ୟାଜିଦି ଝିଅଙ୍କ ସହ ଏମିତି ଖେଳୁଥିଲେ ଆଇଏସ୍ ଆତଙ୍କୀ

1 min read

‘ଖେଳକୁଦ ବୟସରେ ସେମାନେ ମୋତେ ଉଠାଇନେଲେ । ବାରମ୍ବାର ମୋ ଦେହ ସହ ଖେଳ ଖେଳିଲେ । ମୋତେ ବାରମ୍ବାର ବିଭିନ୍ନ ଲୋକଙ୍କୁ ବିକ୍ରି କରାଯାଉଥିଲା । ଯିଏ କିଣୁଥିଲା ତା’ ପାଇଁ ଥିଲି ମୁଁ ଏକ ଯୌନଦାସୀ ଭଳି । ଉଦ୍ଧାର ହେବା ପୂର୍ବରୁ ଜଣକ ପରେ ଜଣକୁ ମୁଁ ଏମିତି ବିକ୍ରି ହେଉଥାଏ ଆଉ ମୋ ଦେହ ସହ ସେମାନେ……. ।’ ଏ ହେଉଛି ଜଣେ ୟାଜିଦି ଝିଅ ଇମାନ ଅବଦୁଲ୍ଲାର କୋହଭରା କାହାଣୀ….. ।

ସମ୍ଭବତଃ ଆଉ ଅଧିକ କିଛି କହିହେବ ନାହିଁ କି ଲେଖି ହେବ ନାହିଁ । ଆଇଏସ ଆତଙ୍କବାଦୀମାନେ ୟାଜିଦି ଝିଅମାନଙ୍କୁ ଏହିପରି ଯୌନଦାସୀ ଭାବେ ବାରମ୍ବାର ବିକ୍ରି କରୁଥିଲେ । ଲଜ୍ଜାର କଥା ହେଉଛି, ଏ କୋହଭରା କାହାଣୀ  କେବଳ ଇମାନ ଅବଦୁଲ୍ଲାଙ୍କର ନୁହେଁ,  ହଜାର ହଜାର ୟାଜିଦି ଝିଅଙ୍କ କ୍ଷେତ୍ରରେ ହିଁ ସମାନ ଏୟା ହିଁ ଘଟିଛି । ମିଡ଼ିଆ ସାମ୍ନାରେ ଗତ ମଙ୍ଗଳବାର ଇମାନ ଅବଦୁଲ୍ଲାଙ୍କ କଥା ଆପଣଙ୍କୁ ବି କୋହ ଜର୍ଜରିତ କରି ପକାଇବ  ।

ଇରାକର ୟାଜିଦି ସମ୍ପଦ୍ରାୟର ଝିଅ ଇମାନ

ଇମାନଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ବୟସ ଠିକ୍ ସେତିକି ବେଳେ ତାଙ୍କ ଜୀବନରେ ଏମିତି ସବୁ ଘଟଣା ଘଟିଥିଲା । ତାଙ୍କୁ ଯେ କେବଳ ଯୌନଦାସୀ ଭାବେ ବ୍ୟବହାର କରାଯାଉଥିଲା,  ତାହା ନୁହେଁ, ସେମାନେ ଇମାନଙ୍କୁ ଜବରଦସ୍ତ ଇସଲାମ ଧର୍ମାନ୍ତର କରାଇଥିଲେ ।

ଅନେକ ଦୁଃଖ ଭରା ରାତି ପରେ ତାଙ୍କ ଜୀବନରେ ବି ଆସିଥିଲା ସକାଳ ଆଉ ସେ ଉଦ୍ଧାର ହେଲେ ସତ , କିନ୍ତୁ ସେ ଲୋମହର୍ଷକ ଘଟଣା ତାଙ୍କ ଜୀବନ ପାଇଁ ଏକ କଳା ଇତିହାସ ପାଲଟିଗଲା  ।

ହାରମୋନୀ ଫାଉଣ୍ଡେସନ ତରଫରୁ ମଦରଟେରେସା ସମ୍ମାନରେ କିଛି ୟାଜିଦି ଝିଅଙ୍କୁ ଭାରତରେ ସମ୍ମାନିତ କରାଯାଇଥିଲା, ଯେଉଁମାନଙ୍କ ଭିତରେ ଥିଲା ଇମାନ ଅବଦୁଲ୍ଲାଙ୍କ ନାଁ । ତେବେ ସତ ହେଉଛି ୟାଜିଦ ସମ୍ପ୍ରଦାୟର ଶହଶହ ଝିଅ ସହି ଆସିଛନ୍ତି ଏଭଳି ଅକଥନୀୟ ଦୁଃଖ ଆଉ ନିର୍ଯ୍ୟାତନା  । ସେମାନେ ତ ବିକ୍ରିହୁଅନ୍ତି ଆଉ ତାସହ ବିକ୍ରିହୁଏ ତାଙ୍କ ସ୍ବାଭିମାନ,ସ୍ବପ୍ନ ଏବଂ ସମ୍ମାନ  । ')}

Leave a Reply