EDରେ ହାଜର ହେବେନି ରିୟା ଚକ୍ରବର୍ତ୍ତୀ, ସୁପ୍ରିମକୋର୍ଟରେ ଶୁଣାଣି ନସରିବା ପର୍ଯ୍ୟନ୍ତ ସମୟ ମାଗିଲେ ରିୟା

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେନି ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ଇଡିରେ ହାଜର ହେବାକୁ ସମୟ ମାଗିଛନ୍ତି ରିୟା । ସୁପ୍ରିମକୋର୍ଟରେ ଶୁଣାଣି ନସରିବା ପର୍ଯ୍ୟନ୍ତ ରିୟା ସମୟ ମାଗିଛନ୍ତି । ମାମଲାରେ ଆଜି ହାଜର ହେବା ପାଇଁ ରିୟାଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆର୍ଥିକ କାରବାର ନେଇ ଇଡି ସ୍କାନରରେ ରହିଛନ୍ତି ରିୟା । ରିୟାଙ୍କ ଆୟର ସ୍ରୋତ, ବ୍ୟବସାୟିକ କାରବାର, ଖର୍ଚ୍ଚର ବିବରଣୀ ନେଇ ଖୋଳତାଡ଼ କରିପାରେ ଇଡି ।

ସେପଟେ ସୁଶାନ୍ତ ସିଂ ମାମଲାରେ ଆର୍ଥିକ କାରବାର ଲିଙ୍କ ନେଇ ତଦନ୍ତ କରୁଥିବା ଇଡି ହାତରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଛି । ସୁଶାନ୍ତଙ୍କ ୪ଟି ଆକାଉଣ୍ଟରୁ ୨ଟିରୁ ରିୟାଙ୍କୁ ଟଙ୍କା ଟ୍ରାନ୍‌ସଫର କରାଯାଇଛି । ନିକଟରେ ମୁମ୍ବାଇର ପ୍ରାଇମ ଲୋକେସନରେ ରିୟା ଓ ତାଙ୍କ ପରିବାର ୨ଟି ଦାମୀ ବଙ୍ଗଳା କିଣିଛନ୍ତି । ଏହାର କାଗଜପତ୍ର ଦେଖାଇବାକୁ ଇଡି ପକ୍ଷରୁ ରିୟାଙ୍କୁ କୁହାଯାଇଛି । ସେହିପରି ତଦନ୍ତ ବେଳେ ମୁମ୍ବାଇ ଉପକଣ୍ଠ ପାବନିରେ ସୁଶାନ୍ତଙ୍କର ଏକ ଫାର୍ମ ହାଉସ୍ ଓ ଗୋରେଗାଓଁରେ ଏକ ଆପାର୍ଟମେଣ୍ଟ ଥିବା ଜଣାପଡିଛି ।

ସୁଶାନ୍ତ ୨ଟି କାର କିଣିଥିବା ବେଳେ ଆଉ ଏକ କାର ପାଇଁ ଲୋନ୍ ଦେଉଥିବା ଜଣାପଡିଛି । ସେପଟେ ସୁଶାନ୍ତ କେସରେ ତଦନ୍ତ ଆରମ୍ଭ କରିଛି ସିବିଆଇ । ଗାର୍ଲଫ୍ରେଣ୍ଡ ରିୟାଙ୍କ ସମେତ  ୬ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ରିୟାଙ୍କ ସହ ସୌଭିକ ଚକ୍ରବର୍ତ୍ତୀ, ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ସଂଧ୍ୟା ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା ଓ ଶ୍ରୁତି ମୋଦିଙ୍କ ନାଁ ରହିଛି । ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଛି ସିବିଆଇ । ସେପଟେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁର କନେକ୍ସନକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ପାର୍ଟି, ଫୋନ୍ କଲ, ଆର୍ଥିକ କାରବାର ଭଳି ବିଭିନ୍ନ ଦିଗକୁ ନେଇ ତଦନ୍ତ କରିପାରେ ସିବିଆଇ । ସେପଟେ ମାମଲାର ଯାଞ୍ଚ ପାଇଁ ମୁମ୍ବାଇରେ ପହଞ୍ଚିଥିବା ବିହାରର ଆଇପିଏସ ଅଧିକାରୀ ବିନୟ ତିୱାରୀଙ୍କୁ କ୍ୱାରେଣ୍ଟାଇନରୁ ଛଡ଼ାଯାଇଛି ।

 

Leave a Reply