STF ହାତରେ ବାଂଲା ସେକ୍ସ ରାକେଟର କିଙ୍ଗପିନ୍ ଦିଦି, ଦଲାଲ ସମେତ ୮

1 min read

ଭୁବନେଶ୍ୱର: ବାଂଲାଦେଶରୁ ଭୁବନେଶ୍ୱର, ଭାୟା କୋଲକାତା । ରାଜଧାନୀରେ ଦେହ ବେପାରରେ ସାମିଲ୍ ବାଂଲା ଯୁବତୀ । ନୂଆବର୍ଷ ପୂର୍ବରୁ ଏହି ଖବରକୁ ନେଇ କମିଶନରେଟ ପୋଲିସ ପଡ଼ିଥିଲା ଚିନ୍ତାରେ । ଆଜି ଏସଟିଏଫ ବାଂଲାଦେଶୀ ସେକ୍ସ ରାକେଟର ରାଣୀ ମହୁମାଛି ସହ ଦଲାଲ ଓ ୮ ଜଣଙ୍କୁ ଧରିଛି ।ଏସଟିଏଫର ସ୍ୱତନ୍ତ୍ର ସ୍କ୍ୱାଡ୍ ପିପିଲି ଅଞ୍ଚଳରେ ଚଢ଼ାଉ କରି ଦେହ ଦଲାଲ ଇବ୍ରାହିମ୍, ମାଷ୍ଟର ମାଇଣ୍ଡ ଦିଦି ସମେତ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏଥିସହ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏସଟିଏଫ ଟିମ୍ ଚଢ଼ାଉ କରିଛି । ବାଂଲାଦେଶ ଲିଙ୍କର ଏସଟିଏଫ ତନାଘନା କରୁଛି ।

ନୂଆ ବର୍ଷ ପୂର୍ବରୁ ପୋଲିସ ରାଜଧାନୀରୁ ବାଂଲାଦେଶୀ ଦେହଜୀବୀଙ୍କୁ ଗିରଫ କରିଥିଲା । ଗିରଫ ଯୁବତୀ ଦେହ କାରବାରରେ ଜଣେ ଦିଦି ସମ୍ପୃକ୍ତ ଥିବା କହିଥିଲେ । ଯିଏ କି ଚାକିରି ନାଁରେ ଯୁବତୀଙ୍କୁ ଏଠାକୁ ଆଣି ଦେହ ବ୍ୟବସାୟରେ ଲଗାଉଥିଲା । ଖୋଳତାଡ଼ ପରେ ଏସଟିଏଫ ଦଲାଲ ସହ ଦିଦିଙ୍କ ସମେତ ୮ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି । ଅନ୍ତର୍ଜାତୀୟ ଦେହ କାରବାରରେ ଆଉ କିଏ ସମ୍ପୃକ୍ତ ସେ ନେଇ ତନାଘନା କରୁଛି STF ।

ରାଜଧାନୀର ହୋଟେଲରେ ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ !

Leave a Reply