୭ ହଜାର ଏଏନ୍‌ଏମ୍, ଷ୍ଟାଫ୍‌ନର୍ସ ଓ ଫାର୍ମାସିଷ୍ଟ ନିଯୁକ୍ତି ପାଇଁ ବିଜ୍ଞପ୍ତି

1 min read

ଭୁବନେଶ୍ୱର: କୋଭିଡ୍ କେୟାର ହୋମ୍ ପାଇଁ ନୂଆ ନିଯୁକ୍ତି । କୋଭିଡ୍ କେୟାର ହୋମ୍ ପାଇଁ ସୃଷ୍ଟି ହେଲା ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀ ପଦବୀ । ୩ ମାସ ପାଇଁ ଅସ୍ଥାୟୀ ଭାବେ ନିଯୁକ୍ତି ପାଇବେ ୭ ହଜାର ଏଏନ୍‌ଏମ୍, ଷ୍ଟାଫ୍‌ନର୍ସ ଓ ଫାର୍ମାସିଷ୍ଟ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

କରୋନା ସଂକଟରେ ନୂଆ ନିଯୁକ୍ତି । ସୃଷ୍ଟି ହେଲା ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀ ପଦବୀ । ଭୂତାଣୁ ସଂକଟରେ ବେକାର ଯୁବକଯୁବତୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ଆଣିଲେ ରାଜ୍ୟ ସରକାର । ଭୂତାଣୁ ଯୁଦ୍ଧରେ ନୂଆ ଯୋଦ୍ଧା ନିଯୁକ୍ତି ଦେବାକୁ ଜାରି ହୋଇଛି ବିଜ୍ଞପ୍ତି । କୋଭିଡ କେୟାର ହୋମ ପାଇଁ ୭ ହଜାର ପଦବୀ ସୃଷ୍ଟି କରାଯାଇଛି । ଏଏନଏମ୍, ଷ୍ଟାଫ୍ ନର୍ସ ଓ ଫାର୍ମାସିଷ୍ଟ ପଦବୀରେ ଅସ୍ଥାୟୀ ଭାବେ ନିଯୁକ୍ତି ମିଳିବ । ନିଯୁକ୍ତିର ଅବଧି ୩ ମାସ ରହିଥିବା ବେଳେ ଆକର୍ଷଣୀୟ ଭତ୍ତାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

ଏଏନ୍‌ଏମ୍‌ଙ୍କ ଦୈନିକ ଭତ୍ତା ୮୫୦ ଟଙ୍କା ରହିଛି । ସେହିପରି ଷ୍ଟାଫ୍‌ନର୍ସ ଓ ଫାର୍ମାସିଷ୍ଟ ଦୈନିକ ଭତ୍ତା ହଜାରେ ଟଙ୍କା ପାଇବେ । ପ୍ରତି କୋଭିଡ କେୟାର ହୋମରେ ରହିବେ ଜଣେ ଲେଖାଏଁ ତାଲିମପ୍ରାପ୍ତ ଏଏନ୍‌ଏମ୍‌ । ANM ପଦବୀ ପାଇଁ ପ୍ରାର୍ଥୀ ନମିଳିଲେ ଷ୍ଟାଫନର୍ସ କିମ୍ବା ଫାର୍ମାସିଷ୍ଟଙ୍କୁ ନିଯୁକ୍ତି କରାଯିବ । CDMOମାନେ ଏଏନ୍‌ଏମ୍‌ଙ୍କୁ ନିଯୁକ୍ତି ଦେବେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave a Reply