ପୁଅ ସହ କଥା ହେବାକୁ ଅଙ୍କିତାଙ୍କ ସହାୟତା ଲୋଡିଥିଲେ ସୁଶାନ୍ତଙ୍କ ବାପା !

ମୁମ୍ବାଇ : ସୁଶାନ୍ତ ରାଜପୁତ ମୃତ୍ୟୁ ମାମଲାରେ ଏଫଆଇଆର ଦାଏର ହେବା ପରେ କାହାଣୀ ପଟ ପରିବର୍ତ୍ତନ କରି ସାରିଛି । ଏବେ ସନ୍ଦେହ ଘରେ ଭିତରେ ରିୟା ଚକ୍ରବର୍ତ୍ତି । ସୁଶାନଙ୍କ ଗର୍ଲଫ୍ରେଣ୍ଡ୍ । ବିହାର ପୋଲିସ ତଦନ୍ତ ଯେତେ ଆଗକୁ ବଢୁଛି ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୁଶାନ୍ତଙ୍କ ଜୀବନ ସହ ସଂପର୍କିତ ବ୍ୟକ୍ତି ମାନେ ନୂଆ ନୂଆ ତଥ୍ୟ ନେଇ ସାମ୍ନାକୁ ଆସୁଛନ୍ତି । ସୁଶାନ୍ତଙ୍କ ଏକ୍ସ ଅଙ୍କିତା ଲୋଖଣ୍ଡେ ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ସୁଶାନ୍ତ ଗତ ଏକ ବର୍ଷ ହେବ ନିଜ ପରିବାରଠାରୁ କଟିକରି ରହିଥିଲେ । ତାଙ୍କ ନୁଆ ନମ୍ବର ତାଙ୍କ ପରିବାର ଏମିତିକି ତାଙ୍କ ବାପାଙ୍କ ପାଖରେ ନଥିଲା । ସୁଶାନ୍ତଙ୍କ ସହ କଥା ହେବାକୁ ଥରେ କେ କେ ସିଂହ ତାଙ୍କୁ ଫୋନ୍ କରିଥିଲେ ବୋଲି ସେ କହିଛନ୍ତି ।

ଅଙ୍କିତାଙ୍କ ଅନୁସାରେ ଥରେ ସୁଶାନ୍ତଙ୍କ ବାପା ତାଙ୍କୁ ଫୋନ୍ କରି କହିଥିଲେ ଯେ, ମୋର ଥରେ ସୁଶାନ୍ତ ସହ କଥାବାର୍ତ୍ତା କରାଇ ଦିଅ । କାରଣ ତାଙ୍କ ପାଖରେ ସୁଶାନ୍ତଙ୍କ ନୂଆ ନମ୍ବର ନଥିଲା । କେବଳ ଏତିକି ନୁହେଁ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ତାଙ୍କୁ (ଅଙ୍କିତା) ସୁଶାନ୍ତଙ୍କ ମୃତ୍ୟୁ ପରେ କହିଥିଲେ ଯେ, ବର୍ଷକ ଭିତରେ ମେ’ ମାସରେ ସେ ପ୍ରଥମ ଥର ପାଇଁ ସୁଶାନ୍ତଙ୍କ ସହ କଥା ହୋଇଥିଲେ ।

ankita

ଅଙ୍କିତାଙ୍କ ଏହି କଥା ରିୟାଙ୍କୁ ସନ୍ଦେହ ଘେର ଭିତରୁ ଆଣୁଛି । କାରଣ ସୁଶାନ୍ତଙ୍କ ପରିବାର ମଧ୍ୟ ଅଭିଯୋଗ କରିଛନ୍ତି ଯେ, ରିୟା ତାଙ୍କୁ କାହା ସହ କଥା ହେବାକୁ ଦେଉନଥିଲେ । ସେ ସୁଶାନ୍ତଙ୍କୁ ନିଜ କବଜାରେ ରଖିଥିଲେ ।

ସୁଶାନ୍ତ କେବେ ମଧ୍ୟ ଡିପ୍ରେସନର ଶିକାର ନଥିଲେ ବୋଲି ଅଙ୍କିତା ଦାବି କରିଛନ୍ତି  । ତାଙ୍କ ଅନୁସାରେ ଯେଉଁ ବ୍ୟକ୍ତି ୫ ବର୍ଷ ପରେ କଣ କରିବ ଡାଏରୀରେ ଲେଖି ରଖୁଥିଲେ ସେ କେମିତି ଆତ୍ମହତ୍ୟା କରିବ ? ସୁଶାନ୍ତ ପବିତ୍ର ରିସ୍ତା ସିରିଏଲ ଛାଡିବାର ୩ ବର୍ଷ ପର୍ଯ୍ୟନ୍ତ ପ୍ରଥମ ଫିଲ୍ମ ପାଇଁ ଷ୍ଟ୍ରଗଲ କରୁଥିଲେ । ଟଙ୍କା ପାଇଁ ସିରିଏଲ ସହ ଷ୍ଟ୍ରଗଲ ଜାରି ରଖିବା ପାଇଁ ତାଙ୍କୁ ଅନେକ ଥର କହିଥିଲେ ମଧ୍ୟ ସେ ସିରିଏଲ ଦୁନିଆକୁ ଫେରିନଥିଲେ । ଏମିତି ବ୍ୟକ୍ତି କେମିତି ଆତ୍ମହତ୍ୟା କରିପାରେ ବୋଲି ଅଙ୍କିତା ପ୍ରଶ୍ନ କରିଛନ୍ତି ।

Leave a Reply