ହାଇଦ୍ରାବାଦ ଏନକାଉଣ୍ଟର ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ତଦନ୍ତ କରିବେ ୩ ଜଣିଆ କମିଟି

ନୂଆଦିଲ୍ଲୀ : ହାଇଦ୍ରାବାଦ ଏନକାଉଣ୍ଟର ମାମଲାରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ହେବ । ଏଥିପାଇଁ ଏକ ୩ ଜଣିଆ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଭି.ଏସ୍ ସିରପୁକାର ଏହି ତଦନ୍ତ କମିଟିର ଅଧ୍ୟକ୍ଷ ରହିବେ। ବମ୍ବେ ହାଇକୋର୍ଟର ବିଚାରପତି ରେଖା ସୋନ୍ଦୁର ବାଲଡୋଟା ଏବଂ ପୂର୍ବ ସିବିଆଇ ନିର୍ଦ୍ଦେଶକ ଡି.ଆର କାର୍ତ୍ତିକେୟନ୍ ଏହି ଟିମର ସଦସ୍ୟ ରହିବେ । ଅନ୍ୟ କୌଣସି କୋର୍ଟ କିମ୍ୱା ଅଧିକାରୀ ଏହାର ତଦନ୍ତ ନକରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ୬ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply