ସହମତି ଭିତ୍ତିରେ ଉଚ୍ଛେଦ କର: ସୁପ୍ରିମକୋର୍ଟ

1 min read
Supreme Court rejects petitions seeking direction to permit Rath Yatra in many other parts

ଶ୍ରୀମନ୍ଦିରର ଚାରିପଟୁ ଉଚ୍ଛେଦ, ଶୃଙ୍ଖଳିତ ଦର୍ଶନ ଏବଂ ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତିରେ ସୁପ୍ରିମ୍‌କୋର୍ଟ ସନ୍ତୋଷ ପ୍ରକାଶ କରିଛନ୍ତି । ଏ ସଂପର୍କିତ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା । ରାଜ୍ୟ ସରକାର ଦାଖଲ କରିଥିବା ଷ୍ଟାଟସ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ପୁରୀ ଜିଲ୍ଲାପାଳଙ୍କଠାରୁ ସଂଗୃହୀତ ନଥିପତ୍ର ଓ ସୂଚନା ଆଧାରରେ ରାଜ୍ୟ ସରକାର ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲେ । ବିଭିନ୍ନ ମଠର ମହନ୍ତ ଓ ପ୍ରଶାସକଙ୍କ ସହ ଆଲୋଚନା ମଧ୍ୟ ଷ୍ଟାଟସ ରିପୋର୍ଟରେ ଉଲ୍ଲେଖ ରହିଛି । ମଠଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବା, ଧାର୍ମିକ ଭାବନା ଅକ୍ଷୁଣ୍ଣ ରଖିବା, ଆଧ୍ୟାତ୍ମିକତା, ଦେବଦେବୀ, ଗାଦି, ମଠର ସାମାଧିରେ ବାଧା ସୃଷ୍ଟି କରାଯିବ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ପରିଧିରେ ଐତିହ୍ୟସମ୍ପନ୍ନ ମଠ ଓ ମନ୍ଦିରଗୁଡ଼ିକର ସହମତି ଭିତ୍ତିରେ ଉଚ୍ଛେଦ କରିବାକୁ ସୁପ୍ରିମକୋର୍ଟ ପୂର୍ବରୁ ପରାମର୍ଶ ଦେଇଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୫ ତାରିଖରେ ହେବ । ଏହିଦିନ ରାୟ ଆସିବାର ସମ୍ଭାବନା ଅଛି । … ')}

Leave a Reply