ନୂଆ ବିଶ୍ୱ: ୨୦୪୮ରେ ଭାରତର ଜନସଂଖ୍ୟା ୧୬୦କୋଟିରେ ପହଞ୍ଚିବା ପରେ ୨୧୦୦ରେ ହ୍ରାସ ପାଇବ

india may have a population of 1.6 billion

ନୂଆଦିଲ୍ଲୀ:  ଆଗାମୀ ବର୍ଷରେ ଆମେ ଏକ ନୂଆ ବିଶ୍ୱ ଦେଖିବା ନେଇ ପୂର୍ବାନୁମାନ । ଏହି ନୂଆ ବିଶ୍ୱରେ ଅର୍ଥିକ ଅଭିବୃଦ୍ଧି ଠାରୁ ଆରମ୍ଭ କରି ବିଶ୍ୱ ଶକ୍ତି ସନ୍ତୁଳନ ପର୍ଯ୍ୟନ୍ତ ସବୁକିଛି ବଦଳିଯିବ । ଏପରିକି ଦେଶର ଜନସଂଖ୍ୟା ମଧ୍ୟ ପରିବର୍ତ୍ତନ ହେବ, ଯେଉଁଥିରେ କାର୍ଯ୍ୟଶୀଳତା ଉପରେ ପ୍ରଭାବ ପଡ଼ିବ । ଏହି କାରଣରୁ, କେତେକ ଦେଶ ନୂଆ ବିଶ୍ୱ ଶକ୍ତି ଭାବରେ ଉଭା ହେବେ ।

ଭାରତ ଜନସଂଖ୍ୟାର ଆକଳନ

ଏହି ନୂଆ ବିଶ୍ୱକୁ ନେଇ ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ, ୨୦୪୮ ମସିହାରେ ଭାରତର ଜନସଂଖ୍ୟା ପ୍ରାୟ ୧୬୦ କୋଟିକୁ ବୃଦ୍ଧି ପାଇପାରେ । ଏହା ପରେ, ୨୧୦୦ ମସିହାରେ ୩୨ ପ୍ରତିଶତ ହ୍ରାସ ପାଇ ପ୍ରାୟ ୧୦୯ କୋଟିକୁ ଖସିପାରେ ।

୧୮୩ ଦେଶର କଣ ହେବ ?

ଜାତୀୟ ଗଣମାଧ୍ୟମର ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ ଗ୍ଲୋବାଲ୍ ବର୍ଡନ୍ ଅଫ୍ ଡିସିଜ୍ ଅଧ୍ୟୟନରୁ ନିଆଯାଇଥିବା ଜନସଂଖ୍ୟାର ବ୍ୟବହାର କରାଯାଇଛି । ଭାରତ, ଆମେରିକା, ଚୀନ୍ ଏବଂ ଜାପାନ ସମେତ ପ୍ରାୟ ୧୮୩ ଦେଶ ପାଇଁ ସେମାନଙ୍କର ମୃତ୍ୟୁହାର, ଜନ୍ମ ହାର ଏବଂ ସ୍ଥାନାନ୍ତରଣ ହାର, ଆଞ୍ଚଳିକ ଏବଂ ଜାତୀୟ ଜନସଂଖ୍ୟା ପୂର୍ବାନୁମାନ କରାଯାଇଛି ।

ଦୁନିଆ ବହୁମୁଖି ହୋଇପାରେ

ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଭାରତ ଏବଂ ଚୀନ୍ ଭଳି ଦେଶରେ କାର୍ଯ୍ୟରତ ଜନସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇପାରେ । ଏହି କାରଣରୁ, ଏହି ଦେଶର ଆର୍ଥିକ ଅଭିବୃଦ୍ଧି ପ୍ରଭାବିତ ହେବା ସହ ବିଶ୍ୱ ଶକ୍ତିର ସନ୍ତୁଳନରେ ଏକ ପରିବର୍ତ୍ତନ ହୋଇପାରେ । ସେ କହିଛନ୍ତି ଯେ ଏହି ଶତାବ୍ଦୀର ଶେଷ ସୁଦ୍ଧା ବିଶ୍ୱ ବହୁମୁଖୀ ହୋଇପାରେ ଏବଂ ଭାରତ, ନାଇଜେରିଆ, ଚୀନ୍ ଏବଂ ଆମେରିକା ପ୍ରଭାବଶାଳୀ ଶକ୍ତି ହୋଇପାରନ୍ତି ।

ଭାରତ ଉପରେ କଣ ପଡ଼ିବ ପ୍ରଭାବ ?

ବୈଜ୍ଞାନିକମାନେ କହିଛନ୍ତି ଯେ, ସତରେ ଏହା ଏକ ନୂଆ ବିଶ୍ୱ ହେବ । ସଦ୍ୟତମ ଅଧ୍ୟୟନ ଅନୁଯାୟୀ, ୨୦୧୭ରେ ଭାରତରେ କାର୍ଯ୍ୟରତ ବୟସ୍କଙ୍କ ସଂଖ୍ୟା ୭୬.୨କଟି ଥିଲା, ଯାହା ୨୧୦୦ ମସିହାରେ ହ୍ରାସ ପାଇ ୫୭.୮ କୋଟିରେ ପହଞ୍ଚିବ । ସେହିଭଳି, ଚାଇନାରେ ମଧ୍ୟ କାର୍ଯ୍ୟରତ ବୟସ୍କଙ୍କ ଜନସଂଖ୍ୟା ୨୦୧୭ରେ ୯୫ କୋଟି ଥିଲା, ଯାହା ୨୧୦୦ ରେ ୩୫.୦୭ କୋଟିକୁ ଖସିଯିବ ।

ବୈଜ୍ଞାନିକମାନେ କହିଛନ୍ତି ଯେ ୨୦୨୦ ମସିହାର ମଧ୍ୟଭାଗରେ ଶ୍ରମଶକ୍ତି ଜନସଂଖ୍ୟା ଦୃଷ୍ଟିରୁ ଭାରତ ଚୀନ୍‌କୁ ଅତିକ୍ରମ କରିପାରେ । କେବଳ ଏତିକି ନୁହେଁ ଘରୋଇ ଉତ୍ପାଦ ବୃଦ୍ଧିରେ ଭାରତ ସପ୍ତମରୁ ତୃତୀୟ ସ୍ଥାନକୁ ଉନ୍ନିତ ହୋଇପାରେ।

Leave a Reply