ଭଲ ଖବର: ପୁରୁଣା କରୋନା ରୋଗୀଙ୍କ ରକ୍ତ ସାହାଯ୍ୟରେ ହେଉଛି ନୂଆ ସଂକ୍ରମିତଙ୍କ ସଫଳ ଚିକିତ୍ସା

1 min read

ଚୀନ: କରୋନା ଭାଇରସର ଭୟାବହତା ମଧ୍ୟରେ ଲୋକଙ୍କୁ ଅଳ୍ପ ଆଶ୍ୱସ୍ତି ମିଳିଛି । କରୋନା ଭାଇରାସ ଦ୍ୱାରା ସଂକ୍ରମିତ ୫ ଗମ୍ଭୀର ରୋଗୀଙ୍କୁ ପୁରୁଣା ସଂକ୍ରମିତଙ୍କ ରକ୍ତ ଦ୍ୱାରା ଚିକିତ୍ସା କରାଯାଇଛି । ଏହି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଠିକ୍ ଅଛି ।  ଚିକିତ୍ସାର ଏହି ଉପାୟକୁ ଚୀନର ଏକ ଡାକ୍ତରଖାନାରେ ପ୍ରୟୋଗ କରାଯାଇଛି । ତିନି ଜଣ ରୋଗୀ ଡାକ୍ତରଙ୍କ ଏଭଳି ପ୍ରୟୋଗ ଦ୍ୱାରା ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି । ଅନ୍ୟ ଦୁଇ ଜଣ ରୋଗୀ ଏବେ ବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଓ ସେମାନଙ୍କ  ଅବସ୍ଥା ପୂର୍ବାପେକ୍ଷା ଭଲଥିବା ସୂଚନା ମିଳିଛି ।

ଏହି ରୋଗୀ ମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁସାରେ ପୁରୁଣା କରୋନା ରୋଗୀଙ୍କ ରକ୍ତ ଦ୍ୱାରା କରାଯାଉଥିବା ଏହି  ଚିକିତ୍ସାରେ ଅନେକ ରୋଗୀ ଠିକ ହୋଇପାରିବେ । ଏହି ଖବର ପ୍ରଥମେ ଡେଲିମେଲ ୱେବସାଇଟରେ ପ୍ରକାଶ ପାଇବା ପରେ ଲୋକଙ୍କ ମନରେ ଆଶ୍ୱସ୍ତି ଆସିଥିବା ଦେଖିବାକୁ ମିଳିଛି ।

ଚୀନର ଶେନଝେନ ଥର୍ଡ ପିପୁଲ୍ସ ହସ୍ପିଟାଲ  ଚିକିତ୍ସାର ଏହି ଉପାୟ ବାବଦରେ ୨୭ ମାର୍ଚ୍ଚ ଦିନ ରିପୋର୍ଟ ଦେଇଥିଲା । ହସ୍ପିଟାଲ ମ୍ୟାନେଜମେଣ୍ଟଙ୍କ ସୂଚନା ଅନୁଯାୟୀ, ଯେଉଁ ୫ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପୁରୁଣା କରୋନା ସଂକ୍ରମିତ ରୋଗୀଙ୍କ ରକ୍ତ ଦ୍ୱାରା କରାଯାଇଥିଲା ସେମାନଙ୍କ ବୟସ ୩୬ ବର୍ଷରୁ ୭୩ ବର୍ଷ ମଧ୍ୟରେ ଥିଲା ।

ପୁରୁଣା ରୋଗୀଙ୍କ ରକ୍ତରେ ନୂଆ ରୋଗୀଙ୍କୁ ଚିକିତ୍ସା କରିବାର ଏହି ପ୍ରଣାଳୀକୁ ବୈଜ୍ଞାନିକ ମାନେ Covalent plasma  ବୋଲି କହିଛନ୍ତି । ଏହି ପ୍ରଣାଳୀରେ ପୂର୍ବରୁ ଅନେକ ରୋଗ ଠିକ କରାଯାଇଥିବା ଡାକ୍ତରମାନେ ସୂଚନା ଦେଇଛନ୍ତ ।  ଏହି ପ୍ରଣାଳୀରେ ନୂଆ ଗୋରୀଙ୍କ ରକ୍ତରେ ପୁରୁଣା ରୋଗୀଙ୍କ ରକ୍ତ ମିଶାଇ ପ୍ରତିରୋଧକ ଶକ୍ତିକୁ ବଢ଼ାଯାଇଥାଏ ।

ଏହି ପ୍ରଣାଳୀ ଦ୍ୱାରା ରକ୍ତରେ ଭାଇରସ ସହ ଲଢ଼ିବା ପାଇଁ ଆଣ୍ଟିବଡ଼ି ପ୍ରସ୍ତୁତ ହୋଇଥାଏ । ଏହି ଆଣ୍ଟିବଡ଼ି ଭାଇରସ ସହ ଲଢ଼ି ସେମାନଙ୍କୁ ମାରି ଦେଇଥାଏ ବା ଶରୀରରେ ଭାଇରସକୁ ବଢ଼ିବାକୁ ଦେଇନଥାଏ ।  ସେନଝେନ ଥର୍ଡ ପିପୁଲ୍ସ ହସ୍ପିଟାଲରେ ସଂକ୍ରମିତ ରୋଗ ଗୁଡ଼ିକର ଅଧ୍ୟୟନ ପାଇଁ ଜାତୀୟ କ୍ଲିନିକାଲ ରିସର୍ଚ୍ଚ ସେଣ୍ଟର ମଧ୍ୟ ରହିଛି ।

୧୨ ଦିନପୂର୍ବରୁ ସେହି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୫ ଜଣ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ବାହାରିଥିଲା । ସେମାନଙ୍କ ମଧ୍ୟରୁ ତିନିଜଣ ପୁରୁଷ ଏବଂ ୨ ଜଣ ମହିଳା ଥିଲେ । ସେନଝେନ ହସ୍ପିଟାଲର ଡାକ୍ତରମାନେ ପୂର୍ବରୁ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ରକ୍ତ ସାହାଯ୍ୟରେ ନୂଆ ରୋଗୀଙ୍କ ଚିକିତ୍ସା କରିଥିଲେ ।

Leave a Reply