କେଉଁ ଭୁଲ୍ ଯୋଗୁଁ ଭାରତ ହାତରୁ ଖସି ଯାଇଥିଲା ବିଶ୍ୱକପ୍ ?

1 min read

ନୂଆଦିଲ୍ଲୀ: ୨୦୧୯ ବିଶ୍ୱକପ୍ କାହିଁକି ହାରିଥିଲା ଭାରତ ? କେଉଁ କାରଣ ଯୋଗୁଁ ଭାରତ ଏହି ସୁଯୋଗରୁ ବଞ୍ଚିତ ହେଲା ? ଏହାର କାରଣ କହିଛନ୍ତି ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର । ତାଙ୍କ କହିବା କଥା- ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ୪ ନମ୍ବର ବ୍ୟାଟ୍ସମ୍ୟାନ୍ ଠିକ୍ ଭାବେ ବାଛି ନଥିଲେ ।

୪ ନମ୍ବର ବ୍ୟାଟ୍ସମ୍ୟାନ୍ ଚୟନରେ ଦଳ ଭୁଲ୍ କରିଥିଲା । ଯଦି ଆମେ ୪ ନମ୍ବର ବ୍ୟାଟ୍ସମ୍ୟାନ ଠିକ୍ ଭାବେ ବାଛିଥାନ୍ତେ ତ ଫଳ ଆଉ କିଛି ହୋଇଥାନ୍ତା । ଗାଭାସ୍କର କହିଛନ୍ତି- ଆମକୁ ଦେଖିବାକୁ ପଡ଼ିବ ୪, ୫ ଓ ୬ ନମ୍ବର ସ୍ଥାନରେ କେଉଁ ବ୍ୟାଟ୍ସମ୍ୟାନ ଅଛନ୍ତି । ଯିଏ କି ପ୍ରଥମେ ମଧ୍ୟ ବ୍ୟାଟିଂ କରିପାରିବେ ।

ମୋତେ ଲାଗୁଛି ଭାରତୀୟ ଟିମ୍ର ଟପ୍ ୩ ବ୍ୟାଟ୍ସମ୍ୟାନ୍ ଲାଇନ୍ ଅପ୍ ବହୁତ ଭଲ ଅଛି । ଫଳରେ ୪ ଓ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଯାଉଥିବା ଖେଳାଳିଙ୍କୁ କମ୍ ବଲ୍ ମିଳୁଛି । ତଥାପି ମୋତେ ଲାଗୁଛି ୨୦୧୯ ବିଶ୍ୱକପ୍ ପାଇଁ ୪ ନମ୍ବରରେ ଯାଇଥିବା ବ୍ୟାଟ୍ସମ୍ୟାନଙ୍କୁ ଠିକ୍ ଭାବେ ବଛା ଯାଇଥିଲେ ଅଲଗା କିଛି ହୋଇଥାନ୍ତା ।

 

Leave a Reply