ଅଯୋଧ୍ୟା ପରେ ଏବେ ମଥୁରା: ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ‘ମୁକ୍ତି’ ପାଇଁ ଅଦାଲତରେ ମାମଲା

ମଥୁରା: ବହୁ ବାଦ ବିବାଦ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ସ୍ୱପ୍ନ ଏବେ ପୁରା ହୋଇଛି । ରାମ ମନ୍ଦିର ପାଇଁ ଭୂମି ପୂଜନ ପରେ ଏବେ ନିର୍ମାରଣ କାର୍ଯ୍ୟ ଚାଲିଛି । ଏଇ ଭିତରେ ଆଉଗୋଟିଏ ବିବାଦ ସାମ୍ନାକୁ ଆସିଛି । ମଥୁରାରେ କୃଷ୍ଣ ଜମ୍ନ ଭୂମିକୁ ନେଇ ଏକ ମାମଲା କୋର୍ଟରେ ପହଞ୍ଚିଛି । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନକୁ ନେଇ ମଥୁରା କୋର୍ଟରେ ଏକ ସିଭିଲ ମକଦ୍ଦମା ଦାୟର କରାଯାଇଛି । ଏଥିରେ ୧୩.୩୭ ଏକର ଜମିରେ ମାଲିକାନା ଦାବି କରାଯାଇଛି । ଏବଂ ସାହି ଇଦ୍‌ଗା ମସଜିଦ ହଟାଇବାକୁ ଏହି ମକଦମାରେ ଦାବି କରାଯାଇଛି ।

ଭଗବାନ ଶ୍ରୀକୃଷ୍ଣ ସେଠାରେ ବିରଜାମନ ବୋଲି ରଂଜନା ଅଗ୍ନିହୋତ୍ରୀଙ୍କ ନାମରେ ସୁପ୍ରିମକୋର୍ଟର ଓକିଲ ବିଷ୍ଣୁ ଶଙ୍କର ଜୈନ ଏକ ପିଟିସନ ଦାଖଲ କରିଛନ୍ତି । ୧୯୬୮ ମସିହାରେ ହୋଇଥିବା ଚୁକ୍ତିନାମାକୁ ମିଥ୍ୟା ବୋଲି ଆବେଦନ କରାଯାଇଛି । ପ୍ରଭୁ ଶ୍ରୀକୃଷ୍ଣ ବିରଜାମନ, କାଟ୍ରା କେଶବ ଦେବ ଖେବତ, ମୌଜା ମଥୁରା ବଜାର ସହର ପକ୍ଷରୁ ରଂଜନା ଅଗ୍ନିହୋତ୍ରୀ ଏବଂ ଅନ୍ୟ ୬ ଜଣ ଭକ୍ତଙ୍କ ଦ୍ୱାରା ଏହି ମାମଲା ଦାୟର କରାଯାଇଛି ।

ଏହି ଆବେଦନ ‘ଭଗବାନ ଶ୍ରୀକୃଷ୍ଣ ବିରଜମାନ’ ଏବଂ ‘ସ୍ଥାନ ଶ୍ରୀକୃଷ୍ଣ ଜନ୍ମ ଭୂମି’ ନାମରେ ଦାଖଲ କରାଯାଇଛି । ଏହି ଆବେଦନରେ କୁହାଯାଇଛି ଯେ ଯେଉଁଠାରେ ସାହି ଇଦ୍‌ଗା ମସଜିଦ ଛିଡା ହୋଇଛି, ତାହା ହେଉଛି ପ୍ରକୃତ କାରାଗାର ଯେଉଁଠାରେ ଭଗବାନ କୃଷ୍ଣ ଜନ୍ମ ହୋଇଥିଲେ ।

ମଥୁରାର ସାହି ଇଦ୍‌ଗା ମସଜିଦ କୃଷ୍ଣ ଜନ୍ମ ଭୂମି ସହିତ ଲାଗିକି ଛିଡ଼ା ହୋଇଛି । ଇତିହାସ କହୁଛି ଯେ ଔରଙ୍ଗଜେବ ପ୍ରାଚୀନ କେଶବନାଥ ମନ୍ଦିରକୁ ଧ୍ୱଂସ କରି ସାହି ସ୍ଥାନରେ ଇଦ୍‌ଗା ମସଜିଦ ନିର୍ମାଣ କରିଥିଲା । ତେବେ ୧୯୩୫ ମସିହାରେ, ଆହ୍ଲାବାଦ ହାଇକୋର୍ଟ ମସଜିଦ ଯେଉଁ ଜମିରେ ଠିଆ ହୋଇଛି ସେହି ଜମିର ଆଇନଗତ ଅଧିକାର ବାରାଣାସୀର ହିନ୍ଦୁ ରାଜାଙ୍କୁ ଦେଇଥିଲେ ।

ତେବେ ୧୯୫୧ ମସିହାରେ ଶ୍ରୀକୃଷ୍ଣ ଜନ୍ମ ଭୂମି ଟ୍ରଷ୍ଟ ତିଆରି କରାଯାଇଥିଲା । ଟ୍ରଷ୍ଟ ପୁଣିଥରେ ସେଠାରେ ଭଙ୍ଗା ଜାଇଥିବା ମନ୍ଦିରକୁ ଆଉଥରେ ନିର୍ମାଣ କରାଯିବ ବୋଲି ଟ୍ରଷ୍ଟରେ ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟପଟେ ଟ୍ରଷ୍ଟ ସହ ଯୋଡ଼ି ହେବାକୁ ଚେଷ୍ଟା କରିଥିଲା ଆଉ ଗୋଟିଏ ସଂସ୍ଥା । ୧୯୫୮ ମସିହାରେ, ଶ୍ରୀକୃଷ୍ଣ ଜନ୍ମ ସ୍ଥାନ ସେବା ସଂଘ ନାମକ ଏକ ସଂଗଠନ ଗଠନ ହୋଇଥିଲା । ଆଇନ ଅନୁଯାୟୀ ଏହି ସଂଗଠନକୁ ଜମି ମାଲିକାନାର ହକ ଦିଆଯାଇନଥିଲା । କିନ୍ତୁ ଚତୁରତାର ସହ ଏହି ସଂସ୍ଥା ଟ୍ରଷ୍ଟ ପାଇଁ ସମସ୍ତ କାର୍ଯ୍ୟ କରିବା ଆରମ୍ଭ କରିଦେଇଥିଲା । ପରେ ଏହି ସଂଗଠନ ଟ୍ରଷ୍ଟକୁ ଧୋକା ଦେିଥିଲା ।

୧୯୬୪ ମସିହାରେ ଏହି ଅନୁଷ୍ଠାନ ସମଗ୍ର ଜମି ନିୟନ୍ତ୍ରଣ ପାଇଁ ଏକ ସିଭିଲ୍ କେସ୍ ଦାଖଲ କରିଥିଲା । ​​କିନ୍ତୁ ୧୯୬୮ ମସିହାରେ ଶ୍ରୀକୃଷ୍ଣ ଜନ୍ମ ସ୍ଥାନ ସେବା ସଂଘ  ନିଜେ ମୁସଲିମ୍ ପକ୍ଷ ସହ ବୁଝାମଣା କରିଥିଲା ।  ୧୯୬୮ ଚୁକ୍ତି ଅନୁଯାୟୀ ଶାହି ଇଦ୍ଗା କମିଟି ଏବଂ ଶ୍ରୀକୃଷ୍ଣ ଜନ୍ମ ଭୂମି ଟ୍ରଷ୍ଟ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା । ଯାହା ଅନୁଯାୟୀ ଜମି ଟ୍ରଷ୍ଟରେ ରହିବ ଏବଂ ମସଜିଦର ପରିଚାଳନା ଅଧିକାର ମୁସଲିମ କମିଟିକୁ ଦିଆଯିବ ।

Leave a Reply