ଏସଟିଏଫ ଜାଲରେ ଆସିକ୍, ୩ କେଜି ୨୮୫ ଗ୍ରାମର ବ୍ରାଉନ ସୁଗର ଜବତ

1 min read

ଭୁବନେଶ୍ୱର(ଅରୁଣ ସାହୁ): ମୟୂରଭଞ୍ଜରେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ । ଡ୍ରଗ୍ସ କାରବାର ବିରୋଧରେ ଏସଟିଏଫର ବଡ଼ଧରଣର ରେଡ୍ । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଜାତୀୟ ରାଜପଥ ୧୬ରୁ ଜଣେ ବ୍ରାଉନ ସୁଗର ଡିଲରକୁ ଗିରଫ କରିଛି ଏସଟିଏଫ । ଡିଲର ଜଣକ ହେଲେ ସେକ ଆସିକ । ଧଳାଜହରର ଧନ୍ଦାକୁ ଚେକ ଦେବା ପାଇଁ ଆସିକକୁ ରିମାଣ୍ଡରେ ଆଣିବ ଏସଟିଏଫ ।

କ୍ରାଇମବ୍ରାଞ୍ଚର ଏସଟିଏଫର ଅପରସେନ ଧଳାଜହର । ଏସଟିଏଫ ଜାଲରେ ବ୍ରାଉନ ସୁଗର ଡିଲର ସେକ୍ ଆସିକ୍ । ଡିଲ୍ ବେଳେ ଏସଟିଏଫର ଚଢାଉ । ଆସିକ୍ ଠାରୁ ଜବତ ହୋଇଛି ୩ କେଜି ୨୮୫ ଗ୍ରାମର ବ୍ରାଉନ ସୁଗର । ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ସାଢେ ୩କୋଟି ଟଙ୍କା ହେବ । ଏସଟିଏଫର ଟ୍ରାକରେ ଥିଲା ସେକ ଆସିକ । ରବିବାର ସେକ ଆସିକ ଏବଂ ତାର ସହଯୋଗୀ ବ୍ରାଉନ ସୁଗାର ନେଇ ମୟୂରଭଞ୍ଜ ଦେଇ ଯାଉଥିବା ବେଳେ ଗିରଫ କରିଥିଲା ଏସଟିଏଫ । ସେକ ଆସିକ ଧରା ପଡ଼ିଥିବା ବେଳେ ତାର ସହଯୋଗୀ ଫେରାର ହୋଇ ଯାଇଛି l

ସେକ ପାଖରୁ ମିଳିଛି ବ୍ରାଉନ ସୁଗର ଚୋରା କାରବାରର ସିକ୍ରେଟ ରୁଟ ଲାଇନ । ପୂର୍ବରୁ ବାଲେଶ୍ଵର ଏବଂ ନୀଳଗିରି ଦେଇ କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ନୟାଗଡ଼କୁ ଡ୍ରଗ୍ସ ସପ୍ଲାଏ ହେଉଥିଲା । ଏସଟିଏଫର ବାରମ୍ଵାର ଚଢାଉ ପରେ ବେପାରୀଙ୍କ ବଦଳିଥିଲା ରୁଟ । ଏସଟି ଏଫ ଆଖିରେ ଧୂଳି ଦେଇ ମୟୂରଭଞ୍ଜ ଦେଇ ଡ୍ରଗ୍ସ ସପ୍ଲାଏ କରିବାକୁ ନୂଆ ରୁଟ ବାଛିଛନ୍ତି ମାଫିଆ । ବାଲେଶ୍ଵରରୁ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଦେଇ ପୁଣି ଉପକୂଳ ଓଡ଼ିଶାରେ ପ୍ରବେଶ ହେଉଛି ବ୍ରାଉନ ସୁଗର । ଜଙ୍ଗଲ ରାସ୍ତା ଓ ପୋଲିସର ଯାଞ୍ଚ ହେଉନ ଥିବାରୁ ମାଫିଆଙ୍କୁ ରୁଟ୍ ବେଶ ସୁହାଇଛି । ସେକ ଆସିକକୁ ରିମାଣ୍ଡରେ ଅଣାଯିବା ନେଇ କହିଛନ୍ତି ଏଡିଜି ।

ଚଳିତ ବର୍ଷ ଏସଟିଏଫ ବେଆଇନ୍ ବ୍ରାଉନ ସୁଗର କାରବାରରେ ୨୦ଟି ମାମଲାରେ ୪୦ ଡିଲର ଓ ଏଜେଣ୍ଟଙ୍କୁ ଗିରଫ କରିଛି l ସାତ ମାସରେ ଜବତ ହୋଇଛି ୧୫ କେଜି ୬୪୮ ଗ୍ରାମ ବ୍ରାଉନ ସୁଗାର । ସେପେଟ ଏସଟିଏଫର ଅପରେସନକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପୋଲିସ ଡିଜି ଅଭୟ ।

Leave a Reply