ଥାନାରେ ନାବାଳକକୁ ଶାରୀରିକ ନିର୍ଯାତନା ଦେବା ଘଟଣା: ୧୫ ତାରିଖ ମଧ୍ୟରେ ରିପୋର୍ଟ ଦେବାକୁ ରାଉରକେଲା ଏସ୍‌ପିଙ୍କୁ ନିର୍ଦ୍ଦେଶ

1 min read

ରାଉରକେଲା: ମୋବାଇଲ ଚୋରି କରିଥିବା ଅଭିଯୋଗରେ ଥାନାରେ ଅଟକ ରଖିଲେ। ତାପରେ ପୋଲିସ ବାବୁ ଦେବାକୁ ଲାଗିଥିଲେ ନିର୍ଯାତନା ପରେ ନିର୍ଯାତନା। ନାବାଳକା ତାଙ୍କୁ ଛାଡ଼ିଦେବାକୁ ଗୁହାରି କରିଥିଲେ ମଧ୍ୟ କିଛି ଶୁଣି ନଥିଲେ ଏ ନର ରାକ୍ଷସ। ନିଜର ମୌଜ ପାଇଁ ନାବାଳକୁ ଦେଇଥିଲେ ନିର୍ଯାତନା। ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ରାଉରକେଲା ସହର ଉଦିତ ନଗର ଥାନାରେ। ଦେହ ଅସୁସ୍ଥ ହେବା ପରେ ନାବାଳିକା ଜଣକ କହିଥିଲେ ସବୁ କଥା।

ତେବେ ରାଉରକେଲା ଉଦିତନଗର ଥାନାରେ ନାବାଳକଙ୍କୁ ପୋଲିସ ନିର୍ଯାତନା ଘଟଣାରେ କାର୍ଯ୍ୟାନୁଷ୍ଠାନ ସୁପାରିସ । ନିର୍ଯାତନା ଦେଇଥିବା ୩ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ CWC ପକ୍ଷରୁ ସୁପାରିସ କରାଯାଇଛି। ରାଉରକେଲା ଏସପି, ସୁନ୍ଦରଗଡ଼ ଜିଲ୍ଲାପାଳ ଓ ଜୁଭେନାଇଲ ଜଷ୍ଟିସ ବୋର୍ଡ JJB କୁ CWC ଗତକାଲି ସୁପାରିସ କରିଛି ।

ରାଜ୍ୟ ମାନବାଧିକାର କମିଶନ ଏହି ଘଟଣାର ତଦନ୍ତ କରି ଆସନ୍ତା ମାସ ୧୫ ତାରିଖ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ରାଉରକେଲା ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଦିତନଗର ଥାନା ଭିତରେ ନାବାଳକଙ୍କୁ ବିଭିନ୍ନ ପ୍ରକାର ଶାରିରୀକ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହେବା ପରେ ଚାଇଲଡ ଲାଇନ ଓ ଜିଲ୍ଲା ଶିଶୁ ସୁରକ୍ଷା ଵିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ CWCକୁ ଗତକାଲି ରିପୋର୍ଟ ପ୍ରଦାନ କରାଯାଇଥିଲା।

ମୋବାଇଲ ଚୋରୀ କରିଥିବା ସନ୍ଦେହରେ ଜଣେ ୧୪ ବର୍ଷର ନାବାଳକଙ୍କୁ ରାଉରକେଲା ସହରର ଉଦିତନଗର ଥାନାରେ ବିଭିନ୍ନ ପ୍ରକାର ଶାରିରୀକ ନିର୍ଯ୍ୟାତନା ଦିଆଯାଇଥିବା ସୁନ୍ଦରଗଡ଼ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ଅଭିଯୋଗ ହୋଇଥିଲା। ଉଦିତନଗର ଥାନାର ତିନି ଜଣ ପୋଲିସ ଗତମାସ ୨୬ ତାରିଖ ରାତିରେ ନାବାଳକଙ୍କୁ ଥାନାରେ ବିଭିନ୍ନ ପ୍ରକାର ଶାରିରୀକ ନିର୍ଯ୍ୟାତନା ଦେଇଥିବା ଓ କାହାକୁ ନଜଣାଇବା ସହ ଡାକ୍ତରଖାନା ନଯିବାକୁ ତିନି ଜଣ ପୋଲିସ ଧମକ ଦେଇଥିବା ଅଭିଯୋଗ ହୋଇଥିଲା ।

Leave a Reply