ମୃତଦେହକୁ ଜୀବନ ଦେବାକୁ ଯେଉଁଠି ପୂଜାପାଠ ଉପରେ କରାଯାଏ ଭରସା !

1 min read

ଚନ୍ଦ୍ରରେ ରହିବାର ସ୍ୱପ୍ନ ଦେଖୁଛି ମଣିଷ । ଜହ୍ନପୃଷ୍ଠରେ ଜୀବନ, ଜଳ ଓ ପବନକୁ ନେଇ ଅନୁସନ୍ଧାନ ଚାଲିଛି । ବୈଜ୍ଞାନିକ କହୁଛନ୍ତି ଆଉ କିଛିବର୍ଷ ପରେ ଚନ୍ଦ୍ରପୃଷ୍ଠରେ ବାସ କରିହେବ । ଏକବିଂଶ ଶତାବ୍ଦୀରେ ମଣିଷ ଏତେ ଆଗକୁ ଯାଇ ଚନ୍ଦ୍ର ସହ ମଙ୍ଗଳରେ ଜୀବନର ସତ୍ତା ଖୋଜୁଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଥିବା ଏହି ଚିତ୍ର ବିଜ୍ଞାନ ପ୍ରତି ଥିବା ବିଶ୍ୱାସକୁ ଦୋହଲାଇ ଦେଇଛି ।

୭ ବର୍ଷର ସୁମନ୍ତକୁ ବଞ୍ଚାଇବାକୁ ଚାଲିଛି ଝଡ଼ାଫୁଙ୍କା । ଦୀପ, ଧୂପ ଦେଇ ଝଡ଼ାଫୁଙ୍କା କରୁଛନ୍ତି ଗୁଣିଆ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗାଙ୍ଗପଡ଼ା ଗାଁ ଦାଣ୍ଡରେ ମୃତଦେହରେ ଜୀବନ ଫେରାଇ ଆଣିବାକୁ ଏମିତି ଝଡ଼ାଫୁଙ୍କା କରାଯାଇଛି ।

ଗାଙ୍ଗପଡ଼ା ଗାଁର ୭ ବର୍ଷୀୟ ସୁମନ୍ତ ଜେନାକୁ ଆଜି ପିହୁଳା ବାତ ମାରିବାରୁ ପରିବାର ଲୋକ ତାକୁ କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ବିଗିଡ଼ିବାରୁ ସୁମନ୍ତକୁ କଟକ ଶିଶୁ ଭବନକୁ ରେଫର କରିଥିଲେ ଡାକ୍ତର । ହେଲେ, ପରିବାର ଲୋକ କଟକ ନ ନେଇ ଗାଁକୁ ନେଇ ଯାଇଥିଲେ । ସେଠାରେ ତାର ମୃତ୍ୟୁ ହେବା ପରେ ୨ ଜଣ ଗୁଣିଆ ଝଡ଼ାଫୁଙ୍କା କରୁଥିବା ଦେଖିବାକୁ ମିଳିଛି ।

କେନ୍ଦ୍ରାପଡ଼ା ଜିଲ୍ଲାରେ ସାକ୍ଷରତା ହାର ୮୫.୯୩ ପ୍ରତିଶତ ଥିବା ସତ୍ତ୍ୱେ ଲୋକ ଗୁଣି ଗାରେଡି ଭଳି ଅନ୍ଧବିଶ୍ୱାସକୁ ଆପଣାଇବା ଆଶ୍ଚର୍ଯ୍ୟର ବିଷୟ । ')}

Leave a Reply