ଖାଦ୍ୟ ଅନ୍ୱେଷଣରେ ସହର ମୁହାଁ ଭାଲୁ, ଅଳିଆ ଆବର୍ଜନା ଡବାରୁ ଖୋଜୁଛି ଖାଦ୍ୟ

କୋରାପୁଟ: ଖାଦ୍ୟ ଅନ୍ୱେଷଣରେ ସହର ମୁହାଁ ହୋଇଛନ୍ତି ୨ଟି ଭାଲୁ । ନିକଟସ୍ଥ ଜଙ୍ଗଲରେ କିଛି ଦିନ ହେଲା ଅସୁରକ୍ଷିତ ଓ ଖାଦ୍ୟ ଅଭାବକୁ ନେଇ ନିକଟସ୍ଥ ସୁନାବେଡା ସହର ମୁହାଁ ହୋଇଛି ଭାଲୁ । ମଧ୍ୟ ରାତ୍ରିରେ ଅଳିଆ ଆବର୍ଜନା ଡବା ଭିତରୁ ଖାଦ୍ୟ ଖାଉଥିବାର ଏକ ଭିଡ଼ିଓ ଭାଇରାଲ ହୋଇଛି । ଯାହା ସହରରେ ଚର୍ଚ୍ଚାର ବିଷୟ ପାଲିଟଛି ।

ଖାଦ୍ୟ ଅଭାବକୁ ଏହି ବନ୍ୟ ପ୍ରାଣିମାନେ ଜଙ୍ଗଲ ଛାଡ଼ି ଜନବସତି ଭିତରକୁ ପ୍ରବେଶ କରିବାକୁ ବାଧ୍ୟ ହେଉଛନ୍ତି । ତେବେ ଅନ୍ଧାର ରାତିରେ ଏମାନଙ୍କୁ ଦେଖି ଲୋକେ ଭୟଭୀତ ହେଉଛନ୍ତି । ଏବଂ ଜଦିଓ ଏମାନେ କିଛି କ୍ଷୟକ୍ଷତି କରି ନାହାଁନ୍ତି ତଥାପି ଏମାନଙ୍କୁ ଦେଖି କାର୍ଯ୍ୟ ସ୍ଥଳିରୁ ଫେରୁଥିବା ଲୋକେ ଆତଙ୍କୀତ ହେଉଛନ୍ତି । କର୍ମସ୍ଥଳୀରୁ ଫେରୁଥିବା ସମୟରେ ଆକ୍ରମଣ ଭୟ ରହୁଥିବା ଜଣାପଡିଛି । ଏହାକୁ ନେଇ ବନ ବିଭାଗ ମଧ୍ୟ ତତ୍ପରତା ଦେଖାଇବା ସହ ଭାଲୁଟିକୁ ଶୀଘ୍ର ଉଦ୍ଧାର କରାବାକୁ ଅଣ୍ଟାଭିଡ଼ିଛି ।

Leave a Reply