ଫି’‌ ଦେଇନଥିବାରୁ ଅନ୍‌ଲାଇନ୍‌ କ୍ଲାସ୍‌ରୁ ବଞ୍ଚିତ ଛାତ୍ରଛାତ୍ରୀ, ଅଭିଭାବକଙ୍କ ମନରେ ଅସନ୍ତୋଷ

Bidya Niketan

କେନ୍ଦୁଝର: କରୋନା ମହାମରୀ ସମୟର ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌‌ ଉଜାଡ଼ି ଦେଇଛି ଅନେକଙ୍କ ଜୀବନ ଜୀବୀକା । ଏମିତିକି ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ମଧ୍ୟ ଭୁଶୁଡ଼ି ଯାଇଛି । ଦୀର୍ଘ ଦିନ ଧରି ସ୍କୁଲ କଲେଜ ବନ୍ଦ ରହିବା ପରେ ହଠାତ୍‌ ସରକାର ଘୋଷଣା କରିଥିଲେ ଅନ୍‌ଲାଇନ୍‌ ପାଠପଢ଼ା ହେବ । ଅନ୍‌ଲାଇନ୍‌ ପାଠ ପଢ଼ା ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ ସବୁ କ୍ଷେତ୍ରରେ ଏହା ସମ୍ଭବ ହୋଇପାରି ନାହିଁ । କାରଣ ଏବେ ବି ସବୁ ଗାଁରେ ମୋବାଇଲ ନେଟ୍‌ଓ୍ୱାର୍କ କିମ୍ବା ବଦ୍ୟୁତ ସଂଯୋଗ ନାହିଁ ।

Bidya Niketan

ସେପଟେ ସରକାରଙ୍କ ଘୋଷଣା ପୂର୍ବରୁ କିଛି ଘରୋଇ କଲେଜ ଓ ସ୍କୁଲ ଅନ୍‌ଲାଇନ୍‌ ପାଠପଢ଼ା ଆରମ୍ଭ କରିଥିଲେ । କିଛି ଘରୋଇ ସ୍କୁଲ ଅନ୍‌ଲାଇନ୍‌ କ୍ଲାସ୍‌ ନେଇ ମନମାନୀ ଆରମ୍ଭ କରିଛନ୍ତି । କିଛି ଛାତ୍ରଛାତ୍ରୀ ସ୍କୁଲ୍‌ ଫି’‌ ଦେଇନଥିବାରୁ ସେମାନଙ୍କୁ ଅନ୍‌ଲାଇନ୍‌ କ୍ଲାସ୍‌ରୁ ବଞ୍ଚିତ କରାଯାଇଛି । ଯାହା ଫଳରେ ଅଭିଭାବକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଲୋକଙ୍କ ଜୀବନ ଜୀବୀକା ଉଜାଡ଼ି ଦେଇଥିବା ବେଳେ ଘରୋଇ ସ୍କୁଲର ଏଭଳି ମନମାନୀ କେତେ ଦୂର ଯଥାର୍ଥ ବୋଲି ସାଧାରଣ ପ୍ରଶ୍ନ ସୃଷ୍ଟି ହୋଇଛି ।

Bidya Niketan

ଏଭଳି ଘଟାଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ରବିନ୍ଦ୍ର ବିଦ୍ୟାନିକେତନ ଫି ଦେଇପାରିନଥିବା ଛାତ୍ରଛାତ୍ରୀଙ୍କୁ ଅନଲାଇନ୍‌ କ୍ଲାସରୁ ବାଦ୍‌ କରିଛି । ଏନେଇ ପୂର୍ବରୁ ଅଭିଭାବକ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ । ଜିଲ୍ଲାପାଳ ଏହାକୁ ଗୁରୁତର ସହ ନେଇ ଏହାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ କଡ଼ା ଚେତାବନୀ ଦେଇଥିଲେ । ଏହା ସତ୍ତ୍ୱେ ବି ରବିନ୍ଦ୍ର ବିଦ୍ୟାନିକେତନ ଏହାକୁ ଅମାନ୍ୟ କରିଥିବାରୁ ବୁଧବାର ରାଜ୍ୟ ଅଭିଭାବକ ମହାସଂଘର ଉପାଧ୍ୟକ୍ଷଙ୍କ ନେତୃତ୍ୱରେ ଅଭିଭାବକମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତିରେ ଡ଼ିପିସିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏହାକୁ ଗୁରୁତର ସହ ନେଇ ଉକ୍ତ ଶିକ୍ଷା ଅନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ଡ଼ପିସି କହିଛନ୍ତି ।

Leave a Reply