ରିୟାଙ୍କ ପରେ ତାଙ୍କ ବାପା-ମା’ଙ୍କୁ ଜେରା କଲା ସିବିଆଇ; ଡ୍ରଗ୍ସ ଲିଙ୍କ୍, ଟଙ୍କା କାରବାର ଓ ପ୍ରେମ ସମ୍ପର୍କ ନେଇ ପ୍ରଶ୍ନ

1 min read

ମୁମ୍ୱାଇ : ସୁଶାନ୍ତ ସିଂ ରାଜପୁତ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଚାଲିଛି । ଏହି କ୍ରମରେ ଆଜି ରିୟାଙ୍କ ପିତା ଇନ୍ଦ୍ରଜୀତ ଚକ୍ରବର୍ତ୍ତୀ ଓ ମାତା ସନ୍ଧ୍ୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ପଚରାଉଚରା କରିଛି । ତେବେ କେବଳ ତାଙ୍କ ପିତା-ମାତା ନୁହେଁ ବରଂ ସୁଶାନ୍ତଙ୍କ ଚାକର କେଶବ, ଫ୍ଲାଟମେଟ୍ ସିର୍ଦ୍ଧାଥ ପିଠାନୀ ଓ ପୂର୍ବ ମ୍ୟାନେଜର ଶ୍ରୁତି ମୋଦୀଙ୍କୁ ମଧ୍ୟ ଜେରା ପାଇଁ ସିବିଆଇ ଡକାଇଥିଲା । ସିବିଆଇ ଟିମ୍ ଜେରା ଆରମ୍ଭରୁ ରିୟାଙ୍କ ପିତା-ମାତାଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ବିଶେଷ ଭାବେ ସିବିଆଇ ରିୟାଙ୍କ ପିତା-ମାତାଙ୍କୁ ଟଙ୍କା କାରବାର ସମ୍ୱନ୍ଧିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଥିବା ଜଣାପଡ଼ିଛି । ସୁଶାନ୍ତଙ୍କ ପିତା ୧୫ କୋଟି ଟଙ୍କା ଗାଏବ ହେବା ନେଇ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ରିୟା କିମ୍ୱା ତାଙ୍କ ପରିବାରର କୌଣସି ସଦସ୍ୟଙ୍କର ଉକ୍ତ ଟଙ୍କା ସହ କ’ଣ ଲିଙ୍କ ରହିଛି ସେନେଇ ଜେରା ହୋଇଛି ।

ଆସନ୍ତୁ ଜାଣିବା, ଜେରା ବେଳେ ରିୟାଙ୍କ ପିତା-ମାତାଙ୍କୁ ପଚରା ଯାଇଥିବା ପ୍ରଶ୍ନ ସମ୍ପର୍କରେ –

୧. ରିୟା ଓ ସୁଶାନ୍ତଙ୍କ ପ୍ରେମ ସମ୍ପର୍କ ନେଇ ଆପଣ କେବେ ଜାଣିଲେ ?

୨. ଶୌଭିକ୍ (ରିୟାଙ୍କ ଭାଇ) ସୁଶାନ୍ତଙ୍କ ଘରକୁ ଯିବା ଆସିବା କରୁଥିଲେ, ସେ ଆପଣଙ୍କୁ କେବେ ରିୟା ଓ ସୁଶାନ୍ତଙ୍କ ଝଗଡ଼ା ସମ୍ପର୍କରେ ଜଣାଇଥିଲେ କି ?

୩. ଆପଣଙ୍କୁ ରିୟା ସୁଶାନ୍ତଙ୍କ ସହ ପ୍ରେମ ସମ୍ପର୍କରେ ରହିବାକୁ ଚାହୁଁନଥିବା କଥା କେବେ କହିଛନ୍ତି କି ?

୪. ଘରେ ଓ ବାହାରେ ମିଶାଇ ସୁଶାନ୍ତଙ୍କୁ ଆପଣମାନେ କେତେ ଥର ଭେଟିଛନ୍ତି ?

୫. ରିୟା ସୁଶାନ୍ତଙ୍କ ସହ ଫ୍ଲାଟରେ ରହୁଥିବା କଥା ଆପଣଙ୍କ ଜ୍ଞାତସାରରେ ଥିଲା କି ?

୬. ଗୋଟିଏ ଦିନରେ, ସପ୍ତାହରେ ଓ ମାସରେ ସୁଶାନ୍ତଙ୍କ ସହ ଆପଣମାନଙ୍କର କେତେ ଥର କଥାବାର୍ତ୍ତା ହେଉଥିଲା ?

୭. ଆପଣଙ୍କୁ କେବେ ଅନୁଭବ ହୋଇଛି କି ସୁଶାନ୍ତଙ୍କ ମାନସିକ ସ୍ଥିତି ସାମାନ୍ୟ ଖରାପ ରହିଛି ବୋଲି, କିମ୍ୱା ରିୟା ଆପଣଙ୍କୁ ଏଭଳି କିଛି କେବେ କହିଛନ୍ତି କି ?

୮. ସୁଶାନ୍ତଙ୍କ ଟଙ୍କାର କୌଣସି ପ୍ରକାରର ଲେଣଦେଣ ଆପଣଙ୍କ ମଧ୍ୟରେ ହୋଇଛି କି ?

୯. ସୁଶାନ୍ତଙ୍କ ଅର୍ଥ ସମ୍ୱନ୍ଧୀତ ଆଲୋଚନା ରିୟାଙ୍କ ସହ ଆପଣ କେବେ କରିଛନ୍ତି କି ?

୧୦. ଆପଣଙ୍କୁ ସୂଚନା ଥିଲା କି, ଶୌଭିକ୍ ମଧ୍ୟ ସୁଶାନ୍ତଙ୍କ ଅର୍ଥ ଖର୍ଚ୍ଚ କରୁଥିଲେ ?

୧୧. ଶୌଭିକ ଓ ରିୟାଙ୍କୁ ସୁଶାନ୍ତଙ୍କର ଅର୍ଥ ନେବା ପ୍ରସଙ୍ଗରେ ଆପଣ ସେମାନଙ୍କୁ କେବେ ରୋକିଛନ୍ତି କି ?

୧୨. ରିୟା ଚକ୍ରବର୍ତ୍ତୀଙ୍କର ଡ୍ରଗ୍ସ ମାଫିଆଙ୍କ ସହ ଲିଙ୍କ୍ ଥିବା ଘଟଣା ଆପଣମାନଙ୍କୁ ଜଣାଥିଲା କି ?

Leave a Reply