ଦୁର୍ଘଟଣାଗ୍ରସ୍ତ ଟ୍ରଲରରୁ ଜୀବନ୍ତ ଉଦ୍ଧାର ହେଲେ ଡ୍ରାଇଭର

ଭଦ୍ରକ: ୧୬ ନଂ ଜାତୀୟ ରାଜପଥ ରାଣୀତାଲା ନିଟକରେ ସଡ଼କ ଦୁର୍ଘଟଣା। ଏକ ପାର୍ସଲ ବୋଝେଇ ଟ୍ରଲର ଭୁବନେଶ୍ୱରରୁ କୋଲକୋତା ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି ।

ତେବେ ଦୁର୍ଘଟଣଆରେ ଟ୍ରଲରଟି ରାସ୍ତା ଉପରେ ଓଲଟି ଯାଇଥିବାରୁ, ଡ୍ରାଇଭର ଜଣକ ଟ୍ରଲର ମଧ୍ୟରେ ଚାପି ହୋଇ ରହି ଯାଇଥିଲେ। ଦୀର୍ଘ ଦୁଇ ଘଣ୍ଟାର ଅପରେସନ ପରେ ଦୁର୍ଘଟଣାଗ୍ରସ୍ତ ଟ୍ରଲର ଭିତରେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର ପରେ ଭଦ୍ରକ ଅଗ୍ନିଶମ ବିଭାଗ ଭର୍ତ୍ତି କରିଥିବା ସୂଚନା ରହିଛି।

ଦୀର୍ଘ ଦୁଇ ଘଣ୍ଟାର ଅପରେସନ ପରେ ଅତ୍ୟାଧୁନିକ କଟର ସାହାଯ୍ୟରେ ଗୁରୁତର ଡ୍ରାଇଭରଙ୍କୁ ଜୀବନ୍ତ ଉଦ୍ଧାର କରିଥିଲା ଭଦ୍ରକ ଅଗ୍ନିଶମ ବିଭାଗ। ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି।

Leave a Reply