ମହାରାଷ୍ଟ୍ର ମହାସଂକଟ ନେଇ ରାୟ ଦେବେ ସୁପ୍ରିମକୋର୍ଟ, ଜାଣନ୍ତୁ ପୂରା ଘଟଣା

1 min read

ମୁମ୍ବାଇ : ମହାରାଷ୍ଟ ରାଜନୀତିରେ ଲାଗି ରହିଥିବା ହାଇ ଡ୍ରାମାର ବିଚାର ଆଜି ସୁପ୍ରିମକୋର୍ଟରେ ହୋଇଛି । ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ମାମଲା ଲଢୁଥିବା ବେଳେ ଏନସିପି- କଂଗ୍ରେସ ଓ ଶିବସେନା ପକ୍ଷରୁ ମାମଲା ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ଅଭିଶେକ ମନୁସିଂଘଭି । ତେବେ ଏହି ମାମଲାରେ ଆସନ୍ତାକାଲି ସକାଳ ୧୦ଟା ୩୦ରେ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ରାୟ ଶୁଣାଇବେ । ସୁପ୍ରିମକୋର୍ଟ ରବିବାର ଦିନ କଂଗ୍ରେସ, ଏନସିପି ଓ ଶିବସେନାର ପିଟିସନ ଉପରେ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ରାଜ୍ୟପାଳଙ୍କ ଚିଠି ଏବଂ ବିଧାୟକମାନଙ୍କ ସମର୍ଥନ ପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା କୋର୍ଟରେ ଦୁଇଟି ଯାକ ଚିଠି ଦାଖଲ କରିଥିଲେ ।

ସୁପ୍ରିମକୋର୍ଟରେ ଅଜିତ ପାୱାରଙ୍କ ସମର୍ଥନ ନେଇ ଚିଠି ଦାଖଲ କରାଯାଇଥିଲା । ୫୪ ଜଣ ବିଧାୟକଙ୍କ ସମର୍ଥନ ପତ୍ରରେ କୁହା ଯାଇଛି ଯେ ମହାରାଷ୍ଟରେ ଅଧିକ ସମୟ ପାଇଁ ରାଷ୍ଟ୍ରପତି ଶାସନ ହେବ ନାହିଁ । ଆମେ ରାଜ୍ୟରେ ସ୍ଥାୟୀ ସରକାର ଚାହୁଁଛୁ । ଏଥିପାଇଁ ଆମେ ଫଡନବିସଙ୍କ ସରକାର ଗଠନ କରିବା ପାଇଁ ସମର୍ଥନ ଦେଉଛୁ ।

ସୂଚନାଯୋଗ୍ୟ ଯେ, ଶନିବାର ଦିନ ଦେବେନ୍ଦ୍ର ଫଡନବିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଏବଂ ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହାପରେ ଶିବସେନା, ଏନସିପି ଏବଂ କଂଗ୍ରେସ  ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ଏହି ନିର୍ଣ୍ଣୟକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମାମଲାର ଶୁଣାଣି ପାଇଁ ଗ୍ରହଣ କରିଥିଲେ ।

https://nandighoshatv.commaharashtra-case-in-supreme-court/

ରାଜ୍ୟରେ ନୂଆ ସରକାର ଗଠନ କରିଥିବା ବିଜେପି-ଶିବସେନା ତୁରନ୍ତ ଫ୍ଲୋର ଟେଷ୍ଟ ଦେଇ ନିଜର ବହୁମତ ସାବ୍ୟସ୍ତ କରନ୍ତୁ ବୋଲି କହିଥିଲେ କଂଗ୍ରେସ-ଏନସିପି-ଶିବସେନାର ଓକିଲ ସିଂଘଭି । ସାଧାରଣତଃ ଏଥିପାଇଁ ୧୫ରୁ ୨୦ ଦିନର ସମୟ ଆବଶ୍ୟକ ଥିବା ବେଳେ ଏହି କ୍ଷେତ୍ରରେ ୩ରୁ ୪ ଦିନ ମଧ୍ୟରେ ଫଡନବୀସ ସରକାରଙ୍କୁ ଫ୍ଲୋରଟେଷ୍ଟ ପାଇଁ କହିବାକୁ କୋର୍ଟଙ୍କ ନିକଟରେ କଂଗ୍ରେସ-ଏନସିପି-ଶିବସେନା ଅପିଲ୍ କରିଛନ୍ତି ।

https://nandighoshatv.comsupreme-court-on-maharashtra-politics/

Leave a Reply