ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ବେଳେ ୨ ଜଣଙ୍କୁ ମାଡ଼ି ବସିଲା STF

STF Seized Two Elephant Tusk And Held Two In Sambalpur

ଭୁବନେଶ୍ୱର: ଏସଟିଏଫ ହାତରେ ୨ଜଣ ହାତୀ ଦାନ୍ତ ବେପାରୀ । ୨ଟି ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ କରୁଥିବା ବେଳେ ୨ ଜଣଙ୍କୁ ମାଡ଼ି ବସିଛି ଏସଟିଏଫ୍ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୁରୁବାର ସକାଳେ ଏସଟିଏଫ୍ ସମ୍ବଲପୁରର ଅଇଁଣ୍ଠାପାଲି ଥାନା ବରେଇପାଲି ଛକ ନିକଟରେ ରେଡ୍ କରିଥିଲା । ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଏସଟିଏଫ୍ ୨ ଜଣଙ୍କୁ ଗିରଫ କରିବା ସହ ୨ଟି ହାତୀ ଦାନ୍ତ ଜବତ କରିଛି ।

STF Seized Two Elephant Stuck And Held Two In Sambalpur

ମାମଲାରେ ଏସଟିଏଫ୍ ସୁବର୍ଣ୍ଣପୁର ଉଲୁଣ୍ଡା ଥାନା ଦିପପାଲି ଗାଁର ହୃଷିକେଶ କୁମ୍ଭାର ଓ ସମ୍ବଲପୁର ଜିଲ୍ଲା କେଉଟିବାହାଲ ଗାଁର ଗୋପାଳ କୃଷ୍ଣ ବୁଡ଼କଙ୍କୁ ଗିରଫ କରିଛି । ଉଭୟଙ୍କଠାରୁ ୨ଟି ହାତୀ ଦାନ୍ତ ଜବତ ହୋଇଥିବା ବେଳେ ସେମାନେ ଏନେଇ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ । ଉଭୟଙ୍କୁ ଏସଟିଏଫ୍ କୋର୍ଟ ଚାଲାଣ କରିଛି ।

STF Seized Two Elephant Stuck And Held Two In Sambalpur

ଏସଟିଏଫ୍ ସେମାନଙ୍କ ବିରୋଧରେ ଆଇପିସି ଧାରା ୩୭୯/୪୧୧, ବନ୍ୟ ଜନ୍ତୁ (ସୁରକ୍ଷା) ଆଇନ୍ ୧୯୭୨ର ଧାରା ୫୧ରେ ମାମଲା ରୁଜୁ କରିଛି । ଜବତ ହୋଇଥିବା ହାତୀ ଦାନ୍ତ କେମିକାଲ୍ ପରୀକ୍ଷା ପାଇଁ ଡେରାଡୁନ୍ ସ୍ଥିତ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠଯିବ ବୋଲି ଏସଟିଏଫ୍ ସୂଚନା ଦେଇଛି ।

STF Seized Two Elephant Stuck And Held Two In Sambalpur

ଏବେବି ଏସଟିଏଫ୍ ତଦନ୍ତ ଜାରି ରଖିଛି । ଏଥିରେ ଆଉ କିଏ ସମ୍ପୃକ୍ତ ତାର ଖୋଳତାଡ଼ କରୁଛି ଏସଟିଏଫ୍ ।

Leave a Reply