ଛାତ୍ରୀଙ୍କୁ ମାଡ଼ ମାରି ଶିକ୍ଷୟତ୍ରୀ ହଟହଟା

1 min read

କନ୍ଧମାଳ: ବିଦ୍ୟାଳୟ ପରିସର ଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯିବା ପରେ ମଧ୍ୟ ଥମୁନି ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଘଟଣା । ଶିକ୍ଷକ, ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା ଘଟଣା ଅନେକ ଥର ଲୋକଲୋଚନକୁ ଆସିଛି ଏବଂ ଏହା ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ମଧ୍ୟ କରାଯାଇଛି । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ସୂଚନା ଅନୁଯାୟୀ ସଂପୃକ୍ତ ଦୁଇଜଣ ଶିକ୍ଷୟତ୍ରୀ, ମଞ୍ଜୁଳା ପାଣ୍ଡେ ଓ ପ୍ରଣୟନୀ ଲିଗାଲ ସ୍କୁଲର ଛାତ୍ରୀ ମାନଙ୍କୁ ମାଡ଼ ମାରିଥିଲେ । ଏହାର ଅଭିଯୋଗ କରି ଆଜି ସକାଳ ୯ଟାରୁ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ।

 

ଛାତ୍ରୀ ମାନେ ସେପ୍ଟେମ୍ବର ମାସରୁ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସ୍ନିଗ୍ଧା ପ୍ରିୟଦର୍ଶିନୀ ପରିଡ଼ାଙ୍କୁ ଏ ବାବଦରେ ଅବଗତ କରାଇବା ପରେ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ୧୬ ସେପ୍ଟେମ୍ବରରେ ଉପରିସ୍ଥ ଅଧିକାରୀ ଘଟଣାର ଅନୁଧ୍ୟାନ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସ୍କୁଲ ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଥିଲେ ।

ପରବର୍ତ୍ତୀ ସମୟରେ ଏଡିଓ, ବିଡିଓ ଏବଂ ବିଇଓ ଙ୍କ ବୁଝାସୁଝାପରେ ଛାତ୍ରଛାତ୍ରୀ ମାନେ ଧାରଣାରୁ ଉଠିଛନ୍ତି । ଦୁଇ ଶିକ୍ଷୟତ୍ରୀଙ୍କ ଅନ୍ୟତ୍ର ବଦଳି ପାଇଁ ଛାତ୍ରଛାତ୍ରୀ ଦାବି କରିଥିବା ବେଳେ ଏପର୍ଯ୍ୟନ୍ତ ଘଟଣାର କୌଣସି ସମାଧାନ ହୋଇପାରି ନାହିଁ ।

 

  ')}

Leave a Reply