‘ଗର୍ଭାବସ୍ଥାରେ ଯତ୍ନ’ ସେବା କାର୍ଯ୍ୟକାରୀ କରିବା ପାଇଁ ଘରୋଇ ହସ୍ପିଟାଲର ଡାକ୍ତରଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା

Sundergarh Dist Administration Discussed With Private Hospital Doctors Care During Delivery

ରାଉରକେଲା: ‘ମାତୃଜ୍ୟୋତି’ ଅଧୀନରେ ‘ଗର୍ଭାବସ୍ଥାରେ ଯତ୍ନ’ କାର୍ଯ୍ୟକ୍ରମକୁ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ଅନୁବନ୍ଧିତ ଘରୋଇ ହସ୍ପିଟାଲ ଏବଂ ଅଲଟ୍ରାସାଉଣ୍ଡ କ୍ଲିନିକର ଡାକ୍ତରମାନଙ୍କ ସହ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଆଲୋଚନା କରିଛନ୍ତି । ନିକଟରେ ଶୁଭାରମ୍ଭ ହୋଇଥିବା ‘ମାତୃଜ୍ୟୋତି’ ଅଧୀନରେ ଜିଲ୍ଲାର ସମସ୍ତ ଗର୍ଭବତୀ ମା’ମାନଙ୍କର ଗର୍ଭାବସ୍ଥାରେ ୪ ଥର ମାଗଣାରେ ପରୀକ୍ଷା ସୁନିଶ୍ଚିତ କରିବା ବିଷୟରେ ଆଲୋଚନା ହୋଇଥିଲା । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪୦ରୁ ଅଧିକ ଡାକ୍ତର ସାମିଲ ହୋଇଥିଲେ ।

Sundergarh Dist Administration Discussed With Private Hospital Doctors Care During Delivery

‘ଗର୍ଭାବସ୍ଥାରେ ଯତ୍ନ ସେବା କାର୍ଯ୍ୟକ୍ରମରେ ଡାକ୍ତରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଶେଷକରି ଘରୋଇ ହସ୍ପିଟାଲ ଏବଂ ଅଲଟ୍ରାସାଉଣ୍ଡ କ୍ଲିନିକର ଡାକ୍ତରମାନେ କିପରି ଏହି ସେବା ଗର୍ଭବତୀ ମା’ମାନଙ୍କୁ ଯୋଗାଇଦେବେ ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ଏହା ସହ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଟିବି ରୋଗୀଙ୍କ ସବିଶେଷ ବିବରଣୀ ଜିଲ୍ଲା ପ୍ରଶାସନକୁ ଜଣାଇବା ଲାଗି କହିଛନ୍ତି ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର ।

Sundergarh Dist Administration Discussed With Private Hospital Doctors Care During Delivery

ଏହା ସହ ଜିଲ୍ଲାରେ କୋଭିଡ୍, ଟିବି, ଟିକାକରଣ ଏବଂ ଅନ୍ୟାନ୍ୟ ରୋଗର ସ୍ଥିତି ଓ ଚିକିତ୍ସା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଘରୋଇ ହସ୍ପିଟାଲଗୁଡ଼ିକରେ କୋଭିଡ୍ ସତର୍କତା କିଭଳି ପାଳନ କରାଯାଉଛି ସେ ସମ୍ପର୍କରେ ସିଡିଏମଓ ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର, ଡିଏସଡବ୍ଲ୍ୟୁଓ ପ୍ରତିଭା ଦାସଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Sundergarh Dist Administration Discussed With Private Hospital Doctors Care During Delivery

‘ମାତୃଜ୍ୟୋତି’ ଅଧୀନରେ ଜିଲ୍ଲାର ସମସ୍ତ ଗର୍ଭବତୀ ମହିଳାଙ୍କୁ ଗର୍ଭାବସ୍ଥାରେ ପରୀକ୍ଷା ସେବା ଯୋଗାଇ ଦେବା ଲାଗି ୮ଟି ସରକାରୀ ଏବଂ ୪୧ଟି ଘରୋଇ ହସ୍ପିଟାଲ ଓ ଅଲଟ୍ରାସାଉଣ୍ଡ କ୍ଲିନିକକୁ ଅନୁବନ୍ଧିତ କରାଯାଇଛି । ବାର୍ଷିକ ୨୮ ହଜାରରୁ ଅଧିକ ଗର୍ଭବତୀ ମା’ ଏହି ସେବା ସୁଯୋଗ ପାଇବେ । ଗତ ୧୧ ତାରିଖରେ ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମ ‘ମାତୃଜ୍ୟୋତି’ ସୁନ୍ଦରଗଡ଼ ଜିଲ୍ଲାରେ ଶୁଭାରମ୍ଭ କରାଯାଇଥିଲା । ଏହାକୁ ଜିଲ୍ଲାରେ କାର୍ଯ୍ୟକାରୀ କରିବା ପାଇଁ ସିଡିପିଓ, ଡାକ୍ତର, ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ତାଲିମ ଦିଆଯାଉଛି ।

Leave a Reply