ସୁଶାନ୍ତ ତାଙ୍କ ପରିବାର ଲୋକଙ୍କ ସହ କମ୍‌ କଥା ହେଉଥିଲେ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଇଡି ଏବଂ ସିବିଆଇ ତଦନ୍ତ ଚାଳାଇଛି । ମଙ୍ଗଳବାର ରିୟାଙ୍କ ବିରୋଧରେ ପାଟନାରେ ଥିବା ମାମଲାକୁ ମୁମ୍ବାଇ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ସଂରକ୍ଷିତ ରଖାଯାଇଛି । ଏବେ ଏହି ମାମଲାର ଶୁଣାଣି ଅଗଷ୍ଟ ୧୩ ରେ ହେବ ବୋଲି କୋର୍ଟ କହିଛନ୍ତି । ଅନ୍ୟପକ୍ଷରେ, ମଙ୍ଗଳବାର ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ମିତୁଙ୍କୁ ୯ ଘଣ୍ଟା ଧରି ଜେରା କରିଛି ଇଡି । ସୁଶାନ୍ତଙ୍କ ମାମଲାରେ ଇଡି ରିୟା ଏବଂ ତାଙ୍କ ପରିବାର, ସିଦ୍ଧାର୍ଥ ପିଠାନି, ଶ୍ରୁତି ମୋଦିଙ୍କୁ ମଧ୍ୟ ଜେରା କରି ସାରିଛି ।

ସୁଶାନ୍ତ ସିଂ ରାଜପୁତ ତାଙ୍କ ଭଉଣୀ ଏବଂ ପିତାଙ୍କୁ କରିଥିବା ଫୋନ୍ କଲ୍ର ପୁରା ବିବରଣୀ ସାମ୍ନାକୁ ଆସିଛି । ଏହି ତଥ୍ୟ ଅନୁଯାୟୀ, ସୁଶାନ୍ତ ତାଙ୍କ ପିତା କେ.କେ ସିଂଙ୍କ ସହ ୧୮, ୧୯ ମେ’ ୨୦୨୦ ରେ କଥା ହୋଇଥିଲେ । ଏହାସହ ଅକ୍ଟୋବର ଏବଂ ନଭେମ୍ବର ୨୦୧୯ ରେ, ଉଭୟଙ୍କ ମଧ୍ୟରେ କଥା ବର୍ତ୍ତା ହୋଇଥିବା ଜଣାପଡ଼ିଛି । ସୁଶାନ୍ତ ଓ ଭଉଣୀ ମିତୁଙ୍କ ମଧ୍ୟରେ ଜାନୁଆରୀ, ଫେବୃଆରୀ, ମେ ଏବଂ ଜୁନ୍ ୮, ୨୦୨୦ ରେ କଥାବର୍ତ୍ତା ହୋଇଥିବା ଜଣାପଡ଼ିଛି ।

ଜାନୁଆରୀ, ଫେବୃଆରୀ, ମେ, ୧୦ ଜୁନ୍ ୨୦୨୦ ଏବଂ ୨୦୧୯ ରେ ସୁଶାନ୍ତ ଭଉଣୀ ରାନୀଙ୍କ ସହ ଫୋନରେ କଥା ହୋଇଥିଲେ । ଚଳିତ ବର୍ଷ ଜାନୁଆରୀ, ଫେବୃଆରୀ ଏବଂ ମେ’ ମାସରେ ସୁଶାନ୍ତ ଏବଂ ଓପି ସିଂଙ୍କ ମଧ୍ୟରେ କଥା ବର୍ତ୍ତା ହୋଇଥିବା କଲ୍ ଡିଟେଲ୍ସରୁ ଜଣାପଡ଼ିଛି । ୨୫ ଡିସେମ୍ବର ୨୦୧୯ରେ ସୁଶାନ୍ତ ଏବଂ ରିୟାଙ୍କ ମଧ୍ୟରେ ଫୋନ୍ରେ କଥାବାର୍ତ୍ତା ହୋଇଥିଲା । ନଭେମ୍ବର ୨୦୧୯ ରେ ସୁଶାନ୍ତ ଏବଂ ଭଉଣୀ ପ୍ରିୟଙ୍କାଙ୍କ ମଧ୍ୟରେ ଫୋନ୍ କଲ ହୋଇଥିଲା ।

ଏହି କଲ୍ ଡିଟେଲ୍ସ୍ରୁ ସ୍ପଷ୍ଟ ଯେ, ଗତ ୧ ବର୍ଷରେ ସୁଶାନ୍ତ ତାଙ୍କ ପିତାଙ୍କ ସହ ଖୁବ୍ କମ୍ କଥାବାର୍ତ୍ତା ହୋଇଛନ୍ତି । ମେ’ ୨୦୨୦ରେ ତାଙ୍କ ସହ ଦୁଇଥର କଥା ହୋଇଥିଲେ । ଏଥି ସହିତ, ଗତ ବର୍ଷ ନଭେମ୍ବରରେ, କିଛି ବିଶେଷ ଉତ୍ସବ ସମୟରେ ସୁଶାନ୍ତ ତାଙ୍କ ପିତାଙ୍କ ସହ ଫୋନ୍ ଯୋଗେ ବାର୍ତ୍ତାଳାପ କରିଥିଲେ । ନଭେମ୍ବର ୨୦୧୯ ପରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ସହ କଥାବାର୍ତ୍ତା ହୋଇନଥିଲା । ଏହା ରିୟା ସେୟାର କରିଥିବା ମେସେଜ୍ ସହିତ ଜଡିତ ଥାଇପାରେ ବୋଲି ଆଶଙ୍କା କରାଯାଉଛି ।

 

Leave a Reply