ଠାଗୁଡ଼ିକରେ ଚଳଚ୍ଚିତ୍ରର ସ୍କ୍ରିପ୍ଟ, ବଲିଉଡ, ହଲିଉଡ ଏବଂ କମ୍ପାନୀ ଲେଖାଯାଇଛି । ଏହା ସହିତ ସେ ଚଳଚ୍ଚିତ୍ର ପାଇଁ ତାଙ୍କର ପ୍ରସ୍ତୁତି ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଫିଲ୍ମର ସିନ୍ ଗୁଡ଼ିକୁ କେମିତି ପ୍ରଭାବଶାଳୀ କରି ହେବ, କେଉଁ ପ୍ରୟାସ ଏବଂ ପ୍ରଣାଳୀ ବ୍ୟବହାର କଲେ ସେ ସ୍କ୍ରିନରେ ଆକର୍ଷଣୀୟ ଲାଗିବେ ଏହା ଉପରେ କାମ କରୁଥୁଲେ । ଏହା ମଧ୍ୟ ଏହି ପୃଷ୍ଠାଗୁଡ଼ିକରେ ଲେଖାଯାଇଛି | ସୁଶାନ୍ତ ଲେଖକମାନଙ୍କର ଏକ ପୁଲ୍ ପ୍ରସ୍ତୁତ କରିବାକୁ ଚାହୁଁଥିଲେ ଯାହା ଦ୍ୱାରା ଭଲ ଲେଖକମାନଙ୍କୁ ନେଇ ଭଲ ସ୍କ୍ରିପ୍ଟ ବାହାରିପାରିବ । ଏହା ସହିତ ସେ ଏହି ସମସ୍ତ କାର୍ଯ୍ୟରେ ସୃଷ୍ଟି ହେଉଥିବା ସମସ୍ୟାଗୁଡିକ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସୁଶାନ୍ତ ଲେଖିଛନ୍ତି ଯେ ତୁମେ ଯାହା କହୁଛ ସେଟା ସେତେ ଗୁରୁତ୍ୱପୂର୍ଣ୍ଣ ଯାହା ତୁମେ କରୁଛ । ଡାଏରୀ ପୃଷ୍ଠାରେ ସୁଶାନ୍ତ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ନାମ ମଧ୍ୟ ଲେଖିଛନ୍ତି ଏବଂ ସେ ଏହି ଟିମ୍ ପରିଚାଳନା କରିବେ ବୋଲି କହିଛନ୍ତି । ସୁଶାନ୍ତ ଲେଖିଛନ୍ତି  ଯେ, ଆପଣ ନିଜ ଜୀବନକୁ ମନପକାଅ ନାହିଁ, ତାହାକୁ ଅନୁଭବ କର ଆଉ ଆଉ ତାକୁ କ୍ୟାମେରା ଆଗରେ ପ୍ରକାଶ କରିଦିଅ ।

ସୁଶାନ୍ତଙ୍କ ଡାଏରୀର ଏହି ପୃଷ୍ଠାଗୁଡ଼ିକ ସାମ୍ନାକୁ ଆସିବା ପରେ ଅନେକ ପ୍ରଶ୍ନ ଉଠିଛି ।ପ୍ରଶ୍ନ ହେଉଛି ଯଦି ଅଭିନେତାଙ୍କ ମାନସିକ ସ୍ଥିତି ଠିକ୍ ନଥିଲା, ତେବେ ସେ କିପରି ଏତେ ଯୋଜନା କରୁଥିଲେ? ରିୟା ନିକଟରେ ଚାଟ୍ ର ଭାଇରାଲ୍ ସ୍କ୍ରିନ୍ ସଟ୍ ଦେଇଥିଲେ, ଯାହା ମାଧ୍ୟମରେ ସେ କହିବାକୁ ଚେଷ୍ଟା କରିଥିଲେ ଯେ ସୁଶାନ୍ତ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ମଧ୍ୟରେ ସବୁକିଛି ଠିକ୍ ନଥିଲା  କିନ୍ତୁ ଏହା ପରେ ମଧ୍ୟ ସେ ତାଙ୍କ ସହ କାମ କରିବାକୁ ଚାହୁଁଥିଲେ। ଡାଏରୀର ପୃଷ୍ଠାଗୁଡ଼ିକୁ ଦେଖିଲେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ଏତେ ଦିନ ଯୋଜନା କରୁଥିବା ବ୍ୟକ୍ତି କିପରି ଆତ୍ମହତ୍ୟା କରିପାରିବ?

Leave a Reply