ସୁଶାନ୍ତଙ୍କ ବାପା ଆଣିଲେ ସଙ୍ଗୀନ ଅଭିଯୋଗ ! ରିୟା ସୁଶାନ୍ତଙ୍କୁ ବ୍ଲାକମେଲ କରି ପରିବାର ସହ ବି ଭେଟିବାକୁ ଦେଉ ନଥିଲେ…

1 min read

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। କିନ୍ତୁ ମଙ୍ଗଳବାର ଦିନ ଏହି ମାମଲାରେ ଏକ ନୂଆ ମୋଡ଼ ଆସିଛି। ସୁଶାନ୍ତଙ୍କ ପିତା କୃଷ୍ଣ କିଶୋର ସିଂ ଆତ୍ମହତ୍ୟା ପାଇଁ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ରିୟାଙ୍କ ବିରୋଧରେ ଲେଖାଯାଇଥିବା ଏଫ୍ଆଇଆର୍ ଅନୁଯାୟୀ ସୁଶାନ୍ତଙ୍କ ପିତା ଦଶଟି ଆଶ୍ଚର୍ଯ୍ୟଜନକ ଅଭିଯୋଗ ଆଣିଛନ୍ତି।

  1. ସୁଶାନ୍ତ ସିଂ ରାଜପୁତ ଫିଲ୍ମ ଜଗତରୁ ବିଦାୟ ନେବାକୁ ଚାହୁଁଥିଲେ। ସେ କେରଳର କୁର୍ଗରେ ସିଫ୍ଟ ହେବାକୁ ଚାହୁଁଥିଲେ ଏବଂ ଜୈବିକ ବା ଅର୍ଗାନିକ ଚାଷ କରିବାକୁ ଚାହୁଁଥିଲେ। କିନ୍ତୁ ରିୟା ଚକ୍ରବର୍ତ୍ତୀ ଏହାକୁ ସମର୍ଥନ କରିନଥିଲେ। ରିୟା ସୁଶାନ୍ତଙ୍କୁ କହିଥିଲେ ଯେ ସେ ମୁମ୍ବାଇରୁ ସିଫ୍ଟ କରିପାରିବେ ନାହିଁ।
  2. ଯେତେବେଳେ ରିୟା ଅନୁଭବ କଲେ ଯେ ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ରହିବାକୁ ରାଜି ନାହାଁନ୍ତି, ସେତେବେଳେ ଜୁନ୍ ୬, ୨୦୨୦ରେ ଦିନ ରିୟା ସୁଶାନ୍ତଙ୍କ ଘରୁ ବିପୁଳ ନଗଦ ଟଙ୍କା, ଅଳଙ୍କାର, କ୍ରେଡିଟ କାର୍ଡ, ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ, ଲାପଟପ୍ ଏବଂ ମେଡିକାଲ ରେକର୍ଡ ନେଇ ତାଙ୍କ ଘର ଛାଡ଼ି ପଳାଇଥିଲେ । ଏପରିକି ରିୟା ତାଙ୍କ ଫୋନରୁ ସୁଶାନ୍ତଙ୍କ ନମ୍ବରକୁ ମଧ୍ୟ ବ୍ଲକ କରିଦେଇଥିଲେ ।
  3. ଥରେ ସୁଶାନ୍ତ ସିଂ ରାଜପୁତ ତାଙ୍କ ଭଉଣୀକୁ କହିଥିଲେ ଯେ ରିୟା ତାଙ୍କର ସମସ୍ତ ଡକ୍ୟୁମେଣ୍ଟ୍ ନେଇ ଯାଇଛନ୍ତି । କେବଳ ସେତିକି ନୁହେଁ ରିୟା ଧମକ ଦେଇଥିଲେ ଯେ, ଗଣମାଧ୍ୟମ ସାମ୍ନାରେ ସେ କହିଦେବେ କି, ସୁଶାନ୍ତ ପାଗଳ ହୋଇଯାଇଛନ୍ତି ଏବଂ ଏହାପରେ ତାଙ୍କୁ କେହି କାମ ଦେବେ ନାହିଁ ।
  4. ୨୦୧୯ରେ ରିୟାଙ୍କୁ ଭେଟିବା ପୂର୍ବରୁ ସୁଶାନ୍ତ କୌଣସି ମାନସିକ ରୋଗରେ ପୀଡିତ ନଥିଲେ । ଯଦିଓ ରିୟାଙ୍କୁ ଭେଟିବା ପରେ ସୁଶାନ୍ତ କାହିଁକି ମାନସିକ ସ୍ତରରେ ବିବ୍ରତ ହେଲେ ? ଏହାର ଅନୁସନ୍ଧାନ କରାଯିବା ଉଚିତ୍ ।
  5. ଯଦି ସୁଶାନ୍ତଙ୍କୁ ମାନସିକ ରୋଗ ପାଇଁ ଚିକିତ୍ସା କରାଯାଉଥିଲା, ତେବେ ପରିବାର ସଦସ୍ୟଙ୍କଠାରୁ କାହିଁକି କୌଣସି ସମ୍ମତି ନିଆଯାଇ ନଥିଲା ?
  6. ରିୟା ଚିକିତ୍ସା ସମୟରେ ସୁଶାନ୍ତଙ୍କୁ ତାଙ୍କ ଘରକୁ ନେଇଥିଲେ । କାରଣ ଔଷଧ ଅଧିକ ନେବା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। କିନ୍ତୁ ରିୟା ସମସ୍ତଙ୍କୁ କହିଥିଲେ ଯେ ସୁଶାନ୍ତଙ୍ଗୁ ଡେଙ୍ଗୁ ହୋଇଛି ।
  7. ରିୟା ସୁଶାନ୍ତଙ୍କୁ କୌଣସି ଫିଲ୍ମରେ ସାଇନ୍ କରିବାକୁ ଦେଉ ନଥିଲେ । ଯେତେବେଳେ ବି କିଛି ଫିଲ୍ମ ପାଇଁ ଅଫର ଆସେ, ସେ ସୁଶାନ୍ତଙ୍କୁ, ତାଙ୍କୁ(ରିୟା) ସେହି ଫିଲ୍ମରେ ତାଙ୍କ ହିରୋଇନ୍ ଭାବରେ ନେବାକୁ ବାଧ୍ୟ କରୁଥିଲେ । ଏହି ସର୍ତ୍ତରେ ସୁଶାନ୍ତ ସେହି ଅଫର ଗ୍ରହଣ କରନ୍ତି ନାହିଁ ।
  8. ସୁଶାନ୍ତଙ୍କ ବିଶ୍ୱାସଯୋଗ୍ୟ ଏବଂ ପୁରୁଣା କର୍ମଚାରୀଙ୍କୁ ରିୟା ବଦଳାଇ ଦେଇଥିଲେ । ଏହା ବଦଳରେ ସେ ତାଙ୍କର ଜଣାଶୁଣା ଲୋକଙ୍କୁ ନିଯୁକ୍ତି ଦେଇଥିଲେ। ଯାହାଫଳରେ ସେ ସୁଶାନ୍ତଙ୍କ ଉପରେ ନଜର ରଖିପାରିବେ ।
  9. ଡିସେମ୍ବର ୨୦୧୯ ରେ, ରିୟା ସୁଶାନ୍ତଙ୍କୁ ମୋବାଇଲ୍ ନମ୍ବର ପରିବର୍ତ୍ତନ କରିବାକୁ ବାଧ୍ୟ କରି ଦେଇଥିଲେ । ଯେମିତି କି ସେ ତାଙ୍କ ପରିବାର ଏବଂ ଅନ୍ତରଙ୍ଗ ବନ୍ଧୁଙ୍କ ସହ କଥାବାର୍ତ୍ତା କରିପାରିବେ ନାହିଁ । ରିୟା ମଧ୍ୟ ସୁଶାନ୍ତଙ୍କୁ ପାଟନାରେ ତାଙ୍କ ପରିବାରକୁ ଦେଖା କରିବାକୁ ଯିବାକୁ ଦେଉନଥିଲେ।
  10. ୨୦୧୯ ମସିହାରେ ସୁଶାନ୍ତଙ୍କ ଆକାଉଣ୍ଟରେ ୧୭ କୋଟି ଟଙ୍କା ଥିଲା। ମାତ୍ର ଏକ ମାସ ମଧ୍ୟରେ ୧୫ କୋଟି ଟଙ୍କା ଏଭଳି ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା, ଯାହା ସୁଶାନ୍ତଙ୍କ ଆକାଉଣ୍ଟ ସହିତ ସଂଯୁକ୍ତ ନଥିଲା । ରିୟା ଏବଂ ତାଙ୍କ ସହଯୋଗୀମାନେ କିପରି ଏମିତି ଟଙ୍କା ନେଇଗଲେ ତାହା ଅନୁସନ୍ଧାନ କରାଯିବା ଉଚିତ୍।

ଆପଣଙ୍କୁ କହି ରଖୁଛୁ ଯେ ସୁଶାନ୍ତ ସିଂ ରାଜପୁତ ଚଳିତ ବର୍ଷ ୧୪ ଜୁନରେ ମୁମ୍ବାଇରେ ଥିବା ତାଙ୍କ ଫ୍ଲାଟରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ​​ଏବଂ ବଲିଉଡରେ ନେପୋଟିଜିମ୍ ଏବଂ ଗ୍ୟାଙ୍ଗବାଜିକୁ ନେଇ ଏକ ବିତର୍କ ମଧ୍ୟ ହୋଇଥିଲା। ଏହି ମାମଲାରେ ପୋଲିସ ବହୁ ବଡ ନିର୍ଦ୍ଦେଶକଙ୍କୁ ମଧ୍ୟ ପଚରାଉଚରା କରୁଛି । ଏହି ସମୟରେ ସୁଶାନ୍ତଙ୍କ ପିତା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟାଙ୍କ ଉପରେ ଅଭିଯୋଗ ଆଣିଛନ୍ତି  । ଫଳରେ ମାମଲାର ମୋଡ ସମ୍ପୂର୍ଣ୍ଣ ବଦଳିଯାଇଛି ।

https://www.youtube.com/watch?v=Zxf8JeL0Vnc

Leave a Reply