NEET ଓ JEE ବାତିଲ ପ୍ରସଙ୍ଗ : ସୁପ୍ରିମକୋର୍ଟ କହିଲେ ‘‘ସବୁକିଛି ବନ୍ଦ କରାଯାଇପାରିବ ନାହିଁ”

1 min read

ନୂଆଦିଲ୍ଲୀ: NEET ଏବଂ JEE ଋ ପରୀକ୍ଷାକୁ ନେଇ ଏବେ ପରୀକ୍ଷାର୍ଥୀଙ୍କ ମଧ୍ୟରେ କୌଣସି ଦ୍ୱନ୍ଦ ରହିବ ନାହିଁ । ଖବର ଅନୁସାରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟରେ ଏହି ପରୀକ୍ଷା କରାଯିବ । ଯାହା ସମସ୍ତଙ୍କ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛି । ପୂର୍ବରୁ NEET ଏବଂ JEE ଋ ପରୀକ୍ଷା ପରିଚାଳନା ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ମେଡିକାଲ ପ୍ରବେଶିକା ପରୀକ୍ଷା NEET ଏବଂ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEE ଋ ମେନ୍ସକୁ ସ୍ଥଗିତ ରଖିବାକୁ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି । ଏହା ସହିତ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟରେ ପରୀକ୍ଷା କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଦେଇଛନ୍ତି ।

କହିରଖୁଛୁ ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ଆଖି ଆଗରେ ରଖି ସେପ୍ଟେମ୍ବରରେ ପ୍ରସ୍ତାବିତ NEET ଏବଂ JEE  ପରୀକ୍ଷାକୁ ସ୍ଥଗିତ ରଖିବାକୁ ଆବେଦନ କରାଯାଇଥିଲା । ଯାହା ପରୀକ୍ଷାକୁ ନେଇ ଆଶାୟୀ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି NTA ଜୁଲାଇ ୩ରେ ଉକ୍ତ ନୋଟିସକୁ ବାତିଲ କରିବାକୁ ଏହି ଆବେଦନ କରାଯାଇଥିଲା । ଯାହାକୁ ସୁପ୍ରିମକୋର୍ଟ ଆଜି  ଖାରଜ କରିଛନ୍ତି । ଏହା ସହିତ କରୋନା ଭାଇରସ୍ ଯୋଗୁଁ, CBSE ଦ୍ୱାଦଶ ବୋର୍ଡର ଅବଶିଷ୍ଟ ପରୀକ୍ଷାକୁ ବାତିଲ କରାଯାଇଥିଲା । ଏହା ବ୍ୟତୀତ ଅନ୍ୟାନ୍ୟ  ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଥିଲା । ତେବେ ଚଳିତଥର NEET ୨୦୨୦ ପାଇଁ ମୋଟ ୧୫ ଲକ୍ଷ ୯୩ ହଜାର ୪୫୨ ଲକ୍ଷ ପ୍ରାର୍ଥୀ ଆବେଦନ କରିଛନ୍ତି ।

Leave a Reply