ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦିଆଯାଇଛି ବନ୍ଦ ଡାକରା

ଭଦ୍ରକ: ଜିଲ୍ଲାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବା ସହ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ନେଇ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଡିସେମ୍ବର ୧୦ରେ ଭଦ୍ରକ ସହରକୁ ୧୨ ଘଣ୍ଟିଆ ବନ୍ଦ କରିବାକୁ ଡାକରା ଦିଆଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ କୁମାର ଦାସ ଗଣମାଧ୍ୟମକୁ କହିଛନ୍ତି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟତଃ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ସହ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଏବେ ପୂରା ଅସୁସ୍ଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ପୂରା ଠପ୍ । କରୋନା ଆଳରେ ରୋଗୀଙ୍କୁ ଚିକିତ୍ସା ନକରି ଫେରାଇ ଦେବା ଓ ସାଧାରଣ ରୋଗୀଙ୍କୁ ବି କଟକ ଏସସିବିକୁ ସ୍ଥାନନ୍ତରିତ କରାଯାଉଛି ଆଉ ଏହାକୁ ଏକ ନିତିଦିନିଆ ଘଟଣା ବୋଲି କୁହାଯାଉଛି ।

ସେହିପରି ଭଦ୍ରକ ମେଡିକାଲରେ ଭେଣ୍ଟିଲେଟର ଥିଲେ ମଧ୍ୟ ତାହା କାର୍ଯ୍ୟ କରୁନାହିଁ । ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରାଯିବାକୁ ଦାବି କରାଯାଇଛି । ଉପରୋକ୍ତ ଦାବୀକୁ ନେଇ ଆଗାମୀ ୧୦ ତାରିଖ ଭଦ୍ରକ ସହର ବନ୍ଦ ରଖାଯିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ଭଦ୍ରକର ଜନସାଧାରଣ ତଥା ଯୁବଗୋଷ୍ଠୀ, ମହିଳା, ଛାତ୍ରଗୋଷ୍ଠୀ, ବ୍ୟବସାୟୀ, ସରକାରୀ କର୍ମଚାରୀ ସମସ୍ତେ ଏହି ବନ୍ଦକୁ ସଫଳ କରିବାରେ ସହଯୋଗ କରିବାକୁ କଂଗ୍ରେସ ଗଣମାଧ୍ୟମ ମାଧ୍ୟମରେ ନିବେଦନ କରିଛନ୍ତି ।

Leave a Reply