କଙ୍ଗନାକୁ ଟାର୍ଗେଟ୍‌ କରି ଟ୍ୱିଟ୍‌ କଲେ ତାପସୀ ! ହେଲେ ନାଁ ନେଲେ ନାହିଁ କାହିଁକି..?

1 min read
Sushant case, kangana call taapsee b grade actress, reaction viral.

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତ୍‌ ତାଙ୍କ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏଥିପାଇଁ ସେ କୌଣସି ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ । ସେ ନିଜେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କାମ କରନ୍ତି ସତ ହେଲେ ସବୁ ବେଳେ ବଲିଉଡ୍‌ ଇଣ୍ଡଷ୍ଟ୍ରି ବିରୋଧରେ ବିଷାେଦ୍‌ଗାର କରନ୍ତି । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମଧ୍ୟ କଙ୍ଗନା ନିଜର ବୟାନ୍‌ ଦେଇଥିଲେ ଏବଂ ଚର୍ଚ୍ଚାରେ ରହିଥିଲେ । ତାଙ୍କ ବୟାନ୍‌ ସମ୍ପୂର୍ଣ୍ଣ ବଲିଉଡ୍‌ ଜଗତକୁ ଦୋହଲାଇ ଦେଇଥିଲା ।

ତେବେ ଏହାରି ମଧ୍ୟରେ ପୁଣି ବଲିଉଡ୍‌ କଳାକାରଙ୍କୁ ନେଇ ସେ ଏମିତି କିଛି ବୟାନ୍ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କେବଳ ସେତିକି ନୁହେଁ ସେ, ବଲିଉଡ୍‌ରେ ଚାଲିଥିବା ନେପୋଟିଜିମ୍‌ ବିତର୍କକୁ ମଧ୍ୟ ଗରମ କରିଛନ୍ତି ।

କଙ୍ଗନା ତାପସୀଙ୍କୁ କହିଲେ ବି-ଗ୍ରେଡ୍ ଅଭିନେତ୍ରୀ

ନିକଟରେ ଏକ ସାକ୍ଷାତକାରରେ କଙ୍ଗନା ରାଣାୱତ୍‌ ବଲିଉଡ୍‌ରେ ଚାଲିଥିବା ନେପୋଟିଜିମ୍‌ ସମ୍ବନ୍ଧରେ ମନ୍ତବ୍ୟ ଦେବା ସହ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ଏକ ବି ଗ୍ରେଡ୍ ଅଭିନେତ୍ରୀ ବୋଲି କହିଥିଲେ । କଙ୍ଗନା କହିଛନ୍ତି ଯେ, ତାପସୀଙ୍କ ଭଳି ଅଭିନେତ୍ରୀ ନେପୋଟିଜ୍‌ମରେ କୌଣସି ଅସୁବିଧା ନାହିଁ ବୋଲି କହିପାରିବେ ।କାରଣ ସେମାନେ କରଣ ଜୋହରଙ୍କୁ ବହୁତ ପସନ୍ଦ କରନ୍ତି । କିନ୍ତୁ ତା’ପରେ ମଧ୍ୟ ଏଭଳି ଅଭିନେତ୍ରୀ, ଯିଏ କି ଦେଖିବାକୁ ଠିକ୍‌ଠାକ୍‌ ତାଙ୍କୁ କାମ ମିଳୁ ନାହିଁ । ଏହା ନେପୋଟିଜିମ୍‌ର ଏକ ବଡ଼ ଉଦାହରଣ ବୋଲି କହିଛନ୍ତି କଙ୍ଗନା । କଙ୍ଗନାଙ୍କ ଏଭଳି ବୟାନ୍‌ ଖୁବ୍‌ ସ୍ପିଡ୍‌ରେ ଭଇରାଲ ହେବାରେ ଲାଗିଛି । ଫ୍ୟାନ୍ସମାନେ ମଧ୍ୟ ଏହି ରାୟକୁ ନେଇ ଅନେକ ପ୍ରତିକ୍ରିୟା ଦେଇଛନ୍ତି ।  Tapsee Pannu

ତେବେ ଏହାରି ମଧ୍ୟରେ ତାପସୀ ପନ୍ନୁ କଙ୍ଗନାଙ୍କ ବୟାନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କାହାରି ନାଁ ନନେଇ ତାତ୍ସଲ୍ୟ କରି ଟ୍ୱିଟ୍‌ କରିଛନ୍ତି ଯେ, ‘ମୁଁ ଶୁଣିଲି ଦଶମ ଓ ଦ୍ୱାଦଶ ରେଜଲ୍ଟ ପରେ ଆମର ବି ରେଜଲ୍ଟ ଆସିଗଲାଣି । ଆମର ଗ୍ରେଡ୍‌ ସିଷ୍ଟମ ଏବେ ଅଫିସିଆଲ ହୋଇଗଲାଣି । କିନ୍ତୁ ଆଜି ଯାଏଁ ତ ନମ୍ବର ସିଷ୍ଟମରେ ମୂଲ୍ୟ ନିର୍ଦ୍ଧାରଣ କରାଯାଉଥିଲା ।’

Tapsee Pannu

ଏଭଳି  ଟ୍ୱିଟ୍‌ କରି ତାପସୀ ପନ୍ନୁ କୌଣସି ମନ୍ତବ୍ୟ ନଦେଇ, କଙ୍ଗନାଙ୍କୁ ସିଧା ସଳଖ ଟାର୍ଗେଟ୍‌ କରିଛନ୍ତି । ତାପସୀଙ୍କ ଟ୍ୱିଟକୁ ନେଇ ଅନେକ ଲୋକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ତାପସୀଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି । ସେମାନଙ୍କ ନଜରରେ କଙ୍ଗନା ରାଣାୱତଙ୍କ ମନ୍ତବ୍ୟ ଠିକ୍ ଏବଂ କରଣ ଜୋହରଙ୍କ ପରି ଲୋକଙ୍କ ଗୁଡ୍‌ ବୁକ୍‌ରେ ଥିବାରୁ ତାପସୀ ନେପୋଟିଜିମ୍‌କୁ ସମର୍ଥନ କରୁଛନ୍ତି ।

କଙ୍ଗନା ଏବଂ ତାପସୀ ମୁହାଁମୁହିଁ ହେବା ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ କଙ୍ଗନାଙ୍କ ଭଉଣୀ ଅନେକ ଥର ତାପସୀଙ୍କୁ ଟାର୍ଗେଟ କରିଛନ୍ତି । କଙ୍ଗନା ନିଜେ ମଧ୍ୟ ଅନେକ ଥର ତାପସୀଙ୍କୁ ଟାର୍ଗେଟ୍‌ କରିଛନ୍ତି । ଏଭଳି ପରିସ୍ଥିତି ଉଭୟଙ୍କ ପାଇଁ ସାଧାରଣ ହୋଇଗଲାଣି ।

Leave a Reply