ନିର୍ଭୟା ଦୋଷୀ ପୱନର କ୍ୟୁରେଟିଭ୍ ପିଟିସନ୍ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ କାଲି ହେବ କି ଫାଶୀ ? ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ ପିଟିସନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି । ଫାଶୀକୁ କୋହଳ କରି ଆଜୀବନ ଜେଲଦଣ୍ଡ ପାଇଁ ପୱନ ଆବେଦନ କରିଥିଲା ।୪ ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ଦେବା ପାଇଁ ଡେଥ ୱାରେଣ୍ଟ ଜାରି ହୋଇଛି । ତେବେ ଫାଶୀରୁ ବର୍ତ୍ତିବା ପାଇଁ ଦୋଷୀ ନୂଆ ନୂଆ ବାଟ ଆପଣାଉଥିବାରୁ ଫାଶୀକୁ ନେଇ ଅନିଶ୍ଚିତତା ଲାଗି ରହିଛି । ସେହିପରି ଦୋଷୀ ଅକ୍ଷୟ ଠାକୁର ଗତ ଶନିବାର ରାଷ୍ଟ୍ରପତିଙ୍କ ନିକଟରେ ପୁଣି ଥରେ ରାଜକ୍ଷମା ଆବେଦନ କରିଛି ।ପୂର୍ବରୁ ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ ହୋଇସାରିଥିଲେ ମଧ୍ୟ ସେତେବେଳେ କାଗଜପତ୍ର ଠିକ୍ ନଥିବା ଦର୍ଶାଇ ସେ ପୁନର୍ବାର ଆବେଦନ କରିଛି । ଏବେ ପୱନ ପାଖରେ ଦୟା ଆବେଦନର ବିକଳ୍ପ ରହିଛି ।

ପୁଣି ନିର୍ଭୟା ଦୋଷୀଙ୍କ ପାଇଁ ଆସିଲା ଡେଥ୍ ୱାରେଣ୍ଟ, ମାର୍ଚ୍ଚ ୩ ରେ ଝୁଲିବେ

Leave a Reply