ଶ୍ରୀମନ୍ଦିର ଲାଗି ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି କର: SC

1 min read
ଶ୍ରୀମନ୍ଦିରର ପ୍ରଚଳିତ ପରମ୍ପରା ଉପରେ ରାଜ୍ୟ ସରକାର ଏବଂ କୋର୍ଟ ହସ୍ତକ୍ଷେପ କରିବେ ନାହିଁ

ନୂଆଦିଲ୍ଲୀ: ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ମଧ୍ୟବର୍ତ୍ତୀକାଳୀନ ରାୟ ଦେଇଛନ୍ତି । ଶ୍ରୀମନ୍ଦିର ଲାଗି ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୧୦ଟି ପ୍ରସଙ୍ଗରେ ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି କୋର୍ଟ ।

  • ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ଲାଗି ସ୍ୱତନ୍ତ୍ର ରହଣୀ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ।
  • ମନ୍ଦିର ପ୍ରଶାସନ ସହଯୋଗରେ ୬୦ ହଜାର ଭକ୍ତଙ୍କ ଲାଗି ରହିବା ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ।
  • ପୁରୀ ସହରର ନାଳ, ନର୍ଦ୍ଦମା ପାଣି ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ ବସାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
  • ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ ସ୍କୁଲ, କଲେଜ ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ। ପାଖାପାଖି ୬.୫ ଏକର ଜମିରେ ଶିକ୍ଷାନୁଷ୍ଠାନ ସ୍ଥାପନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ମିଶି ସ୍କୁଲ, କଲେଜ ପ୍ରତିଷ୍ଠା କରିବେ ।
  • ଏଥିସହ ମହିଳା ଶ୍ରଦ୍ଧାଳୁଙ୍କ  ପ୍ରତି ଉତ୍ତମ ବ୍ୟବହାର ସହ ଚୋରି, ଡକାୟତି ରୋକିବା ଦିଗରେ ପଦକ୍ଷେପ ନେବାକୁ  ନିର୍ଦ୍ଦେଶ  ।
  • ଶ୍ରୀମନ୍ଦିରରେ ପ୍ରଚଳିତ ରୀତିନୀତି ପରମ୍ପରା ଅନୁଯାୟୀ ପାଳନ ହେବ ।
  • ଶ୍ରୀମନ୍ଦିରର ପ୍ରଚଳିତ ପରମ୍ପରା ଉପରେ ରାଜ୍ୟ ସରକାର ଏବଂ କୋର୍ଟ ହସ୍ତକ୍ଷେପ କରିବେ ନାହିଁ ।

ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଅରୁଣ ମିଶ୍ର ଓ ଇନ୍ଦ୍ରାଣୀ ବାନାର୍ଜୀଙ୍କ ବେଞ୍ଚ ଏହି ରାୟ ଦେଇଛି । ')}

Leave a Reply