କଣ କହୁଛି ଭୁବନେଶ୍ୱରିଆଙ୍କ ସେକ୍ସ ସର୍ଭେ ?

1 min read

ଯନ୍ତ୍ର ଦେଉଛି ଯୌନ ସୁଖ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । SEX ସମୟରେ ଦିନକୁ ଦିନ ଏକ୍ସପେରିମେଣ୍ଟ କରୁଛନ୍ତି ଉଭୟ ପାର୍ଟନର । ଯୌନ କ୍ରୀଡା ବା SEX ସମୟରେ ଯୌନ ଉଦ୍ଦୀପକ ଯନ୍ତ୍ର ବା ଉପକରଣ ବ୍ୟବହାର କରିବାକୁ ପସନ୍ଦ କରୁଥିବା ଇଣ୍ଡିଆ ଟୁଡେର ସଭେର୍ରୁ ଜଣାପଡିଛି । ୨୭ ପ୍ରତିଶତ ଲୋକ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି ।

ଛୋଟ ସହରରେ ଏଭଳି ଯୌନ ଉଦ୍ଦୀପକ ଯନ୍ତ୍ର ବ୍ୟବହାର କରାଯାଉଥିବା ଏହି ଖବରରୁ ଜଣାପଡିଛି । ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ଏହି ତାଲିକାରେ ଭୁବନେଶ୍ୱର ୨ ନମ୍ବର ସ୍ଥାନରେ ରହିଛି । ପ୍ରଥମରେ ଇନ୍ଦୋର, ଦ୍ୱିତୀୟରେ ଭୁବନେଶ୍ୱର ଓ ତୃତୀୟ ସ୍ଥାନରେ ଗୁରୁଗ୍ରାମ ରହିଛି । ଇନ୍ଦୋରରେ ୬୫.୫ ପ୍ରତିଶତ ଲୋକ SEX ସମୟରେ ଯୌନ ଉଦ୍ଦୀପକ ଯନ୍ତ୍ର ବ୍ୟବହାର କରୁଥିବା ବେଳେ ଭୁବନେଶ୍ୱରରେ ୫୪.୫ ପ୍ରତିଶତ ଲୋକ ଏହା ବ୍ୟବହାର କରୁଛନ୍ତି ।

ସେହିପରି ଗୁରୁଗ୍ରାମରେ ୫୧ ପ୍ରତିଶତ ଲୋକ ଯୌନ ଉଦ୍ଦୀପକ ଯନ୍ତ୍ର ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି । SEX ସନ୍ତୁଷ୍ଟି ପାଇଁ ଡିଲଡୋ ଓ ଭାଇବ୍ରେଟର ବ୍ୟବହାର କରାଯାଉଥିବା ସର୍ଭେରେ ଜଣାପଡ଼ିଛି । ଅନଲାଇନରେ ଏହାକୁ କିଣାଯାଉଥିବା କୁହାଯାଉଛି ।

INDIAN SEXUAL LIFE
INDIA TODAY SURVEY

ଅନେକ ସମୟରେ ଭର୍ଜିନିଟି ବା କୁମାରୀତ୍ୱକୁ ନେଇ ଯୁବାବର୍ଗରେ ବେଶ ଚର୍ଚ୍ଚା ହୁଏ । ସର୍ଭେରେ ସାମିଲ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୩୩ ପ୍ରତିଶତ , ସେମାନଙ୍କର ପ୍ରଥମ SEX କିଶୋର ଅବସ୍ଥାରେ ହୋଇଥିବା କହିଛନ୍ତି । ତେବେ ଏହି ସଂଖ୍ୟା ଆସାମର ଗୁଆହାଟୀରେ ବେଶୀ । କିଶୋର ଅବସ୍ଥାରେ ବା ୧୮ ବର୍ଷ ପୂର୍ବରୁ ଭର୍ଜିନିଟି ହରାଇବାକୁ ଏବେ ଅନେକ ସହଜରେ ନେଉଛନ୍ତି, ମାତ୍ର ଏବେ ବି ୫୩ ପ୍ରତିଶତ ଭାରତୀୟ ସେମାନଙ୍କ ସାଥୀର କୁମାରୀତ୍ୱକୁ ଗୁରୁତ୍ୱ ଦେଇଛନ୍ତି ।

ଅଶ୍ଲୀଳ ଭିଡିଓ ଦେଖିବା ପାଇଁ ଅନେକ ଆଗ୍ରହୀ । ୮୫ ପ୍ରତିଶତ ପୁରୁଷ ନିୟମିତ ଅଶ୍ଲୀଳ ଭିଡିଓ ଦେଖୁଥିବା ସ୍ୱୀକାର କରିଛନ୍ତି । କିନ୍ତୁ SEX ବା ଯୌନ କ୍ରୀଡା ସମୟରେ ନିଜର ଅଶ୍ଲୀଳ ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରିବା ଅନୁଚିତ ବୋଲି ୮୫ ପ୍ରତିଶତ ମତ ଦିଅନ୍ତି !

ଜାତୀୟ ସ୍ତରର ପ୍ରମୁଖ ସମ୍ବାଦଭିତ୍ତିକ ପତ୍ରିକା ‘ଇଣ୍ଡିଆ ଟୁଡେ’ ପକ୍ଷରୁ ଭାରତୀୟଙ୍କ ଯୌନ ଜୀବନ ସଂପର୍କରେ ଜାଣିବା ପାଇଁ ସେକ୍ସ ସର୍ଭେ -୨୦୧୯ରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଭାରତର ୧୯ଟି ସହରର ୪ ହଜାର ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଛି ।

ଏହି ସଭେର୍ରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ , ଯୌନ ଜୀବନକୁ ନେଇ ଦେଶର ୪୦ ପ୍ରତିଶତ ଲୋକ ସନ୍ତୁଷ୍ଟ ନଥିବା ବେଳେ , ୮୦ ପ୍ରତିଶତ ଭୁବନେଶ୍ୱରିଆ କିନ୍ତୁ ନିଜ ଯୌନ ଜୀବନରେ ସନ୍ତୁଷ୍ଟ । ତେବେ ଅନେକ ଲୋକ ଏବେ ବି ଯୌନ କ୍ରୀୟାରେ ପରୀକ୍ଷା ନିରୀକ୍ଷା(Experiment) କରିବାକୁ ଏବେ ବି ପଛାଉ ନାହାନ୍ତି । ତେବେ ଏହି ସର୍ଭେ ଫଳାଫଳକୁ ନେଇ ତଥ୍ୟାଭିଜ୍ଞଙ୍କ ମହଲରେ ନାସିକା କୁଞ୍ଚନ କରାଯାଇଛି । ଏତେ ଛୋଟ ସାମ୍ଫଲ ସାଇଜକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ଏତେ କମ୍‌ ଲୋକଙ୍କ ମତ ଉପରେ ନିର୍ଦ୍ଦିଷ୍ଟ ନିର୍ଣ୍ଣୟରେ ପହଞ୍ଚିବା ଉଚିତ୍‌ ନୁହେଁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ')}

Leave a Reply