ଲାଲୁଙ୍କୁ ଜାମିନ ମିଳିବ କି ? ଆଜି ହେବ ଶୁଣାଣି ….ରାୟ ଉପରେ ଆରଜେଡି ସମର୍ଥକଙ୍କ ନଜର..

1 min read

ପାଟନା : ଲାଲୁ ପ୍ରସାଦ ଯ଼ାଦବ । ଭାରତୀୟ ରାଜନୀତି ନିଆରା ବ୍ୟକ୍ତିତ୍ୱ । ବିହାର ରାଜନୀତି ତ ଲାଲୁଙ୍କ ବିନା ଏକ ସମୟରେ ଚିନ୍ତା କରାଯାଇ ପାରେନା । ହେଲେ ସମୟ ବଦଳିଛି  । ବହୁ ଚର୍ଚ୍ଚିତ ଚାରା ଦୁର୍ନୀତି ସହ କେତେକ ମାମଲାରୋ ଦୋଷୀ ସାବ୍ୟସ୍ତ ହୋଇ ସେ ଜେଲରେ ରହିଛନ୍ତି । ଆଗକୁ ବିହାରରେ ବିଧାନସଭା ନିର୍ବାଚନ । ଆରଜେଡିର ଚେହେରା କହିଲେ ଲାଲୁ । ପତ୍ନୀ ରାବ୍ରି ଦେବୀ, ପୁତ୍ର ତେଜସ୍ୱୀ ଓ ତେଜ ପ୍ରତାପଙ୍କ ତାଙ୍କ ଭଳି ପ୍ରଭାବଶାଳୀ କି ଜନପ୍ରିୟ ନୁହଁନ୍ତି । ୨୦୧୫ରେ ଲାଲୁଙ୍କ ପ୍ରଚାର ହିଁ ଆରଜେଡିକୁ ସଫଳତା ଆଣିଦେଇଥିଲା । ହେଲେ ୨୦୨୦ରେ ପରିସ୍ଥିତି ଭିନ୍ନ ।

Bihar Assembly Election With Out Lalu Prasad Yadav

ଲାଲୁ ଏକପ୍ରକାର ବିହାର ରାଜନୀତିଠାରୁ ବହୁ ଦୂରରେ  । ହେଲେ ଏହି ସବୁ ନିରାଶା ମଧ୍ୟରେ ଶୁକ୍ରବାର ଲଣ୍ଠନ ପ୍ରେମୀ ଟିକେ ଆଶାବାଦୀ ହୋଇପଡିଛନ୍ତି । କାରଣ ଶୁକ୍ରବାର ଲାଲୁଙ୍କ ଜାମିନ ଆବେଦନର ଶୁଣାଣି ହେବାର ଅଛି । ଯଦି ଲାଲୁଙ୍କୁ ଜାମିନ ମିଳିଯାଏ, ତେବେ ଏହାର ପ୍ରଭାବ ନିଶ୍ଚିତ ପଡିବ । ଆରଜେଡି ଏକ ସମ୍ମାନଜନକ ଆସନ ପାଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ । ଯଦି ଜାମିନ ନ ମିଳେ, ତେବେ ଲାଲୁ ବିନା ବିହାର ରାଜନୀତି-୨୦୨୦ ବୋଲି ଧରି ନିଆଯିବ ।

ଲାଲୁଙ୍କୁ ଦିଆଯାଇଥିବା ଦଣ୍ଡ ସମୟର ଅର୍ଦ୍ଦେକ ସଜ୍ଜା ସେ କାଟି ଥିବାରୁ ତାଙ୍କୁ ବେଲ୍ ମିଳୁ ବୋଲି କୁହାଯାଉଛି । ହେଲେ ତାଙ୍କ ନାଁରେ ଭିନ୍ନ ଭିନ୍ନ ମାମଲା ଥିବାରୁ ପ୍ରତି ମାମଲାର ଅର୍ଦ୍ଦେକ ସଜ୍ଜା ସେ କାଟିଥିଲେ, ତାଙ୍କୁ ଜାମିନ ଦିଆଯିବ ବୋଲି ପ୍ରତିପକ୍ଷରୁ ଯୁକ୍ତି ଦର୍ଶାଯାଇଛି । ତେଣୁ ଶୁକ୍ରବାର କୋର୍ଟ କି ଫଇସଲା କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିବ ।

 

Leave a Reply