ସୁପ୍ରିମୋଙ୍କ କର୍ଣ୍ଣମନ୍ତ୍ର, ‘ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କର, ବାପା ମା’ଙ୍କୁ ଖୁସିରେ ରଖ’

https://nandighoshatv.com/wp-content/uploads/2021/01/Odisha-Best-In-Country-In-Startup-Policy-Says-Naveen-Patnaik-4.jpg

ଭୁବନେଶ୍ୱର: ଓଡ଼ିଆ ଜାତି ଏକ ମହାନ ଜାତି । ଗଙ୍ଗାରୁ ଗୋଦବରୀ ଜୟ କରିଥିଲା । ଓଡ଼ିଶା ପ୍ରତି ମହାନ୍ ସମ୍ରାଟଙ୍କ ଅବଦାନ ଚିରସ୍ମରଣୀୟ । ବୀର ପାଇକଙ୍କ ସକାଶେ ଓଡ଼ିଶା ବହୁଦିନ ଅଜୟ ଥିଲା । ଏବେର ଯୁବପିଢି ଓଡ଼ିଶାର ନୂଆ ଯୁଗର ସାରଥି । ତେଣୁ ଯୁବପିଢି ନିଜ ଦକ୍ଷତାର ପୂର୍ଣ୍ଣ ବିକାଶ କରିବା ସହିତ ଯେଉଁଠି ରହୁଛେ, ଯେଉଁଠି ବଢିଛେ ତାର ବିକାଶ କରିବା । ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀରେ ଉଦବୋଧନ ଦେଇ ଏପରି ଆହ୍ୱାନ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ନିଜ ଭାଷଣରେ କହିଛନ୍ତି, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏଙ୍କ ଭଳି ବରପୁତ୍ର ଆମ ସ୍ୱାଭିମାନର ପ୍ରତୀକ । ଆମର ଆଦର୍ଶ । ରମାଦେବୀ, ମାଳତୀ ଚୌଧୁରୀଙ୍କ ସେବାର ପଟାନ୍ତର ନାହିଁ । ଏମାନଙ୍କ ତ୍ୟାଗ ନାରୀ ଜାତିକୁ ମହିମାମଣ୍ଡିତ କରିଛି ବୋଲି କହିଛନ୍ତି ନବୀନ ।

ସେହିଭଳି ଆମ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ନବୀନ ଆହ୍ୱାନ କରିବା ସହିତ ସୋସିଆଲ ମିଡିଆର ମିଥ୍ୟା ତଥ୍ୟକୁ ନେଇ ଆଲର୍ଟ ରହିବାକୁ ଦେଇଛନ୍ତି ମନ୍ତ୍ର । ସୋସିଆଲ୍ ମିଡିଆର ବ୍ୟବହାର ଠିକ୍ ଢଙ୍ଗରେ କରନ୍ତୁ ବୋଲି କହିବା ସହିତ ଏଥିରେ ଓଡିଆ ଜାତିର ପ୍ରଚାର ଓ ପ୍ରସାରର ସଦୁପଯୋଗ କରନ୍ତୁ ବୋଲି ଦେଇଛନ୍ତି ପରାମର୍ଶ । ନିଜର ଅଭିଭାଷଣର ଶେଷରେ ଯୁବପିଢିଙ୍କୁ ଦେଇଛନ୍ତି ତିନିଟି ଟିପ୍ସ । ପ୍ରଥମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ । ଦ୍ୱିତୀୟରେ ନିଜ ପରିବାର ଓ ବାପାମାଆଙ୍କ ପ୍ରତି ଥିବା ଦାୟିତ୍ୱ ନଭୁଲିବା ସହ ଯେଉଁଠି ବଢ଼ିଛେ, ତାର ବିକାଶ ପାଇଁ ଦକ୍ଷତାର ଉପଯୋଗ କରନ୍ତୁ ବୋଲି ଦେଇଛନ୍ତି କର୍ଣ୍ଣମନ୍ତ୍ର ।

Leave a Reply