୨୫ ଲକ୍ଷ ଟଙ୍କାର ବାଇକ୍‌ ଚଢ଼ିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି?

1 min read
Supreme Court Chief Justice SA Bobde Riding Bike, Photo Viral

ନାଗପୁର: ହାର୍ଲି-ଡେଭିଡ୍‌ସନ୍‌ ବାଇକ୍‌ରେ ବସିଥିବା ବ୍ୟକ୍ତି ଜଣକ ହେଉଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌ଏ ବବଡେ । କଥାଟା ଆଡ଼ୁଆ ଲାଗୁଥିବ ନିଶ୍ଚୟ । କାରଣ ତାଙ୍କର ଏଭଳି ଫଟୋ ଆଗରୁ ବୋଧ ହୁଏ କେବେ ଭାଇରାଲ ହୋଇନଥିଲା । ଦେଶବାସୀ ଚିଫ୍‌ ଜଷ୍ଟିସ୍‌ଙ୍କ ଏଭଳି ଫଟୋ ଆଗରୁ କେବେ ଦେଖିନଥିଲେ ।

ତେବେ ଏହି ଫଟୋଟି ହେଉଛି ନାଗପୁର ଅଞ୍ଚଳର । ଲକ୍‌ଡାଉନ୍‌ କାରଣରୁ ସେ ଏବେ ଘରେ ରହିଛନ୍ତି । ଆଉ ନାଗପୁରସ୍ଥିତ ତାଙ୍କ ବାସଭବନରୁ ସେ ସୁପ୍ରିମ୍‌କୋର୍ଟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରୁଛନ୍ତି ।

ରବିବାର ସକାଳୁ ସେ ମର୍ଣ୍ଣିଂ ଓ୍ୱାକ୍‌ରେ ଯାଉଥିବା ବେଳେ ତାଙ୍କ ନଜରରେ ଏହି ବାଇକ୍‌ଟି ପଡ଼ିଥିଲା । ସେ ବାଇକ୍‌ ପାଖକୁ ଯାଇଥିଲେ ଏବେ ତାପରେ ସେଥିରେ ବସିଥିଲେ । ଏବଂ ବାଇକ୍‌କୁ କିଛି ବାଟ ଚଲାଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କ ଫଟୋ ଉଠାଇଥିଲେ । ବାସ୍ତବରେ ଫଟୋଗ୍ରାଫି ଏବଂ ବହି ପଢ଼ିବାକୁ ଭଲପାଉଥିବା, ଜଷ୍ଟିସ୍‌ ବୋବ୍‌ଡ଼େ ବାଇକ୍ ଚଲାଇବାର ସୌକ ମଧ୍ୟ ରଖନ୍ତି ।

 

Leave a Reply