ପ୍ରଶ୍ନର ଜବାବ ପ୍ରଶ୍ନ: ବିପତ୍ତି ସମୟରେ ସିବଲଙ୍କ ସହଯୋଗର ହିସାବ ମାଗିଲେ ସୋଲିସିଟର ଜେନେରାଲ

ନୂଆଦିଲ୍ଲୀ: ଗୁରୁବାର ସୁପ୍ରିମକୋର୍ଟରେ ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ଶୁଣାଣି ହୋଇଛି । ଶୁଣାଣି ବେଳେ ମାନ୍ୟବର କୋର୍ଟଙ୍କୁ ବର୍ତ୍ତମାନ ସମୟରେ ଶ୍ରମିକଙ୍କ ସ୍ଥିତି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅବଗତ କରାଯାଇଛି । ଏଥିସହିତ ଶ୍ରମିକଙ୍କ ନିମନ୍ତେ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି ସୋଲିସିଟର ଜେନେରାଲ । ସୁପ୍ରିମକୋର୍ଟରେ ଚାଲିଥିବା ଏହି ଶୁଣାଣି ବେଳେ ସୋଲିସିଟର ଜେନେରାଲ ତୁଷାର ମେହେତା ଏବଂ ବରିଷ୍ଠ ଓକିଲ କପିଲ ସିବଲଙ୍କ ମଧ୍ୟରେ କଡ଼ା ଯୁକ୍ତିତର୍କ ହୋଇଥିଲା । ଏହି ଯୁକ୍ତିତର୍କ ମଧ୍ୟରେ ସୋଲିସିଟର ଜେନେରାଲ କପିଲ ସିବଲଙ୍କୁ ଏଭଳି ବିପତ୍ତି ସମୟରେ ସେ ଲୋକଙ୍କ ସହଯୋଗ ପାଇଁ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତର କିଛି ଏଭଳି ଥିଲା

ସୁପ୍ରିମକୋର୍ଟରେ ଶୁଣାଣିର ବିବରଣୀ

ଶ୍ରମିକଙ୍କ ମାମଲାର ଶୁଣାଣି ବେଳେ ନିଜ ମତ ରଖିବାକୁ ଛିଡ଼ା ହୋଇଥିଲେ କପିଲ ସିବଲ, ହେଲେ ଏହାକୁ ତୀବ୍ର ବିରୋଧ କରିଥିଲେ ସଲିସିଟର ଜେନେରାଲ

ସଲିସିଟର ଜେନେରାଲ: ସୁପ୍ରିମକୋର୍ଟକୁ ରାଜେନୖତିକ ମଞ୍ଚ ନ ବନାନ୍ତୁ

କପିଲ ସିବଲ: ଏହା ସମ୍ପୂର୍ଣ୍ଣ ମାନବ ଜାତି ପାଇଁ ବିପତ୍ତି

ସଲିସିଟର ଜେନେରାଲ: ଆପଣ ଏହି ବିପତ୍ତି ସମୟରେ ଲୋକଙ୍କୁ କ’ଣ ସହଯୋଗ କରିଛନ୍ତି

ସିବଲ: ୪ କୋଟା ଟଙ୍କାର ସହାୟତା ଏହା ହିଁ ମୋର ସହଯୋଗ, ଏଭଳି ପ୍ରଶ୍ନ ନକରନ୍ତୁ

ସୁପ୍ରିମକୋର୍ଟ: ଆପଣ (କପିଲ ସିବଲ) କହାର ପକ୍ଷ ରଖିବାକୁ ଚାହୁଁଛନ୍ତି

କପିଲ ସବିଲ: ମୁଁ ସର୍ବହର ଜନ ଆନ୍ଦୋଳନ, ଦିଲ୍ଲୀ ଶ୍ରମିକ ସଂଗଠନ ପକ୍ଷରୁ ଏଠାରୁ ଉପସ୍ଥିତ, ୧୯୯୧ର ତଥ୍ୟ ଅନୁଯାୟୀ ୩ କୋଟି ପ୍ରବାସୀ ଶ୍ରମିକ ଅଛନ୍ତି । ବର୍ତ୍ତମାନ ସମୟରେ ଏହା ୪ କୋଟିକୁ ବୃଦ୍ଧି ପାଇଛି । କିନ୍ତୁ ସରକାର ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ କେବଳ ୯୧ ଲକ୍ଷ ଲୋକେ ଘରେ ପହଞ୍ଚିପାରିଛନ୍ତି ।

ସଲିସିଟର ଜେନେରାଲ: ଏଥିଲାଗି ଜାତୀୟ ସ୍ତରରେ ଯୋଜନା କରାଯାଉଛି

ସିବଲ: ଆପଣ ଆପଣଙ୍କ ଘୋଷଣାରେ ଜାତୀୟ କିମ୍ୱା ରାଜ୍ୟସ୍ତରରେ ଯୋଜନା ପ୍ରସ୍ତୁତି ନେଇ କୌଣସି ସୂଚନା ଦେଇନାହାନ୍ତି । ତେବେ ବର୍ତ୍ତମାନ ଯେତିକି ସଂଖ୍ୟାରେ ଟ୍ରେନ ଚଳାଚଳ କରୁଛି ତାହାଠାରୁ ଅଧିକ ସଂଖ୍ୟାରେ ଟ୍ରେନ ଚଳାଚଳ କରିବାର ଆବଶ୍ୟକତା ରହିଛି । କେବଳ ରାସନ ଦେଲେ କ’ଣ ହେବ । ସେଗୁଡ଼ିକୁ ରୋଷେଇ କରିବେ କେମିତି

ସୂଚନା ଯୋଗ୍ୟ ଯେ, ପ୍ରବାସୀ ଶ୍ରମିକଙ୍କ ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ କୋର୍ଟରେ ଏଯାବତ୍‌ ମୋଟ ୩ ହଜାର ୭ ଶହ ଟ୍ରେନ୍ ଚଳାଚଳ ଆରମ୍ଭ କରାଯାଇଛି । ଯେଉଁଥିରେ ୯୧ ଲକ୍ଷ ଶ୍ରମିକଙ୍କ ପଠାଯାଇଛି । ଏହିମାମଲାରେ ସୁପ୍ରିମକୋର୍ଟରେ ସମସ୍ତ ରାଜ୍ୟଙ୍କୁ ସେମାନଙ୍କ ରାଜ୍ୟରେ ରହୁଥିବା ପ୍ରବାସୀ ଏବଂ ପଳାୟନ କରୁଥିବା ଲୋକଙ୍କ ନିମନ୍ତେ କ’ଣ ବ୍ୟବସ୍ଥା କରାଯାଇଛି ସେ ନେଇ ରିପୋର୍ଟ ତଲବ କରିଛନ୍ତି ।

Leave a Reply