ହାଇକୋର୍ଟକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆବଶ୍ୟକ ହେଲେ ବ୍ୟବହାର କର ଅର୍ଦ୍ଧସାମରିକ ବଳ

1 min read

ଓଡ଼ିଶାରେ ଓକିଲଙ୍କ ଆନ୍ଦୋଳନକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଆଜି ଏ ସଂପର୍କିତ ଏକ ମାମଲାର ବିଚାର ହୋଇଛି । ଜଷ୍ଟିସ୍ ସଂଜୟ କିସନ୍ କାଉଲ୍ ଓ ଜଷ୍ଟିସ୍ କେଏମ୍ ଜୋସେଫଙ୍କୁ ନେଇ ଗଠିତ ୨ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଯଦି ଆନ୍ଦୋଳନକୁ ରାଜ୍ୟ ପୋଲିସ ସମାଧାନ କରିନପାରୁଛି ତେବେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ବ୍ୟବହାର କରିବାକୁ କୋର୍ଟ କହିଛନ୍ତି ।

ଟେମ୍ପଲ ଅଫ୍ ଜଷ୍ଟିସକୁ କୌଣସି ପରିସ୍ଥିତିରେ ବନ୍ଦ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କଡ଼ା ଭାଷାରେ ଚେତାବନୀ ଦେଇଛନ୍ତି । ଅଦାଲତରେ ଅଚଳାବସ୍ଥା ଆଦୌ ଗ୍ରହଣୀୟ ନୁହେଁ । କୌଣସି ପରିସ୍ଥିତିରେ ମଧ୍ୟ କୋର୍ଟ କାର୍ଯ୍ୟ ବନ୍ଦ ହୋଇପାରିବ ନାହିଁ । ଓଡ଼ିଶା ହାଇକୋର୍ଟକୁ ସୁପ୍ରିମକୋର୍ଟ ଚଳାଇବେ ନାହିଁ ତେଣୁ କୋର୍ଟ କିଭଳି ଚାଲିବ ସେ ନେଇ ପରାମର୍ଶ ମାଗିଛନ୍ତି ୨ ଜଣିଆ ଖଣ୍ଡପୀଠ । ଏ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୪ ତାରିଖରେ ହେବ । ତେବେ ଅକ୍ଟୋବର ୧୬ ତାରିଖରେ ସୁପ୍ରିମକୋର୍ଟଙ୍କ ନୋଟିସର ଉତ୍ତର ରଖିଛନ୍ତି ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ । ଉତ୍ତରରେ କହିଛନ୍ତି ଯେ, ଏବେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ହାଇକୋର୍ଟରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।

ବିଭିନ୍ନ କାରଣ ପାଇଁ ଭିନ୍ନ ଭିନ୍ନ ଅଦାଲତରେ ଆନ୍ଦୋଳନ ହେଉଛି । ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଓକିଲ ଆନ୍ଦୋଳନ କରୁଛନ୍ତି । ମାତ୍ର କୋର୍ଟ ଖୋଲା ରହୁଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ରେଜିଷ୍ଟ୍ରାର । କୋର୍ଟକୁ ଚଳାଇବା ପାଇଁ ହାଇକୋର୍ଟ ଫୁଲ୍ ବେଞ୍ଚ ଉଦ୍ୟମ କରୁଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି । ')}

Leave a Reply