ଅବସର ପରେ ବି ନେଇନାହାଁନ୍ତି ଅବସର: ପାମୋଲିନ୍ ଚାଷ କରି ସ୍ୱପ୍ନକୁ କରିଛନ୍ତି ସାକାର

ଭଦ୍ରକ: ପରିଣତ ବୟସରେ କଠିନ ପରିଶ୍ରମ ଓ ଅଦମ୍ୟ ଇଚ୍ଛାଶକ୍ତି ପାଇଁ ସେ ହୋଇପାରିଛନ୍ତି ସଫଳ ଚାଷୀ । ନିଜ ଜମିରେ ଚାଷ କରି ରୋଜଗାର କ୍ଷମ ହେବା ସହ ନିଜ ସ୍ୱପ୍ନକୁ କରିପାରିଛନ୍ତି ସାକାର । ଚାକିରିରୁ ଅବସର ପରେ କରୁଛନ୍ତି ପାମୋଲିନ୍ ଚାଷ । ଆଉ ଯୁବପିଢିଙ୍କ ପାଇଁ ସାଜିଛନ୍ତି ପ୍ରେରଣା ଉତ୍ସ ।

ପରିଣତ ବୟସରେ ସଫଳ ଚାଷୀ । ଅବସର ପରେ ବି ନେଇନାହିଁନ୍ତି ଅବସର । ପାମୋଲିନ୍ ଚାଷ କରିଛନ୍ତି ସ୍ୱପ୍ନ ସାକାର । ଯୁବପିଢିଙ୍କ ପାଇଁ ସାଜିଛନ୍ତି ପ୍ରେରଣା । ବୟସ ୬୭ରେ ପହଁଚିଲାଣି । ହେଲେ ହାର ମାନିନାହାଁନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ମଙ୍ଗଳ ପୁରର ନିର୍ମଳ ବେହୁରିଆ । ସରକାରୀ ଚାକିରୀରୁ ଅବସର ପରେ ବି କର୍ମମୟ ଜୀବନରୁ ନେଇ ନାହାଁନ୍ତି ଅବସର । ସୋୟା ରୁଚି କମ୍ପାନୀର ପ୍ରୋତ୍ସାହନରେ ୨ ଏକର ଜମିରେ ପାମୋଲିନ ଚାଷ କରି ନିଜ ସ୍ୱପ୍ନକୁ ସାକାର କରିବା ସହ ପରିଣତ ବୟସରେ ରୋଜଗାରକ୍ଷମ ହୋଇଛନ୍ତି ।

କେବଳ ପାମୋଲିନ ଚାଷ ନୁହେଁ, ବିଭିନ୍ନ ପ୍ରକାରର ଫଳ ଚାଷ ମଧ୍ୟ କରିଛନ୍ତି ଏହି ଅବସର ପ୍ରାପ୍ତ ଚାକିରିଆ । ଅବସର ପରେ ନିଜେ ରୋଜଗାର କ୍ଷମ ହେବା ସହ ଅନ୍ଯମାନଙ୍କ ପାଇଁ ରୋଜଗାର ମଧ୍ୟ ଯୋଗାଇଛନ୍ତି । ଅପରପକ୍ଷେ ପାମୋଲିନ୍ ଚାଷ ଏକ ଲାଭ ଦାୟକ ଚାଷ ବୋଲି କହିଛନ୍ତି ସୋୟା ରୁଚି କମ୍ପାନୀ କର୍ମଚାରୀ । ଏହି ଗଛର ସଠିକ୍ ଯତ୍ନ ନେଲେ ୩୦ ବର୍ଷ ପର୍ଯ୍ୟନ୍ତ ଏହା ଲାଭ ଦେଇପାରିବ । ଏବଂ ଆଗାମୀ ଦିନରେ ଏହି ଯୁବକଙ୍କ ପାଇଁ ପ୍ରେରଣା ଯୋଗାଇବ ।

Leave a Reply