ଆଦିବାସୀ ମେଳା ଉଦଘାଟିତ୍, ଫେବ୍ରୁଆରୀ ୯ ଯାଏ ଚାଲିବ

1 min read
State Level Tribal Exhibition In Bhubaneswar Inaugurated

ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା । କୋଭିଡ୍ କଟକଣା ଯୋଗୁଁ ଚଳିତ ବର୍ଷ ଆଦିବାସୀ ମେଳାକୁ ହାଇବ୍ରିଡ୍ ମୋଡରେ କରାଯାଉଛି । ୟୁନିଟ-୧ ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଶୁଭାରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ଫେବ୍ରୁଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ମେଳାରେ କେବଳ ଜନଜାତିଙ୍କ ଉତ୍ପାଦିତ ଓ ପ୍ରସ୍ତୁତି ସାମଗ୍ରୀ ତଥା ବନଜାତ ସାମଗ୍ରୀକୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିକ୍ରୟ ପାଇଁ ଅନୁମତି ପ୍ରଦାନ କରାଯାଇଛି ।

State Level Tribal Exhibition In Bhubaneswar Inaugurated

୨୨ ଟି ଆଇଟିଡ଼ିଏ ଓ ୧୭ ଗୋଟି ଅଣୁ ପ୍ରକଳ୍ପ ମନୋନୀତ ହୋଇଥିବା ବେଳେ ୯୦ ଟି ଷ୍ଟଲରେ ବିକ୍ରି ପାଇଁ ସୁବିଧା କରାଯାଇଛି । ଭିଡ଼ରୁ ରକ୍ଷା ପାଇବା ପାଇଁ ଲୋକମାନେ ମେଳାର ୱେବସାଇଟ୍ www.adivasimela2021.com ମାଧ୍ୟମରେ ପଞ୍ଜିକରଣ କରିପାରିବେ । ଇ-ମାର୍କେଟିଂ ବ୍ୟବସ୍ଥା ସହ ପ୍ରବେଶ ଦ୍ବାରରେ ସାନିଟାଇଜର ଓ ଥର୍ମାଲ ସ୍କାନର ବ୍ୟବସ୍ଥା କରାଯାଇଛି । ମେଳାରେ ୱାଇଫାଇ ବ୍ୟବସ୍ଥା କରାଯିବା ସହ ଏକକାଳୀନ ୧୫ଶହରୁ ଅଧିକ ଦର୍ଶକ ଭିତରକୁ ଯାଇପାରିବେ ନାହିଁ ।

Leave a Reply