ସୁପ୍ରମିକୋର୍ଟରେ ସୁଶାନ୍ତଙ୍କ ବାପାଙ୍କ ଦାବି: ଦେଶର କୌଣସି ରାଜ୍ୟରେ ମଧ୍ୟ ଯାଞ୍ଚ କରିପାରିବ ସିବିଆଇ

sushant riya

ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ମାମଲାରେ ଗୁରୁବାର ଉପରେ ସମସ୍ତଙ୍କ ନଜର ରହିଥିଲା । ସୁପ୍ରିମକୋର୍ଟରେ ଏହା ବାବଦରେ ଶୁଣାଣି ହେଲା । ଶୁଣାଣି ସମୟରେ ଦୁଇ ପକ୍ଷ ତରଫରୁ କେତେକ ଯୁକ୍ତିତର୍କ ମଧ୍ୟ ହେଲା । ଖବର ଅନୁସାରେ ସୁଶାନ୍ତ ସିଂ ରାଜପୂତଙ୍କ ବାପା କେ.କେ.ସିଂ କୋର୍ଟ ସାମ୍ନାରେ ଏକ ଦଲିଲ ରଖିଛନ୍ତି। ଦଲିଲରେ ମୁମ୍ବାଇ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଯାଇଛି । ଏହା ସହିତ ଦଲିଲରେ ବିହାରରେ ହେଉଥିବା ଏହି ମାମଲାର ତଦନ୍ତକୁ ଠିକ ବୋଲି ଦର୍ଶାଯାଇଛି ।

ଲିଖିତ ଦଲିଲ ଅନୁସାରେ ସୁଶାନ୍ତଙ୍କ ପରିବାର ତରଫରୁ ଫେବୃୟାରୀ ୧୯ ଏବଂ ୨୫ରେ ସୁଶାନ୍ତଙ୍କ ଜୀବନକୁ ବିପଦଥିବା ନେଇ ଅଭିଯୋଗ ଦାଖଲ ହୋଇଥିଲେ ମଧ୍ୟ ମୁମ୍ବାଇ ପୋଲିସ କୌଣସି ପଦକ୍ଷେପ ନେଇ ନଥିଲେ । ଅନ୍ୟ ପକ୍ଷରେ ଏଭଳି କୌଣସି କଥାକୁ ନେଇ ଅଭିଯୋଗ ଆସି ନଥିବା ଖଣ୍ଡନ କରିଛି ମୁମ୍ବାଇ ପୋଲିସ୍‌ । ଏହି ମାମଲାରେ ମୁମ୍ବାଇ ପୋଲିସ ଏଫଆଇଆର ରୁଜୁ କରିନଥିବା ଏବଂ ମୃତ୍ୟୁର ତଦନ୍ତ ଠିକ ଦିଗରେ ହୋଇନଥିବା ମଧ୍ୟ ଅଭିଯୋଗ ହୋଇଛି । ଯଦିଓ ଏହାର ପ୍ରାରମ୍ଭିକ ତଦନ୍ତ ହୋଇଛି, ତେବେ ତାହା ମଧ୍ୟ ଏକ ସପ୍ତାହରୁ ଅଧିକ ନୁହେଁ ।
ରିଆ ଚକ୍ରବର୍ତ୍ତୀଙ୍କ ତରଫରୁ ବାରମ୍ବାର ଦାବି କରାଯାଉଛିଯେ, ଏହି ମାମଲାର ଯାଂଚ ମୁମ୍ବାଇ ପୋଲିସ କରିବା ଉଚିତ ଏବଂ ବିହାର ପୋଲିସର କୌଣସି ଅଧିକାର ନାହିଁ । କିନ୍ତୁ ସୁଶାନ୍ତଙ୍କ ବାପାଙ୍କ କହିବା ଅନୁସାରେ ଆଇପିସି ଧାରା ୧୭୮,୧୭୯ ଏବଂ ୧୮୧(୪) ଦ୍ୱାରା ପାଟନା ପୋଲିସର ଏହି ମାମଲାର ତଦନ୍ତ କରିବାର ପୂରା ଅଧିକାର ଅଛି । ଏହା ବ୍ୟତୀତ ସୁଶାନ୍ତଙ୍କ ବାପା ଏହା ମଧ୍ୟ ଦାବି କରିଛନ୍ତିଯେ ସିବିଆଇ ଦେଶର କୌଣସି ରାଜ୍ୟରେ ମଧ୍ୟ ତଦନ୍ତ କରିପାରିବେ । ତାଙ୍କୁ କୌଣସି ରାଜ୍ୟରୁ ବିଶେଷ ଅନୁମତିର ଆବଶ୍ୟକତା ନାହିଁ ।

Leave a Reply