ସୁରିନାମର ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ହେବେ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି

Suriname Indian Origin President To Be Republic Day Chief Guest

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାର ସୁରିନାମର ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସନ୍ତୋଖି ୨୬ ଜାନୁଆରୀରେ ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ହେବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହା ଜଣାପଡ଼ିଛି । ଭାରତୀୟ ବଂଶୋଦ୍ଭବ ସନ୍ତୋଖି ରାଜପଥ ପରେଡରେ ସାମିଲ୍ ହେବେ ।

Suriname Indian Origin President To Be Republic Day Chief Guest

ସୂଚନାଯୋଗ୍ୟ, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ସାମିଲ୍ ହୋଇଥାନ୍ତେ । କିନ୍ତୁ ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ପ୍ରକୋପ ବଢ଼ିବା ପରେ ସେ ଭାରତ ଗସ୍ତ ରଦ୍ଦ କରିଛନ୍ତି । ଏହାପରେ ସରକାରଙ୍କ ପକ୍ଷରୁ ସୁରିନାମ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା । ଯାହାକୁ ସେ ଗ୍ରହଣ କରିଛନ୍ତି ।

Suriname Indian Origin President To Be Republic Day Chief Guest

ଏହା ପୂର୍ବରୁ ସୁରିନାମ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସନ୍ତୋଖି ୨ ଦେଶ ମଧ୍ୟରେ ଲୋକ ବିନା ଭିସାରେ ଯିବାଆସିବା ପାଇଁ ଶନିବାର ପ୍ରସ୍ତାବ ଦେଇଥିଲେ । ଏଥିସହ ଦ୍ୱିପାକ୍ଷିକ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ବଦ୍ଧ ମଜଭୁତ୍ କରିବାକୁ ସମର୍ଥନ କରିଥିଲେ । ସୁରିନାମ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସନ୍ତୋଖି ଶନିବାର ପ୍ରବାସୀ ଭାରତୀୟ ଦିବସରେ ସାମିଲ୍ ହୋଇ ଏହି ପ୍ରସ୍ତାବ ଦେଇଥିଲେ ।

Leave a Reply