ଅନୁଷ୍କାଙ୍କ ପୋଷ୍ଟକୁ ନେଇ ସାମ୍ନାକୁ ଆସିଲା ସୁନିଲ ଗାଭାସ୍କରଙ୍କ ବୟାନ

1 min read

ମୁମ୍ବାଇ: ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ‌ସୁନିଲ ଗାଭାସ୍କର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କିଙ୍ଗସ XI ପଞ୍ଜାବ ମଧ୍ୟରେ ଖେଳା ଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚ୍ ‌ପରେ ଭାରତୀୟ କ୍ୟାପଟେନ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ନେଇ କମେଣ୍ଟ କରି ଅଡ଼ୁଆରେ ପଡ଼ିଛନ୍ତି । ବିରାଟ କୋହଲି ଗୋଟିଏ ରନ୍‌ପରେ ଆଉଟ ହୋଇଯିବା ପରେ ସୁନିଲ କମେଣ୍ଟ୍ରି ସମୟରେ ଅନୁଷ୍କାଙ୍କୁ ଆକ୍ଷେପ କରି ବିବାଦୀୟ ବୟାନ୍  ‌ଦେଇଛନ୍ତି । ତେବେ ବିରାଟ ଭଲ ପ୍ରଦର୍ଶନ କରି ନପାରିବା ପଛର କାରଣ ଅନୁଷ୍କା ବୋଲି ସେ କମେଣ୍ଟ୍ରିରେ କହିଛନ୍ତି ।  ଖେଳରେ ସ୍ୱାମୀଙ୍କ ଖରାପ ପ୍ରଦର୍ଶନରେ ସ୍ତ୍ରୀଙ୍କୁ ଏହା ମଧ୍ୟକୁ ଟାଣିବା ଅନୁଚିତ୍‌ ବୋଲି ଅନୁଷ୍କା କହିଛନ୍ତି । ଯାହାକୁ ନେଇ ସେ ଇଂଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଜଣେ ସମ୍ମାନୀୟ ବ୍ୟକ୍ତିଙ୍କୁ ଏଭଳି କଥା ଶୋଭା ପାଉନଥିବା କହିଛନ୍ତି ଅନୁଷ୍କା ।


ଏହା ମଧ୍ୟରେ ସାମ୍ନାକୁ ଆସିଛି ସୁନିଲଙ୍କ ପ୍ରତିକ୍ରିୟା । ଅନୁଷ୍କାଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଖାଇ ସୁନିଲ କହିଛନ୍ତି କି, ସେ କେବଳ ବିରାଟଙ୍କ ଅଭ୍ୟାସରେ କମି ଥିବା କହିଥିଲେ, ଏବଂ ତାଙ୍କ କଥାର କୌଣସି ଖରାପ ଅର୍ଥ ନଥିଲା  । ତାଙ୍କ ଶବ୍ଦକୁ ଭୁଲ ଭାବରେ ପ୍ରଦର୍ଶନ କରାଯାଇଛି ବୋଲି କହିଛନ୍ତି ସୁନିଲ ଗାଭାସ୍କର । ଏହା ସହିତ ଉକ୍ତ କ୍ଲିପକୁ ଭଲ ଭାବରେ ଶୁଣିବା ପାଇଁ ବିରାଟ ଏବଂ ଅନୁଷ୍କାଙ୍କୁ ସେ ପରାମର୍ଶ ଦେଇଛନ୍ତି ।

ସୁନିଲ ଗାଭାସ୍କରଙ୍କ ଉପରେ ବର୍ଷିଲେ ଅନୁଷ୍କା, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ଏମିତି କଥା…

Leave a Reply