ନୂଆ ବର୍ଷରେ ସୁରେଶଙ୍କୁ ନୂଆ ଦାୟିତ୍ୱ: ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ

CS Writes To Function Talcher Medical College As Soon As Possible

ଭୁବନେଶ୍ୱର: ଆଜି ରାଜ୍ୟକୁ ମିଳିବ ନୂଆ ମୁଖ୍ୟ ଶାସନ ସଚିବ  । ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବେ ସୁରେଶ ଚନ୍ଦ୍ର ମହାପାତ୍ର  । ୨୦୨୨ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ । ୧୯୮୬ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ସୁରେଶ । ପ୍ରଶାସନିକ ସ୍ତରରେ ଜଣେ ଅତି ଶାନ୍ତ କିନ୍ତୁ ପ୍ରଭାବୀ ଅଫିସର ଭାବେ ଜଣାଶୁଣା ସୁରେଶ ମହାପାତ୍ର ୧୯୮୮ ମସିହାରେ ଉପଜିଲ୍ଲାପାଳ ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ଭଦ୍ରକ, ପୁରୀ ଓ କନ୍ଧମାଳରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ୧୯୯୯ ମହାବାତ୍ୟା ସମୟରେ ତାଙ୍କୁ ବାତ୍ୟା ପରବର୍ତ୍ତି ସ୍ଥିତିର ମୁକାବିଲା ପାଇଁ ଭଦ୍ରକ ଦାୟିତ୍ବ ଦିଆଯାଇଥିଲା । ୧୯୯୭ରେ ତାଙ୍କୁ ଓମଫେଡର ଦାୟିତ୍ବ ମଧ୍ୟ ମିଳିଥିଲା । ଶକ୍ତି ଓ ଜଳସମ୍ପଦ ବିଭାଗରେ ସେ ବିଭିନ୍ନ ସମୟରେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଏହି ଦୁଇ କ୍ଷେତ୍ରରେ ସଂସ୍କାର ଆଣିବାରେ ସେ ଏକ ସମୟରେ ଗୁରୁଦାୟିତ୍ବ ବହନ କରିଥିଲେ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନରେ ମୁଖ୍ୟ ପ୍ରଶାସକ ଭାବେ ସେ ଏକାଧିକ ବାର କାର୍ଯ୍ୟତୁଲାଇଥିବା ବେଳେ ଏବେ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି । ସେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୧୯ ଅଗଷ୍ଟ ୧୮ ତାରିଖରେ ତାଙ୍କୁ ଉନ୍ନୟନ କମିଶନର ଭାବେ ଅବସ୍ଥାପିତ କରାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ଧରାବତରଣ କରିଛି ୨୦୨୧: ଦୂର ହେଉ ଭୂତାଣୁର ଭୟ, ଶୀଘ୍ର ଆସୁ ଭ୍ୟାକ୍ସିନ୍

 

Leave a Reply