ଟ୍ରାନ୍ସଜେଣ୍ଡର ଓ ଭିକ୍ଷୁକଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା

ଭୁବନେଶ୍ୱର: ପେନସନ ସହ ପ୍ରଶିକ୍ଷଣ । ସ୍ୱାବଲମ୍ବୀ ହେବେ କିନ୍ନର ଓ ଭିକ୍ଷୁକ । ଟ୍ରାନ୍ସଜେଣ୍ଡର ଓ ଭିକ୍ଷୁକଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା । ଖୁବ୍‌ଶୀଘ୍ର ଟ୍ରାନ୍ସଜେଣ୍ଡରଙ୍କୁ ମଧୁବାବୁ ପେନ୍‌ସନ ଯୋଜନାରେ ସାମିଲ କରାଯିବ  । ଏଥିପାଇଁ ରାଜ୍ୟରେ ପ୍ରାୟ ୬ ହଜାର ଟ୍ରାନ୍ସଜେଣ୍ଡରଙ୍କୁ ଚିହ୍ନଟ କରାଯାଇଛି ।ସେହିପରି ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଥଇଥାନ କରାଯିବ । ପୁରୀ ଓ ଭୁବନେଶ୍ୱରରେ ସେମାନଙ୍କ ପାଇଁ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ । ଏଠାରୁ ପ୍ରଶିକ୍ଷଣ ପାଇ ସେମାନେ ସ୍ୱାବଲମ୍ବୀ ହୋଇପାରିବେ । ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି ।

Leave a Reply